Videos
|
National

Drug And Partner Swapping / ଅଭିନେତ୍ରୀ ଆଞ୍ଚଲଙ୍କ ବଡ଼ ଖୁଲାସା, ମୁମ୍ବାଇ ପାର୍ଟିରେ ଡ୍ରଗ୍ସ ବ୍ୟବହାର କରାଯାଏ ଓ ପାର୍ଟନର ଅଦଳବଦଳ ହୁଏ

Bikash Mohanty
Browse all articles by Bikash Mohanty
·2 weeks ago·2 min read
ଅଭିନେତ୍ରୀ ଆଞ୍ଚଲଙ୍କ ବଡ଼ ଖୁଲାସା, ମୁମ୍ବାଇ ପାର୍ଟିରେ ଡ୍ରଗ୍ସ ବ୍ୟବହାର କରାଯାଏ ଓ ପାର୍ଟନର ଅଦଳବଦଳ ହୁଏ
Aanchal

Key Points

ଅଭିନେତ୍ରୀ ଆଞ୍ଚଲଙ୍କ ବଡ଼ ଖୁଲାସା
ମୁମ୍ବାଇ ପାର୍ଟିରେ ଡ୍ରଗ୍ସ ବ୍ୟବହାର କରାଯାଏ
ପାର୍ଟନର ଅଦଳବଦଳ ହୁଏ
ମୁମ୍ବାଇ,୨୧/୦୮: ମୁମ୍ବାଇର ପାର୍ଟିରେ ଡ୍ରଗ୍ସ ବ୍ୟବହାର କରାଯାଏ ଏବଂ ପାର୍ଟନର ଅଦଳବଦଳ ହୁଏ ଟିଭି ଅଭିନେତ୍ରୀ ଆଞ୍ଚଲ ଖୁରାନା କହିଛନ୍ତି। ଆଞ୍ଚଲ ମୁମ୍ବାଇର ପାର୍ଟି ଲାଇଫ୍ ବିଷୟରେ ବଡ଼ ଖୁଲାସା କରିଛନ୍ତି। ଏହି ବୟାନ୍ ଗ୍ଲାମର ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି କରିଛି। ଆଞ୍ଚଲ୍ ସ୍ପଷ୍ଟ ଭାବରେ କହିଛନ୍ତି ଯେ ତାଙ୍କ ପାଇଁ ମୁମ୍ବାଇ ପାର୍ଟି କରିବାର ସ୍ଥାନ ନୁହେଁ, ବରଂ କାମ କରିବାର ସ୍ଥାନ। ସେ ଦାବି କରିଛନ୍ତି ଯେ ଶିଳ୍ପର କିଛି ପାର୍ଟିରେ ଡ୍ରଗ୍ସ, କାଷ୍ଟିଂ କାଉଚ୍ ଏବଂ ପାର୍ଟନର ସ୍ୱାପିଂ ହୁଏ।

ପାର୍ଟିରେ ଡ୍ରଗ୍ସ ଏବଂ ପାର୍ଟନର ଅଦଳବଦଳ
'ବଲିଉଡ ବବଲ୍'କୁ ଦେଇଥିବା ଏକ ସାକ୍ଷାତକାରରେ ଆଞ୍ଚଲ ଖୁରାନା ଶୋବିଜ୍ ଜଗତର ପାର୍ଟି ସଂସ୍କୃତି ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଏହି ପାର୍ଟିଗୁଡ଼ିକରେ ପ୍ରଚୁର ମାତ୍ରାରେ ନିଶାଦ୍ରବ୍ୟ ବା ଡ୍ରଗ୍ସର ବ୍ୟବହାର କରାଯାଏ। ଏତିକି ନୁହେଁ, ଏଠାରେ କାଷ୍ଟିଂ କାଉଚ୍ ଭଳି ସମସ୍ୟା ମଧ୍ୟ ରହିଛି। ଅଭିନେତ୍ରୀ ଆହୁରି ମଧ୍ୟ ଦାବି କରିଛନ୍ତି ଯେ କିଛି ହାଇ-ପ୍ରୋଫାଇଲ୍ ପାର୍ଟିରେ ସ୍ତ୍ରୀ ଏବଂ ପ୍ରେମିକା 'ସ୍ୱାପିଂ' (Partner Swapping) ଭଳି ଅପ୍ରୀତିକର ଘଟଣା ମଧ୍ୟ ସାମିଲ ଥାଏ। ତେବେ ଏଭଳି କାର୍ଯ୍ୟକଳାପରେ କିଛି ଲୋକ ସ୍ୱେଚ୍ଛାକୃତ ଭାବରେ ସାମିଲ ହୁଅନ୍ତି ବୋଲି ସେ ମତ ଦେଇଛନ୍ତି।

ପରିବାର ସହିତ ସମୟ ବିତାଇବାକୁ ପସନ୍ଦ
ଗତ ୧୦-୧୫ ବର୍ଷ ଧରି ମୁମ୍ବାଇରେ ରହୁଥିବା ଆଞ୍ଚଲ କହିଛନ୍ତି ଯେ ତାଙ୍କର ଧ୍ୟାନ କେବଳ କାମ ଉପରେ ଥାଏ। ଯେତେବେଳେ ତାଙ୍କୁ ପାର୍ଟି କରିବାକୁ ମନ ହୁଏ, ସେ ବାହାରକୁ ଯିବା ବଦଳରେ ନିଜ ଭାଇ କିମ୍ବା ପରିବାର ଲୋକଙ୍କ ନିକଟକୁ ଯିବାକୁ ପସନ୍ଦ କରନ୍ତି। ସେ ମୁମ୍ବାଇରେ ଅଧିକ ବନ୍ଧୁ ସୃଷ୍ଟି କରିନାହାଁନ୍ତି, କାରଣ ଏଠାକାର ପାର୍ଟି ସିଷ୍ଟମକୁ ସେ ଅତ୍ୟନ୍ତ ଅପ୍ରୀତିକର ଏବଂ କୃତ୍ରିମ ମନେ କରନ୍ତି।
ପଢନ୍ତୁ ଏହି ଖବର: ଭାରତ ଛାଡ଼ିଲେ ଅପୁର୍ବା, ଦେଶ ଛାଡିବାର କାରଣ କହିଲେ ଅପୂର୍ବା

'କପଲ୍ ଗୋଲ୍ସ'ଦମ୍ପତିଙ୍କ ମୁଖା ଖୋଲିଲେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୋସିଆଲ ମିଡିଆରେ ନିଜର ଖୁସିର ବିବାହ ଏବଂ ସମ୍ପର୍କର ଫଟୋ ପୋଷ୍ଟ କରି 'କପଲ୍ ଗୋଲ୍ସ' ଦେଉଥିବା ଲୋକଙ୍କୁ ମଧ୍ୟ ଅଭିନେତ୍ରୀ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି ଯେ ଯେଉଁ ଦମ୍ପତିମାନେ ବାହାରକୁ ଅତ୍ୟନ୍ତ ଖୁସି ଦେଖାଯାଆନ୍ତି, ପ୍ରକୃତରେ ସେମାନଙ୍କ ମଧ୍ୟରୁ କିଛି ଲୋକ ନିଜ ସାଥୀଙ୍କୁ ପ୍ରତାରିତ ବା ଠକୁଛନ୍ତି।

ନକାରାତ୍ମକତାରୁ ବର୍ଷିବା ପାଇଁ ଅଜବ ଉପାୟ
ନକାରାତ୍ମକତାରୁ ଦୂରେଇ ରହିବା ପାଇଁ ଆଞ୍ଚଲ ଏକ ଅନନ୍ୟ ଉପାୟ ଆପଣାନ୍ତି। ଯଦି ସେ କୌଣସି ସ୍ଥାନରୁ କିମ୍ବା ଲୋକଙ୍କଠାରୁ ନକାରାତ୍ମକ ଶକ୍ତି ଅନଭୂତ କରନ୍ତି, ତେବେ ଘରକୁ ଫେରି ପାଣିରେ ଲୁଣ ମିଶାଇ ଗାଧୋଇ ପକାନ୍ତି। ତାଙ୍କ ମତରେ, ଏହା କରିବା ଦ୍ୱାରା ଶରୀରର ଆଭା (Aura) ପରିଷ୍କାର ହୋଇଥାଏ ଏବଂ ଖରାପ ନଜର କିମ୍ବା ନକାରାତ୍ମକ ପ୍ରଭାବରୁ ରକ୍ଷା ମିଳିଥାଏ। ଆଞ୍ଚଲ ଖୁରାନାଙ୍କ ଏହି ବୟାନ ପରେ ଏବେ ମନୋରଞ୍ଜନ ଜଗତର କଳାକାର ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରେମଧ୍ୟରେ ବେଶ୍ ଚର୍ଚ୍ଚା ଜାରି ରହିଛି।

Actress Aanchal Reveals Shocking Mumbai Party Secrets | Argus News