Videos
|
National

ଅଭିନେତ୍ରୀଙ୍କୁ ଯୌନ ଶୋଷଣ ଅଭିଯୋଗ: ୩ ଆଇପିଏସ ଅଧିକାରୀ ନିଲମ୍ବିତ

Ritu Das
Browse all articles by Ritu Das
·1 year ago·1 min read
ଅଭିନେତ୍ରୀଙ୍କୁ ଯୌନ ଶୋଷଣ ଅଭିଯୋଗ: ୩ ଆଇପିଏସ ଅଧିକାରୀ ନିଲମ୍ବିତ

ଅର୍ଗସ ବ୍ୟୁରୋ: ମୁମ୍ବାଇର ଜଣେ ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ଆନ୍ଧ୍ରପ୍ରଦେଶର ୩ଜଣ ଆଇପିଏସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଆଇପିଏସ ଅଧିକାରୀମାନେ ହେଉଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ଗୁଇନ୍ଦା ମୁଖ୍ୟ ପି ଏସ ଆର ଅଞ୍ଜାନେଇଲୁ, ଏନଟିଆର ଜିଲ୍ଲା ପୋଲିସ କମିଶନର କ୍ରାନ୍ତି ରାଣା ଟାଟା ଏବଂ ଏନଟିଆର ଜିଲ୍ଲା ଗ୍ରାମୀଣ ଡିସିପି ବିଶାଲ ଗୁନି।

କ୍ଷମତାର ଅପବ୍ୟବହାର କରିବା ତଥା ଦାୟିତ୍ଵରେ ଅବହେଳା କାରଣରୁ ତିନି ଅଧିକାରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର।ଏହି ଘଟଣାରେ ପୂର୍ବରୁ ଏନଟିଆର ଜିଲ୍ଲାର ପୂର୍ବତନ ଏସିପି ହନୁମନ୍ତ ରାଓ ଏବଂ ଇବ୍ରାହିମପାଟନମର ପୂର୍ବତନ ସର୍କଲ ଇନ୍ସପେକ୍ଟର ସତ୍ୟନାରାୟଣଙ୍କୁ ଆନ୍ଧ୍ରପ୍ରଦେଶ ଡିଜିପି ନିଲମ୍ବିତ କରିଥିଲେ।

ଅଭିନେତ୍ରୀ କାଦମ୍ବରୀ ଜେଠଓ୍ଵାନିକ ଶୁକ୍ରବାର ରାତିରେ ଇବ୍ରାହିମ ପାଟନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପୂର୍ବରୁ ସେ ସେପ୍ଟେମ୍ବର ୫ ତାରିଖରେ ଏନଟିଆର ଜିଲ୍ଲା ପୋଲିସ କମିଶନରଙ୍କ ସହ ସାକ୍ଷାତ କରି ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଦିଆଯାଇଥିବା ନିର୍ଯାତନା ସମ୍ପର୍କରେ ଅଭିଯୋଗ କରିଥିଲେ।

ଅଭିନେତ୍ରୀ ଅଭିଯୋଗରେ ଦର୍ଶାଇଛନ୍ତି, ଜଗନ ମୋହନ ରେଡ୍ଡୀଙ୍କ ସରକାର ସମୟରେ ଆନ୍ଧ୍ରପ୍ରଦେଶ ପୋଲିସ ତାଙ୍କୁ ହଇରାଣ ହରକତ କରିଥିଲା। ଓ୍ଵାଇଏସଆର କଂଗ୍ରେସ ପାର୍ଟିର ଜଣେ ନେତା ଜମି ବିବାଦକୁ ନେଇ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଘଟଣାର ସତ୍ୟାସତ୍ୟ ତଦନ୍ତ ନକରି ଆନ୍ଧ୍ରପ୍ରଦେଶ ପୋଲିସ ଅଭିନେତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଗିରଫ କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ଆନ୍ଧ୍ରପ୍ରଦେଶ ପୋଲିସ ଘଟଣାର ଯାଞ୍ଚ କରିବା ପରେ ତିନିଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Actress accused | Argus News