ଅଭିନେତ୍ରୀରୁ ରାଜନେତ୍ରୀ ରଚନା ବାନାର୍ଜୀ

ନୂଆଦିଲ୍ଲୀ: ଓଡ଼ିଆ ଫିଲ୍ମରେ ଯେବେ ୯୦ ଦଶକ କଥା ଆସେ ସେବେ ମନ ପରଦାକୁ ଆପେ ଆପେ ଟାଣି ହୋଇ ଆସନ୍ତି ରଚନା ଓ ସିଦ୍ଧାନ୍ତଙ୍କ ହିଟ୍ ଯୋଡି । ସେଇଥି ଲାଗି ତ ରଚନା ଆଉ ସିଦ୍ଧାନ୍ତଙ୍କୁ ପରଦାରେ ଦେଖିଲେ ଦର୍ଶକ ଟିଭି ସାମ୍ନାରୁ ହଟିବାକୁ ନାନିଅନ୍ତି ନାହିଁ । ହଠାତ୍ କିନ୍ତୁ ଆଉ ପରାଦାରେ ଦେଖିବାକୁ ମିଳିନଥିଲା ଏହି ଦୁଇ ଯୋଡିଙ୍କୁ । ଆଉ ନଜର ଆସିନଥିଲେ ସିଦ୍ଧାନ୍ତଙ୍କ ସହ ରଚନା । ଯାହା ଦର୍ଶକଙ୍କୁ ଖୁବ ଚିନ୍ତାରେ ପକାଇଥିଲା। ସେ ସମୟରେ ଚର୍ଚ୍ଚା ଜୋର ଧରିଥିଲା ଯେ ରଚନା ବାନାର୍ଜୀ ଗଲେ କୁଆଡେ ? ଓଲିଉଡରୁ ଦୂରେଇ ଗଲେ କି ରଚନା ? ଖାଲି ଓଡ଼ିଶାରେ ରଚନାଙ୍କୁ ଖୋଜା ପଡୁନଥିଲା ତାହା ନୁହେଁ ବଲିଉଡ୍ ଜଗତରେ ମଧ୍ୟ ଏହି ବଙ୍ଗୀୟ ଅଭିନେତ୍ରୀ କାହିଁକି ଅଭିନୟ ଜଗତରୁ ଦୂରେଇ ଗଲେ ସେନେଇ ଚାଲିଥିଲା ଜୋରଦାର ଚର୍ଚ୍ଚା। କିନ୍ତୁ ଏହାରି ମଧ୍ୟରେ ହଠାତ ରଚନା ଉଭା ହେଲେ ରାଜନୀତିରେ । ହୁଗୁଳିରୁ ଟିଏମସି ସାଂସଦ ଭାବେ ଲୋକସଭା ନିର୍ବାଚନ ଜିତିଲେ ।
ଆଉ ଏପଟେ ସିଦ୍ଧାନ୍ତ ଓଡ଼ିଶାର ଦିଗପହଣ୍ଡିରୁ ବିଜେପି ବିଧାୟକ ଭାବରେ ନିର୍ବାଚିତ ହେଲେ । ତେବେ ଆଜି ବି ଫିଲ୍ମ ଲକ୍ଷ୍ମଣରେଖାର ଗୀତ 'କିଛି କିଛି ହେଉଛି'। ସୁହାଗସିନ୍ଦୁର ଫିଲ୍ମର 'ସିନ୍ଦୂର କହିଯାଏ ମୋତେ ଆଜି'। ସନ୍ତାନ ଫିଲ୍ମର ଗୀତ 'ଫଗୁଣରେ ଫଗୁଣ ଦେଇଯାଆରେ ସିନ୍ଦୂର'। ଦର୍ଶକ ଆଜି ବି ମନେ ମନେ ଗୁଣୁଗୁଣାଉଥାନ୍ତି। ରଚନା ବାନାର୍ଜୀ...ବଙ୍ଗୀୟ ଝିଅ ହେଲେ ପରିଚୟ ପାଇଥିଲେ ଓଡିଆ ଅଭିନେତ୍ରୀ ଭାବେ... ଓଡିଶାର ଜଣେ ନିଖୁଣ ଅଭିନେତ୍ରୀ ଭାବେ ତାଙ୍କର ନାଁ ସମସ୍ତେ ଜାଣନ୍ତି । ଓଲିଉଡ୍ରେ ୯୦ ଦଶକର ଅଧାରୁ ଅଧିକ ଫିଲ୍ମ ରଚନା ଆଉ ସିଦ୍ଧାନ୍ତଙ୍କର... ଯେଉଁ ଫିଲ୍ମରେ ରଚନା- ସିଦ୍ଧାନ୍ତ ନଥାନ୍ତି ଦର୍ଶକ ସେ ଫିଲ୍ମ ଦେଖିବାକୁ ଲୋକେ ଯାଆନ୍ତି ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ରଚନା ଏବଂ ସିଦ୍ଧାନ୍ତଙ୍କ ଶେଷ ଫିଲ୍ମ ସନ୍ତାନ' (ମଥାରେ ଦେଇ ପାଟ ଓଢଣୀ(ଗୀତ ଲାଗି। ) ଏହା ପରଠୁ ଆଉ ନଜର ଆସିନଥିଲେ ଦୁଇ ଜଣ। ଏବେ ଏହି ଦୁଇ ଜଣ ରାଜନେତା ଆଉ ରାଜନେତ୍ରୀ।
ଏବେ ନଜର ପକାଇବା ରଚନାଙ୍କ ମଡେଲିଙ୍ଗ କ୍ୟାରିୟର ଉପରେ
📱 Get Argus News App
✨ପଶ୍ଚିମବଙ୍ଗରେ ବ୍ରାହ୍ମଣ ଜନ୍ମଗ୍ରହଣ କରିଥିବା ରଚନା ହେଉଛନ୍ତି ବାପା-ମାଙ୍କର ଗୋଟିଏ ଝିଅ। ତାଙ୍କର ଛୋଟବେଳର ନାଁ ଥିଲା ଝୁମ୍ଝୁମ୍ ବାନାର୍ଜୀ । ରଚନା ପ୍ରଥମେ ମଡେଲିଙ୍ଗରେ କ୍ୟାରିୟର ଆରମ୍ଭ କରିଥିଲେ.. ୧୯୯୧ରେ ମିସ୍ କୋଲକତା ପ୍ରତିଯୋଗିତା ବି ଜିତିଥିଲେ । ରଚନାଙ୍କ ସ୍ମାଇଲ ତାଙ୍କ ସୌନ୍ଦର୍ଯ୍ୟକୁ ଆହୁରି ଦୁଇଗୁଣିତ କରିଥାଏ ସେଥିପାଇଁ ମିସ୍ ବ୍ୟୁଟିଫୁଲ ସ୍ମାଇଲ ପଦକ ମଧ୍ୟ ହାସିଲ କରିଛନ୍ତି ରଚନା । ୧୯୯୨ରେ ମିସ୍ ଇଣ୍ଡିଆ ପ୍ରତିଯୋଗିତା ମଧ୍ୟ ଅଂଶଗ୍ରହଣ କରିଥିଲେ ରଚନା।
ରଚନାଙ୍କ ଅଭିନୟ କ୍ୟାରିୟର
ରଚନାଙ୍କ ପ୍ରଥମ ଫିଲ୍ମ ପ୍ରତିଦିନ ୧୯୯୩ରେ ରଲିଜ ହୋଇଥିଲା। ଯେଉଁଥିରେ ରଚନା ମୁଖ୍ୟ ମହିଳା ଚରିତ୍ରରେ ନଜର ଆସିଥିଲେ। ଏହି ଫିଲ୍ମରୁ ଝୁମଝୁମରୁ ରଚନା ପାଲଟି ଯାଇଥିଲେ ରଚନା ବାନାର୍ଜୀ। ତେବେ ଓଲିଉଡରେ ରଚନାଙ୍କ ଦବଦବା ବହୁତ ଅଧିକ ଥିଲା । ଏପର୍ଯ୍ୟନ୍ତ ୪୫ ଟି ଓଡ଼ିଆ ଫିଲ୍ମ କାମ କରିସାରିଛନ୍ତି ସେ। ଖାଲି ସେତିକି ନୁହେଁ ବଲିଉଡ୍ ମୁଭି ସୂର୍ଯ୍ୟବଂଶୀରେ ସୁପରଷ୍ଟାର ଅମିତା ବଚ୍ଚନଙ୍କ ସହ ନଜର ଆସିସାରିଛନ୍ତି ରଚନା। ୨୦୦୭ରେ ପ୍ରବଳ ବସୁଙ୍କୁ ବିବାହ କରିଥିଲେ ରଚନା .. କିନ୍ତୁ ୨୦୧୬ରେ ପାରିବାରିକ କଳହ କାରଣରୁ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଥିଲେ . ଉଭୟଙ୍କର ଗୋଟିଏ ପୁଅ ଅଛି। ତେବେ ଅଭିନୟ ଜଗତରେ ରଚନା କରିସ୍ମା ଦେଖାଇ ସାରିଥିବା ପରେ ରାଜନୀତିରେ କେତେ ସଫଳ ହେଉଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ।
ଅଧିକ ଦେଖନ୍ତୁ :