Videos
|
National

Single Mother Actress / ମନର କଥା ଖୋଲି କହିଲେ ଏହି ଅଭିନେତ୍ରୀ କହିଲେ ତାଙ୍କର ''କୁଆଁରୀ ମା" ହେବାକୁ ଇଛା

Bikash Mohanty
Browse all articles by Bikash Mohanty
·1 hour ago·2 min read
ମନର କଥା ଖୋଲି କହିଲେ ଏହି ଅଭିନେତ୍ରୀ କହିଲେ ତାଙ୍କର ''କୁଆଁରୀ ମା" ହେବାକୁ ଇଛା
Crystal

Key Points

“ମନର କଥା ଖୋଲି କହିଲେ ଅଭିନେତ୍ରୀ କ୍ରିଷ୍ଟଲ ଡି'ସୁଜା"
କହିଲେ  ‘କୁଆଁରୀ ମା’ ହେବାକୁ ଇଚ୍ଛା”
୩୬ ବର୍ଷ ବୟସରେ ମଧ୍ୟ ବିବାହ କରିନାହାନ୍ତି  କ୍ରିଷ୍ଟାଲ୍
ମୁମ୍ବାଇ,୩୦/୦୯: ଟେଲିଭିଜନ୍ ଦୁନିଆର ଲୋକପ୍ରିୟ ଅଭିନେତ୍ରୀ କ୍ରିଷ୍ଟାଲ୍ ଡି’ସୁଜା ପୁଣି ଚର୍ଚ୍ଚାରେ। ନିଜ ଅଭିନୟ ଓ ଗ୍ଲାମରସ୍ ଅନ୍ଦାଜ ପାଇଁ ସେ ଦର୍ଶକଙ୍କ ମଧ୍ୟରେ ଖୁବ୍ ପରିଚିତ। ଏବେ କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆସିଛି ଏକ ବଡ଼ ଅପଡେଟ୍। ୩୬ ବର୍ଷ ବୟସରେ ମଧ୍ୟ ବିବାହ କରିନଥିବା କ୍ରିଷ୍ଟାଲ୍ ଭବିଷ୍ୟତରେ ମା’ ହେବାକୁ ନେଇ ନିଜ ମନର କଥା ଖୋଲି କହିଛନ୍ତି। ଅଭିନେତ୍ରୀ କହିଛନ୍ତି, ସେ ଦିନେ ନିଜର ସନ୍ତାନ ଚାହୁଁଛନ୍ତି। ଏଥିପାଇଁ ଏଗ୍ ଫ୍ରିଜିଂ ଏକ ବିକଳ୍ପ ଭାବେ ସେ ବିଚାର କରୁଛନ୍ତି। ଏହି ମତ ରଖିବା ପରେ କ୍ରିଷ୍ଟାଲ୍ ଡି’ସୁଜାଙ୍କ ନାମ ପୁଣିଥରେ ଚର୍ଚ୍ଚାରେ ଆସିଛି।

ଏଗ୍ ଫ୍ରିଜିଂକୁ ନେଇ କ’ଣ କହିଲେ କ୍ରିଷ୍ଟାଲ୍?

ଆଲୋଚନା ସମୟରେ କ୍ରିଷ୍ଟାଲ୍ ଏଗ୍ ଫ୍ରିଜିଂକୁ ନେଇ ନିଜ ମତ ରଖିଥିଲେ। ସେ କହିଥିଲେ ଯେ, ଯେଉଁମାନେ ଭବିଷ୍ୟତରେ ନିଜର ସନ୍ତାନ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏଗ୍ ଫ୍ରିଜିଂ ଏକ ବିକଳ୍ପ ହୋଇପାରେ। ବିଶେଷକରି ମାତୃତ୍ୱକୁ କିଛି ସମୟ ପାଇଁ ବିଳମ୍ବ କରିବାକୁ ଚାହୁଁଥିବା ମହିଳାମାନେ ଏହି ବିକଳ୍ପ ବିଷୟରେ ବିଚାର କରିପାରନ୍ତି ବୋଲି ସେ ମତ ଦେଇଛନ୍ତି। ନିଜ ବିଷୟରେ କହିବା ବେଳେ କ୍ରିଷ୍ଟାଲ୍ ସ୍ପଷ୍ଟ କରିଛନ୍ତି ଯେ, ସେ ମଧ୍ୟ ନିଜ ଅଣ୍ଡାଣୁ ଫ୍ରିଜ୍ କରିବାକୁ ଚାହୁଁଛନ୍ତି। ଭବିଷ୍ୟତରେ ପରିସ୍ଥିତି ଅନୁକୂଳ ନହେଲେ ଏହା ତାଙ୍କ ପାଇଁ ଏକ ବିକଳ୍ପ ହୋଇପାରିବ ବୋଲି ସେ କହିଛନ୍ତି।

ନିଜ ସନ୍ତାନ ନହେଲେ ପୋଷ୍ୟ ସନ୍ତାନ ବିକଳ୍ପ

କ୍ରିଷ୍ଟାଲ୍ କେବଳ ଏଗ୍ ଫ୍ରିଜିଂ ନୁହେଁ, ପୋଷ୍ୟ ସନ୍ତାନ ଗ୍ରହଣକୁ ମଧ୍ୟ ଏକ ବିକଳ୍ପ ଭାବେ ଦେଖିଛନ୍ତି। ଯେଉଁମାନେ ନିଜର ସନ୍ତାନ ଚାହୁଁନାହାନ୍ତି କିମ୍ବା ଜୈବିକ ଭାବେ ସନ୍ତାନ ଲାଭ ସମ୍ଭବ ହେଉନାହିଁ, ସେମାନେ ପୋଷ୍ୟ ସନ୍ତାନ ଗ୍ରହଣ କରି ଏକ ଶିଶୁକୁ ପରିବାର ଓ ସୁରକ୍ଷିତ ଜୀବନ ଦେଇପାରିବେ ବୋଲି ଅଭିନେତ୍ରୀ କହିଛନ୍ତି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କ୍ରିଷ୍ଟାଲଙ୍କ କହିବା ଅନୁସାରେ, ସେ ଭବିଷ୍ୟତରେ ନିଜର ସନ୍ତାନ ପାଇବାକୁ ଚାହୁଁଛନ୍ତି ଏବଂ ପ୍ରାକୃତିକ ଭାବରେ ମା’ ହେବା ତାଙ୍କର ଆଶା। କିନ୍ତୁ ଯଦି କୌଣସି କାରଣରୁ ତାହା ସମ୍ଭବ ନହୁଏ, ତେବେ ଏଗ୍ ଫ୍ରିଜିଂ ତାଙ୍କ ପାଇଁ ଏକ ବିକଳ୍ପ ହୋଇପାରିବ।

ପ୍ରେମ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚା

ଏପଟେ କ୍ରିଷ୍ଟାଲଙ୍କ ପର୍ସନାଲ୍ ଲାଇଫ୍ ମଧ୍ୟ ପ୍ରାୟ ସମୟରେ ଚର୍ଚ୍ଚାରେ ରହିଥାଏ। ମିଡିଆ ରିପୋର୍ଟ ଓ ଗୁଜବ ଅନୁସାରେ, ଦୁବାଇର ବ୍ୟବସାୟୀ ତଥା ‘ଦେଶୀ ବ୍ଲିଂ’ ଫେମ୍ ଏପିଙ୍କ ସହ ତାଙ୍କ ନାମ ଯୋଡ଼ାଯାଇଛି। ଉଭୟଙ୍କର କିଛି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଦାବି ମଧ୍ୟ କରାଯାଉଛି।

ତେବେ କ୍ରିଷ୍ଟାଲ୍ କିମ୍ବା ଏପି ଏପର୍ଯ୍ୟନ୍ତ ନିଜ ସମ୍ପର୍କକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି। ତେଣୁ ଏହି ସମ୍ପର୍କକୁ ନେଇ ଚାଲିଥିବା ଚର୍ଚ୍ଚାକୁ ଏବେ ମଧ୍ୟ ଗୁଜବ ଭାବେ ହିଁ ଦେଖାଯାଉଛି।
ଅଭିନୟରୁ ଆରମ୍ଭ କରି ନିଜ ଭବିଷ୍ୟତର ମାତୃତ୍ୱ ଯୋଜନା ପର୍ଯ୍ୟନ୍ତ କ୍ରିଷ୍ଟାଲଙ୍କ ଏହି ଖୋଲା ମତ ଏବେ ଗ୍ଲାମର ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି।