ଶତ୍ରୁ ପକ୍ଷର ଡ୍ରୋନକୁ ଚୁଟକିରେ କରିଦେବ ଧ୍ବଂସ

ଶତ୍ରୁ ପକ୍ଷର ଡ୍ରୋନକୁ ଚୁଟକିରେ କରିଦେବ ଧ୍ବଂସ । ଆଦାନୀ ଡିଫେନ୍ସ ଏବଂ ଡିଆରଡିଓ ମିଳିତ ଭାବେ ନିର୍ମାଣ କରିଛନ୍ତି ସ୍ବଦେଶୀ କାଉଣ୍ଟର ଡ୍ରୋନ ସିଷ୍ଟମ । ଡିଆରଡିଓ ସହଯୋଗରେ ନିର୍ମାଣ କରାଯାଇଥିବା ଏହି ଅତ୍ୟାଧୁନିକ ସିଷ୍ଟମ ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ଆହୁରି ମଜଭୂତ କରିବ । ଆଦାନୀ ଡିଫେନ୍ସ ଏବଂ ଏରୋସ୍ପେସ ଏବଂ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ ସହଯୋଗରେ ନିର୍ମିତ ଏହି ଭେଇକିଲ୍ ମାଉଣ୍ଟେଡ୍ କାଉଣ୍ଟର ଡ୍ରୋନ ସିଷ୍ଟମର ଅନାବରଣ ଏରୋ- ଇଣ୍ଡିଆ ୨୦୨୫ରେ କରାଯାଇଛି । ଏହାର ଲଞ୍ଚ କରିଛନ୍ତି ଡିଆରଡିଓ ଡିଜି ।
ବର୍ତ୍ତମାନ ସମୟରେ ଯୁଦ୍ଧରେ ଗୁଇନ୍ଦାଗିରି ଅଭିଯାନରେ ଡ୍ରୋନର ଆବଶ୍ୟକତା ରହିଛି । ଦିନକୁ ଦିନ ଏହାର ବ୍ୟବହାର ମଧ୍ୟ ବଢିବାରେ ଲାଗିଛି । ଡିଆରଡିଏ ସହଯୋଗରେ ନିର୍ମିତ ଏହି କାଉଣ୍ଟର ଡ୍ରୋନ୍ ସିଷ୍ଟମ ଶତ୍ରୁପକ୍ଷରୁ ଡ୍ରୋନକୁ ଚିହ୍ନଟ କରିବ ଏବଂ ଏହାକୁ ଧ୍ବଂସ କରିଦେବ। ଏହି କାଉଣ୍ଟର ଡ୍ରୋନ ସିଷ୍ଟମ ବହୁ ଦୂରରୁ ସଠିକତାର ସୁନିଶ୍ଚିତ କରିଥାଏ । ଏହାର ଅତ୍ୟାଧୁନିକ ସେନସର୍ ଜରିଆରେ ଅସୀମିତ ସୁରକ୍ଷା ମିଳିଥାଏ। ଯେଉଁଥିରେ ଶତ୍ରୁପକ୍ଷରୁ ଡ୍ରୋନକୁ ଏହା ଚିହ୍ନଟ କରି ଏହାକୁ ଧ୍ବଂସ କରିଦେଇଥାଏ ।
ଏହି ଭରସାଯୋଗ୍ୟ ଏବଂ ଆତ୍ମନିର୍ଭର କାଉଣ୍ଟର ଡ୍ରୋନ ସଲ୍ୟୁସନ୍ ଗୋଟିଏ ଚାରିଚକିଆ ବାହନରେ ଲାଗି ପାରୁଛି । ଏଥିରେ ସଠିକ୍ ଡ୍ରୋନ ନ୍ୟୁଟ୍ରାଲାଇଜେସନ ପାଇଁ ଏକ ଉଚ୍ଚକ୍ଷମତା ସମ୍ପନ୍ନ ଲେଜର୍ ସିଷ୍ଟମ, ଆକାଶରେ ବିପଦର ସାମ୍ନା କରିବାକୁ ୭.୬୨ ମିଲିମିଟର ବନ୍ଧୁକ ଏବଂ ୧୦ କିଲୋମିଟର ସୀମା ମଧ୍ୟରେ ରିଅଲ୍ ଟାଇମ୍ ଲକ୍ଷ୍ୟଭେଦି ଟ୍ରାକିଂ ଏବଂ ନ୍ୟୁଟ୍ରାଲାଇଜେସନ ପାଇଁ ଅତ୍ୟାଧୁନିକ ରାଡାର୍ , SIGINT , ଇଲେକ୍ଟ୍ରୋ ଅପ୍ଟିକାଲ୍ ସେନସର୍ ଏବଂ ଜାମର୍ ଭଳି ସୁବିଧା ରହିଛି । ଯାହାକୁ ନେଇ ଆଦାନୀ ଡିଫେନ୍ସ ସିଇଓ କହିଛନ୍ତି , ଏହା ଭାରତର ପ୍ରତିରକ୍ଷା ଗବେଷଣାର ସଫଳତାର ଏକ ପ୍ରମାଣ ।
ଏରୋ-ଇଣ୍ଡିଆ ୨୦୨୫ରେ ପ୍ରଦର୍ଶିତ ଭେହିକିଲ୍ ମାଉଣ୍ଟେଡ୍ କାଉଣ୍ଟର ଡ୍ରୋନ୍ ସିଷ୍ଟମକୁ ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପରେ ନିର୍ମାଣ କରାଯାଇଛି । ଡିଆରଡିଓର ଟ୍ରାନ୍ସଫର୍ ଅଫ୍ ଟେକ୍ନୋଲୋଜି ଫ୍ରେମୱାର୍କ ମଧ୍ୟରେ ନିର୍ମିତ ଏହି କାଉଣ୍ଟର ଡ୍ରୋନ ସିଷ୍ଟମ , ଡ୍ରୋନ ବିପଦରୁ ସୁରକ୍ଷା ଦେବା ସହ ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବ । ଏରୋସ୍ପେସ୍ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କାଉଣ୍ଟର ଡ୍ରୋନ୍ ସିଷ୍ଟମ ବିଶ୍ବରେ ଭାରତକୁ ଏକ ସ୍ବତନ୍ତ୍ର ସ୍ଥାନ ପ୍ରଦାନ କରିବ ।
📱 Get Argus News App
✨ଅଧିକ ପଢ଼ନ୍ତୁ ଦେଶ ଖବର: