Videos
|
National

Actress Reveals / ଏହି ଅଭିନେତ୍ରୀ ଖୋଲିଲେ ଜେଲର ଗୁମର, ତାଙ୍କ ପୋଷାକ କଢାଗଲା ଓ ଯାଞ୍ଚ କରାଗଲା

Bikash Mohanty
Browse all articles by Bikash Mohanty
·11 mins ago·2 min read
ଏହି ଅଭିନେତ୍ରୀ ଖୋଲିଲେ ଜେଲର ଗୁମର, ତାଙ୍କ ପୋଷାକ କଢାଗଲା ଓ ଯାଞ୍ଚ କରାଗଲା
Sandeepa

Key Points

ଅଭିନେତ୍ରୀ ସନ୍ଦୀପା  ଖୋଲିଲେ ଜେଲର ଗୁମର
ଜେଲରେ  ଲେସବିଆନଙ୍କୁ ଦିଆଯାଏ ମାଡ଼
ତାଙ୍କ ପୋଷାକ କଢାଗଲା ଓ ଯାଞ୍ଚ କରାଗଲା
ତିହାର ଜେଲରେ ମହିଳା କଏଦୀମାନେ ହିଂସାର ଶିକାର ହୁଅନ୍ତି
ନୂଆଦିଲ୍ଲୀ,୦୯/୦୯: ତିହାର ଜେଲରେ ମହିଳା କଏଦୀମାନେ ହିଂସାର ଶିକାର ହୁଅନ୍ତି। ପୋଷାକ କାଢି ଚେକିଂ କରାଯାଏ ଏପରିକି ଲେସବିଆନମାନଙ୍କୁ ମାଡ ମରାଯାଏ ବୋଲି କହିଛନ୍ତି ଅଭିନେତ୍ରୀ ସନ୍ଦୀପା। ଜେଲ୍‌ର ଚାରିକାନ୍ଥ ଭିତରର ଜୀବନ କେତେ କଷ୍ଟଦାୟକ ହୋଇପାରେ, ତାହା ଜେଲ୍‌ରୁ ବାହାରିଥିବା ବ୍ୟକ୍ତି ହିଁ ଅନୁଭବ କରିପାରନ୍ତି। ଏଭଳି ଏକ ଅନୁଭୂତି ବଖାଣି ଏବେ ଚର୍ଚ୍ଚାରେ ଅଭିନେତ୍ରୀ ତଥା ପ୍ରଭାବଶାଳୀ ସନ୍ଦୀପା ଭିର୍କ। ମନି ଲଣ୍ଡରିଂ ମାମଲାରେ ମାସ ମାସ ଜେଲ୍‌ରେ ରହିବା ପରେ ଏବେ ସେ ଜେଲ୍‌ରେ କାଟିଥିବା ଦିନଗୁଡ଼ିକ ସମ୍ପର୍କରେ ଖୋଲାଖୋଲି କଥା କହିଛନ୍ତି।

ଏକ ପଡକାଷ୍ଟରେ ସନ୍ଦୀପା ଭିର୍କ ତିହାର ଜେଲ୍‌ରେ ଥିବା ସମୟର ଅନୁଭୂତି ବଖାଣିଛନ୍ତି। ଏହି ସମୟରେ ତାଙ୍କୁ ମହିଳା ଜେଲ୍‌ରେ ସମଲିଙ୍ଗୀ ସମ୍ପର୍କ ବା ଲେସବିଆନ୍ କାର୍ଯ୍ୟକଳାପ ନେଇ ପଚରାଯାଇଥିଲା। ଏହାର ଉତ୍ତରରେ ସେ ଜେଲ୍ ଭିତରେ ଏଭଳି କିଛି ଘଟଣା ସମ୍ପର୍କରେ ଶୁଣିଥିବା କହିଛନ୍ତି। 

ଜେଲରେ ଚାଲିଛି  ଯୌନ ସମ୍ପର୍କ

ମହିଳା ଜେଲ୍‌ରେ କାହାକୁ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଏ ନାହିଁ। କିନ୍ତୁ ଜେଲ୍‌ରେ ଦୀର୍ଘ ସମୟ ଧରି ରହୁଥିବା କିଛି ମହିଳାଙ୍କ ମଧ୍ୟରେ ଏଭଳି ସମ୍ପର୍କ ଥିବା ନେଇ ସେ ଶୁଣିଥିବା କହିଛନ୍ତି।ସନ୍ଦୀପା॥ ତାଙ୍କ କହିବା ଅନୁଯାୟୀ, ଏପରି ଘଟଣା ସାମ୍ନାକୁ ଆସିଲେ ଜେଲ୍‌ କର୍ମଚାରୀଙ୍କ ପକ୍ଷରୁ ମାଡ଼ ମରାଯାଉଥିବା ନେଇ ମଧ୍ୟ ସେ ଅଭିଯୋଗ  କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ୫୨ ବର୍ଷ ବୟସରେ ନିଜଠାରୁ ୧୯ ବର୍ଷ ସାନ ଏହି ବ୍ୟବସାୟୀଙ୍କୁ ବିବାହ କରିବେ ମଲ୍ଲାଇକା

ଜେଲ୍‌ରେ ଭୟର ପରିବେଶ?

ଜେଲ୍‌ରେ ଥିବା ଅନ୍ୟ କଏଦୀମାନଙ୍କ ସମ୍ପର୍କରେ ମଧ୍ୟ ସନ୍ଦୀପା ନିଜ ଅନୁଭୂତି ବଖାଣିଛନ୍ଥି। ବିଶେଷକରି ନାଇଜେରିଆନ୍ କଏଦୀମାନଙ୍କୁ ନେଇ ସେ କହିଛନ୍ତି ଯେ  ସେ ଜେଲ୍‌ରେ କିଛି କଏଦୀ ନାଇଜେରିଆନ୍ କଏଦୀମାନଙ୍କୁ ଭୟ କରୁଥିଲେ।

ଅପରିଷ୍କାର ଖାଦ୍ୟ ଓ  ଦୁର୍ଗନ୍ଧମୟ ଶୌଚାଳୟ

ସନ୍ଦୀପା ତିହାର ଜେଲ୍‌ର ଖାଦ୍ୟ ଓ ଶୌଚାଳୟର ପରିସ୍ଥିତି ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ଥି। ଜେଲ୍‌ରେ ମିଳୁଥିବା ଖାଦ୍ୟର ମାନ ଏବଂ ପରିମଳ ବ୍ୟବସ୍ଥା ନେଇ ସେ ଅସୁବିଧା ଭୋଗିଥିବା କହିଛନ୍ତି। ଏପରିକି ସେଠାର ପରିସ୍ଥିତି ତାଙ୍କ ଉପରେ ଏତେ ମାନସିକ ଚାପ ପକାଇଥିଲା ଯେ ଏକ ସମୟରେ ତାଙ୍କ ମନରେ ଆତ୍ମହତ୍ୟା ଭଳି ଚିନ୍ତା ଆସିଥିଲା ବୋଲି ସେ କହିଛନ୍ତି।

ଜେଲ୍‌ରୁ ବାହାରିବା ପରେ ତାଙ୍କ ଏହି  ଅନୁଭୂତି ଏବେ ସୋସିଆଲ୍ ମିଡିଆ ଓ ମିଡିଆ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ତିହାର ଭଳି ଦେଶର ଏକ ପ୍ରମୁଖ ଜେଲ୍‌ର ଭିତରର ପରିସ୍ଥିତିକୁ ନେଇ ତାଙ୍କ ଅଭିଯୋଗ କେତେ ସତ, ତାହା ନେଇ ମଧ୍ୟ ପ୍ରଶ୍ନ ଉଠୁଛି।

Related Topics

Explore more stories