Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଦାନୀ କୋନେକ୍ସର ହାଇଦ୍ରାବାଦ ଡାଟା ସେଣ୍ଟରକୁ ମିଳିଲା ୫ ଷ୍ଟାର୍ ଗ୍ରେଡ୍ 

Manini Pattanayak
Browse all articles by Manini Pattanayak
·2 years ago·2 min read
ଆଦାନୀ କୋନେକ୍ସର ହାଇଦ୍ରାବାଦ ଡାଟା ସେଣ୍ଟରକୁ ମିଳିଲା ୫ ଷ୍ଟାର୍ ଗ୍ରେଡ୍ 

ନୂଆଦିଲ୍ଲୀ:  ଆଦାନୀ କୋନେକ୍ସର ହାଇଦ୍ରାବାଦ ଡାଟା ସେଣ୍ଟରକୁ ମିଳିଲା ୫ ଷ୍ଟାର୍ ଗ୍ରେଡ୍ ।  ବ୍ରିଟିଶ ସେଫ୍ଟି କାଉନସିଲ୍ ପକ୍ଷରୁ ଦିଆଯାଇଛି ଏହି ଗ୍ରେଡିଂ। ଦେଶରେ ପ୍ରଥମ ଡାଟା ସେଣ୍ଟର ଭାବେ ମିଳିଛି ପୁରସ୍କାର।  ଦେଶର ଅଗ୍ରଣୀ ଇନଫ୍ରାଷ୍ଟ୍ରକଚର କମ୍ପାନୀ ଆଦାନୀ ଗ୍ରୁପ ଏବଂ ବିଶ୍ବର ସର୍ବବୃହତ୍ତ ଡାଟା ସେଣ୍ଟର ଅପରେଟର ଏଜକୋନେକ୍ସ ସହଭାଗିତାରେ ଚାଲିଥିବା ଏହି କମ୍ପାନୀରେ ଅକୁପେସନାଲ୍ ହେଲ୍ଥ ଏବଂ ସେଫ୍ଟି ଅଡିଟ୍ କରିଥିଲା ବ୍ରିଟିଶ ସେପ୍ଠି କାଉନସିଲ୍ ।  ଏହି ଅନ୍ତର୍ଜାତୀୟ ସ୍ବୀକୃତି ପାଇବାରେ ଆଦାନୀ ଏଜକୋନେକ୍ସ ଦେଶର ପ୍ରଥମ।  ହେଲ୍ଥ ଓ ସେପ୍ଟି ମ୍ୟାନେଜମେଣ୍ଟ ସିଷ୍ଟମକୁ ନେଇ ମିଳିଛି ସମ୍ମାନ।  ଏହା କର୍ମଚାରୀଙ୍କ ସ୍ବାସ୍ଥ୍ୟ ଏବଂ ସେଫ୍ଟି ମ୍ୟାନେଜମେଣ୍ଟ ନେଇ ଆଦାନୀ ଗ୍ରୁପର ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି ଗ୍ରେଡିଂ ପାଇଁ ପାଖାପାଖି ୬୦ଟି ଉପଦାନକୁ ବିସ୍ତୃତ ଭାବେ ସମୀକ୍ଷା କରାଯାଇଛି। ଯାହା ମଧ୍ୟରେ ପ୍ରମୁଖ ଭାବେ ହେଲ୍ଥ ଏବଂ ସେପ୍ଠି ମ୍ୟାମେଜମେଣ୍ଟରେ ବେଷ୍ଟ ପ୍ରାକ୍ଟିସ୍ ଇଣ୍ଡିକେଟର୍ ଉପରେ ପ୍ରଦର୍ଶନକୁ ଅଧ୍ୟୟନ କରାଯାଇଛି। ଏହି ଅଡିଟରେ ତଥ୍ୟଗତ ସମୀକ୍ଷା ଏବଂ ସିନିୟମ ମ୍ୟାନେଜମେଣ୍ଟ, କର୍ମଚାରୀ ଏବଂ ପ୍ରମୁଖ ଷ୍ଟେକହୋଲଡରମାନଙ୍କର ମତାମତ ନିଆଯାଇଥିଲା। ଆଦାନୀ କୋନେକ୍ସ ହାଇଦ୍ରାବାଦ ସହ ଅନେକ ସ୍ଥାନରେ ୧ ଗିଗାୱାଟ୍ ଡାଟାସେଣ୍ଟର ପ୍ଲାଟଫର୍ମ ନିର୍ମାଣ କରୁଛି। ଯାହାକି ରିନ୍ୟୁବଲ୍ ଏନର୍ଜିର ଚାଲିବ ।

ଏହି ସେଣ୍ଟର ହାଇଦ୍ରାବାଦ, ଚେନ୍ନାଇ, ନୋଏଡା ଏବଂ ପୁଣେରେ ନିର୍ମାଣ କରାଯାଉଛି।  ବର୍ତ୍ତମାନର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯୁଗରେ ଡାଟା ସେଣ୍ଟର ଗୁଡିକର ବିସ୍ତୃତ ନେଟୱର୍କର ବ୍ୟବହାର ଅତ୍ୟାଧୁନିକ ଜ୍ଞାନକୌଶଳକୁ ଆପଣେଇବା ଲାଗି ପ୍ରୋତ୍ସାହିତ କରିବ ଏବଂ ଦେଶର ଡିଜିଟାଲ୍ ଅଭିଳାଷାକୁ ଇନ୍ଧନ ଯୋଗାଇବ ।  ବ୍ରିଟିଶ ସେପ୍ଠି କାଉନସିଲର ସିଇଓ ମାଇକ୍ ରିବନସନ୍ କହିଛନ୍ତି, ଉତ୍କୃଷ୍ଟ ସ୍ବାସ୍ଥ୍ୟ ଏବଂ ସୁରକ୍ଷା ଅଡିଟ୍ କ୍ଷେତ୍ରରେ ଆଦାନୀ କୋନେକ୍ସ ଉତ୍କୃଷ୍ଟ ଉପଲବ୍ଧି ହାସଲ କରିଛି।  ଆଦାନୀ କୋନେକ୍ସର ଚିଫ୍ ବିଜନେସ୍ ଅଫିସର ସଞ୍ଜୟ ଭୂଟାନି କହିଛନ୍ତି, ସୁରକ୍ଷା  ହିଁ ଅଭିବୃଦ୍ଧିର ଆଧାର ସାଜିଛି।   ବ୍ରିଟିଶ ସେପ୍ଠି କାଉନସିଲ୍ ଅନୁସାରେ ଜଣେ କର୍ମଚାରୀ କାର୍ଯ୍ୟ କରୁଥିବା ସମୟରେ ଆଘାତପ୍ରାପ୍ତ କିମ୍ବା ଅସୁସ୍ଥ ହେବା ଉଚିତ୍ ନୁହେଁ।  ୧୯୫୭ ମସିହାରେ ପ୍ରତିଷ୍ଠା ହୋଇଥିବା ବ୍ରିଟିଶ ସେପ୍ଠି କାଉନସିଲ୍ କର୍ମଚାରୀମାନେ କର୍ମକ୍ଷେତ୍ରରେ କେମିତି ସୁରକ୍ଷିତ ରହିବେ ସେନେଇ କମ୍ପାନୀ ଗୁଡିକରେ ଅଧ୍ୟୟନ କରିଥାଏ।  ବିଶ୍ବରେ ୬୦ରୁ ଅଧିକ ଦେଶରେ ଥିବା ବ୍ରିଟିଶ ସେପ୍ଠି କାଉନସିଲର ସଦସ୍ୟମାନେ କର୍ମଚାରୀଙ୍କ ସୁରକ୍ଷା ଓ ସ୍ବାସ୍ଥ୍ୟରକ୍ଷା କ୍ଷେତ୍ରରେ କାମ କରୁଛି।  କମ୍ପାନୀର ବିଶ୍ବାସ ଯେ, ସୁରକ୍ଷିତ କାର୍ଯ୍ୟ ପରିବେଶ ଗୋଟିଏ ବ୍ୟବସାୟର ପ୍ରଗତି ପାଇଁ ଆବଶ୍ୟକ ହୋଇଥାଏ।   
  ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Adani Connex's Hyderabad data center has received a 5-star grade | Argus News