Videos
|
National

ବ୍ରାଣ୍ଡେନ୍ ହଲ ଗ୍ରୁପ୍ ପକ୍ଷରୁ ଆଦାନୀ ଇଲେକ୍ଟ୍ରିସିଟିକୁ 'ଗୋଲ୍ଡ HR ଏକ୍ସଲେନ୍ସ ଆୱାର୍ଡ ୨୦୨୪'

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ବ୍ରାଣ୍ଡେନ୍ ହଲ ଗ୍ରୁପ୍ ପକ୍ଷରୁ ଆଦାନୀ ଇଲେକ୍ଟ୍ରିସିଟିକୁ 'ଗୋଲ୍ଡ HR ଏକ୍ସଲେନ୍ସ ଆୱାର୍ଡ ୨୦୨୪'

ଆଦାନୀ ଇଲେକ୍ଟ୍ରିସିଟିକୁ ବ୍ରାଣ୍ଡେନ୍ ହଲ ଗ୍ରୁପ୍ 'ଗୋଲ୍ଡ HR ଏକ୍ସଲେନ୍ସ ଆୱାର୍ଡ ୨୦୨୪' ସମ୍ମାନ ମିଳିଛି । ଆଦାନୀ ଇଲେକ୍ଟ୍ରିସିଟିକୁ ଆଦାନୀ ମାର୍ବଲ୍ସ ଲିଡରସିପ୍ ପ୍ରୋଗ୍ରାମ ପାଇଁ ସର୍ବଶ୍ରେଷ୍ଠ ଲିଡରସିପ୍ ପ୍ରୋଗ୍ରାମ ବର୍ଗରେ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଲିଡରସିପ୍ ଟ୍ୟାଲେଣ୍ଟ ଏବଂ କର୍ମଚାରୀଙ୍କ ବ୍ୟକ୍ତିଗତ ବିକାଶକୁ ପ୍ରୋତ୍ସାହନ ଦେବା ନେଇ କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଉଛି ।

ଆମେରିକାର ଫ୍ଲୋରିଡାରେ ବ୍ରାଣ୍ଡେନ୍ ହଲ୍ ଏକ୍ସଲେନ୍ସ କନଫରେନ୍ସରେ ଆଦାନୀ ଇଲେକ୍ଟ୍ରିସିଟି ମୁମ୍ବାଇ ଲିମିଟେଡର ମାନବ ସମ୍ବଳର ମୁଖ୍ୟ ଅଧିକାରୀ ଡକ୍ଟର ସଞ୍ଜୀବ ମୁରାମକରଙ୍କୁ ଏହି ଗୋଲ୍ଡ ଆୱାର୍ଡ ପ୍ରଦାନ କରାଯାଇଛି ।

ବ୍ରାଣ୍ଡେନ୍ ହଲ୍ ଗ୍ରୁପ ବିଶ୍ବରେ ଏକ ଅଗ୍ରଣୀ ରିସର୍ଚ୍ଚ ଆନାଲିସିସ୍ ଫାର୍ମ । ଯାହାକି ଗତ ୩୦ ବର୍ଷ ଧରି ବିଶ୍ବରେ ୧୦ ହଜାରରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରି ଆସୁଛି । ଏହି ପୁରସ୍କାର ମାନବ ସମ୍ବଳ କ୍ଷେତ୍ରରେ ଆଦାନୀ ଇଲେକ୍ଟ୍ରିସିଟିର ନେତୃତ୍ବକୁ ପ୍ରମାଣିତ କରୁଛି । ଏହାସହ ପ୍ରତିଭା ପରିଚାଳନା ଏବଂ ସାଂଗଠନିକ ବିକାଶରେ ଏକ ନୂଆ ମାନକ ସ୍ଥାପନ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Adani Electricity Wins Prestigious Brandon Hall Group 'Gold HR Excellence Award 2024' | Argus News