Videos
|
National

ଆଦାନୀ କିଣିଲା ସେମୋଲିନା କିଚେନ୍ସର ୫୦ ପ୍ରତିଶତ ଅଂଶଧନ 

Sangram Tripathy
Browse all articles by Sangram Tripathy
·1 year ago·1 min read
ଆଦାନୀ କିଣିଲା ସେମୋଲିନା କିଚେନ୍ସର ୫୦ ପ୍ରତିଶତ ଅଂଶଧନ 

 ଅର୍ଗସ ବ୍ୟୁରୋ:ସେମୋଲିନା କିଚେନ୍ସର ୫୦ ପ୍ରତିଶତ ଅଂଶଧନ କିଣିଲା ଆଦାନୀ ଏଣ୍ଟରପ୍ରାଇଜ୍ରସ ଲିମିଟେଡ୍। ଫଳରେ ଆଦାନୀ ଗ୍ରୁପର ସହାୟକ କମ୍ପାନୀ ଆଦାନୀ ଏୟାରପୋର୍ଟ ହୋଲ୍ଡିଂ ଲିମିଟେଡର ଲାଉଞ୍ଜ ଏବଂ ଫୁଡ୍ ସର୍ଭିସ କ୍ଷେତ୍ରରେ ସ୍ଥିତି ଆହୁରି ମଜଭୂତ ହେବ। ଏହି ଅଧିଗ୍ରହଣ ୧୪ ଅକ୍ଟୋବର ସୁଦ୍ଧା ସଂପୂର୍ଣ୍ଣ ହେବା ପରେ ୧୫ ଅକ୍ଟୋବରରେ ଏ ସମ୍ପର୍କରେ ସୂଚନା ଦେଇଛି କମ୍ପାନୀ। ସେମୋଲିନା କିଚେନ୍ ଏୟାରପୋର୍ଟ ଲାଉଞ୍ଚ ସହ ଫୁଡ୍ ଆଉଟଲେଟ୍ ନିର୍ମାଣ କରିବା ଏବଂ ଏହାର ପରିଚାଳନା କରୁଛି। କମ୍ପାନୀ ୨୦୨୪ ଆର୍ଥିକ ବର୍ଷରେ ୪୬.୨୪ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଏହି ଅଧିଗ୍ରହଣ ଦ୍ବାରା ଆଦାନୀ ଏୟାରପୋର୍ଟ ତାର ହସ୍ପିଟାଲିଟି ସେକ୍ଟରକୁ ଆହୁରି ସଂପ୍ରସାରଣ କରିବ । ପ୍ରିମିୟମ ଲାଉଞ୍ଜ ସେବା ଦ୍ବାରା ଯାତ୍ରୀଙ୍କୁ ଆହୁରି ଭଲ ସେବା ପ୍ରଦାନ କରିବା  ଲକ୍ଷ୍ୟ ରଖିଛି ଆଦାନୀ ଏୟାରପୋର୍ଟ ହୋଲ୍ଡିଂ ଲିମିଟେଡ୍ । ସୂଚନା ମୁତାବକ ଆଦାନୀ ଏୟାରପୋର୍ଟ ହୋଲ୍ଡିଂ ଲିମିଟେଡର ପୋର୍ଟଫୋଲିଓରେ ମୋଟ୍ ୮ଟି ଏୟାରପୋର୍ଟ ରହିଛି। ଯାହାଫଳରେ ଏହା ଭାରତର ସବୁଠୁ ବଡ ଇନଫ୍ରାଷ୍ଟ୍ରକଚର କମ୍ପାନୀ ହୋଇଛି । ଯେଉଁଠି ଦେଶର ୨୫ ପ୍ରତିଶତ ବିମାନଯାତ୍ରୀଙ୍କୁ ଫୁଟଫଲ୍ ରହିଥିବା ବେଳେ ଭାରତର ଏୟ।ର କାର୍ଗୋ ଟ୍ରାଫିକର ୩୩ ପ୍ରତିଶତ ଏହି ଏୟାରପୋର୍ଟ ଗୁଡିକ ଦେଇ ହୋଇଥାଏ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Adani bought 50 percent stake in Semolina Kitchens | Argus News