Videos
|
National

୨୪ ମାସ ଭିତରେ କମିସନିଂ କରିବ ଆଦାନୀ ଏନର୍ଜି ସଲ୍ୟୁସନ୍ ଲିମିଟେଡ୍ ପ୍ରକଳ୍ପ କରିବ

Banajyotshna Ray
Browse all articles by Banajyotshna Ray
·2 years ago·2 min read
୨୪ ମାସ ଭିତରେ କମିସନିଂ କରିବ ଆଦାନୀ ଏନର୍ଜି ସଲ୍ୟୁସନ୍ ଲିମିଟେଡ୍ ପ୍ରକଳ୍ପ କରିବ

ଅର୍ଗସ ବ୍ୟୁରୋ:  ଖାବଡାରେ ୭ ଗିଗାୱାଟ୍ ଟ୍ରାନ୍ସମିସନ ନେଟୱର୍କ ସହ ବିତରଣ ଏବଂ ଟ୍ରାନ୍ସମିସନ କ୍ଷେତ୍ରରେ ନିଜର ସ୍ଥିତି ମଜଭୂତ କରିଛି ଦେଶର ଅଗ୍ରଣୀ ଘରୋଇ ବିଦ୍ୟୁତ ବିତରଣ ଏବଂ ଟ୍ରାନ୍ସମିସନ କମ୍ପାନୀ  ଆଦାନୀ ଆଦାନୀ ଏନର୍ଜି ସଲ୍ୟୁସନ୍ ଲିମିଟେଡ୍।  ଖାବଡାରେ ୫୯୬ ସର୍କିଟ୍ କିଲୋମିଟର ଟ୍ରାନ୍ସମିସନ ନେଟୱର୍କ ସହ ୪୦୯୧ କୋଟିର ଖାବଡାର ଫେଜ୍ -4 ପାର୍ଟ -A  ପ୍ରକଳ୍ପ ଜରିଆରେ ଖାବଡାର ରିନ୍ୟୁବଲ୍ ଏନର୍ଜି ପାର୍କରୁ ୭  ଗିଗାୱାଟ୍ ବିଦ୍ୟୁତ ନ୍ୟାସନାଲ୍ ଗ୍ରୀଡକୁ ସ୍ଥାନାନ୍ତରଣ ହେବ । ପ୍ରଥମ ଥର ପାଇଁ ଏହି ପ୍ରକଳ୍ପରେ ସ୍ଥିର ବିଦ୍ୟୁତ ଯୋଗାଣ ପାଇଁ ସ୍ବତନ୍ତ୍ର ଜ୍ଞାନକୌଶଳର ବ୍ୟବହାର ହୋଇଛି । ଏହି ପ୍ରକଳ୍ପ ଆସନ୍ତା ୨୪ ମାସ ଭିତରେ କମିସନିଂ କରିବ ଆଦାନୀ ଏନର୍ଜି ସଲ୍ୟୁସନ୍ ଲିମିଟେଡ୍ ।

ଆରଇସି ପାୱାର୍ ଡେଭଲପମେଣ୍ଟ ଆଣ୍ଡ କନସଲଟାନ୍ସି ଲିମିଟେଡ୍ ଠାର ଲେଟର୍ ଅଫ୍ ଇଣ୍ଟେଣ୍ଟ୍ ହାସଲ ପରେ ଏହି ସ୍ପେଶାଲ୍ ପର୍ପସ ଭେହିକଲ୍ ଅଧିଗ୍ରହଣ ସଂପୂର୍ଣ୍ଣ କରିଛି । ଖାବଡା ଆଇଭିଏ ପାୱାର୍ ଟ୍ରାନ୍ସମିସନ ଲିମିଟେଡ ହେଉଛି ଆରଇସି ପାୱାର୍ ଡେଭଲପମେଣ୍ଟ ଆଣ୍ଡ କନସଲଟାନ୍ସି ଲିମିଟେଡ୍ ଦ୍ବାରା ନିର୍ମାଣ ଏକ ସ୍ପେଶାଲ୍ ପର୍ପସ୍ ଭେହିକଲ୍ ।  ଖାବଡା ଆଇଭିଏ ଟ୍ରାନ୍ସମିସନ ଲାଇନ୍ ହେଉଛି ନ୍ୟାସନାଲ୍ ଗ୍ରୀଡର ଏକ ଅଂଶୀଦାର ସଂସ୍ଥା । ଯାହା ୭ ଗିଗାୱାଟ୍ ରିନ୍ୟୁବଲ୍ ଏନର୍ଜିକୁ ଖାବଡାରୁ ଲକଡିଆ ଏବଂ ଖାବଡାରୁ ଭୂଜ୍ ମଧ୍ୟରେ ଥିବା ୭୬୫  କିଲୋଭୋଲ୍ଟ କ୍ଷମତା ବିଶିଷ୍ଟ ଡବଲ୍ ସର୍କିଟ୍ ଲାଇନ ଦ୍ବାରା ବିଦ୍ୟୁତ  ଯୋଗାଣ କରିବ ।  ଏଥିପାଇଁ ୪,୫୦୦ ମେଗାଭୋଲ୍ଟ ଆମ୍ପିଅର୍ ଟ୍ରାନ୍ସଫର୍ମେସନର ସ୍ଥାପନା କରାଯାଇଛି ।

ଖାବଡା ହେଉଛି ବିଶ୍ବର ସର୍ବବୃହତ ରିନ୍ୟୁବଲ୍ ଏନର୍ଜି ପାର୍କ। ଯେଉଁଠୁ ୩୦ ଗିଗାୱାଟ୍ ବିଦ୍ୟୁତ  ଉତ୍ପାଦନ ଲକ୍ଷ୍ୟ ରଖିଛି ଆଦାନୀ ଗ୍ରୁପ । ଯାହାକି ଦେଶର ଡିକାର୍ବନାଇଜେସନ୍ ଯାତ୍ରାରେ ଏକ ବଡ ଯୋଗଦାନ କରିବ । ଏହି ଟ୍ରାନ୍ସମିସନ ଲାଇନ୍ ଅଧିଗ୍ରହଣ ଦ୍ବାରା ସ୍ବଚ୍ଛ ବିଦ୍ୟୁତ ଯୋଗାଣ ଲାଗି ଆବଶ୍ୟକ ଭିତ୍ତିଭୂମି ପାଇଁ ପ୍ରୋତ୍ସାହନ ମିଳିବ । ଖାବଡା ବଞ୍ଜର ଜମିକୁ ଦେଶର ନେଟ୍ ଜିରୋ ଯାତ୍ରାର ପ୍ରମୁଖ ସ୍ଥାନ ରୂପ ଗଢି ତୋଳିବା ଉପରେ ଫୋକସ୍ କରି ଆସିଛି ଆଦାନୀ ଗ୍ରୁପ । ଟାରିଫ୍ ଭିତ୍ତିକ ପ୍ରତିଯୋଗିତାମୂଳକ ବିଡିଂ ପ୍ରକ୍ରିୟାରେ ଏହି ପ୍ରକଳ୍ପ ଜିତିଛି ଆଦାନୀ ଏନର୍ଜି ସଲ୍ୟୁସନ୍ ଲିମିଟେଡ୍ ।  ଆସନ୍ତା ୨୪ ମାସରେ ପ୍ରକଳ୍ପର ସଂପୂର୍ଣ୍ଣ ହେବ। ପରବର୍ତ୍ତୀ ୩୫ ବର୍ଷ ଲାଗି ଏହାର ରକ୍ଷଣାବେକ୍ଷଣ କରିବ ଆଦାନୀ ଗ୍ରୁପ। ଏହି ପ୍ରକଳ୍ପରେ ୨୯୮ କିଲୋମିଟର ଟ୍ରାନ୍ସମିସନ ଲାଇନ୍ ନିର୍ମାଣ ଲାଗି କମ୍ପାନୀ ୪୦୯୧ କୋଟି ଟଙ୍କା ଖର୍ଚ୍ଚ କରିବ ।

ଆଦାନୀ ଏନର୍ଜି ସଲ୍ୟୁସନ୍ ଲିମିଟେଡ୍ ହେଉଛି ଦେଶର ସର୍ବୃହତ ଘରୋଇ ଟ୍ରାନ୍ସମିସନ କମ୍ପାନୀ । ଯାହା ପାଖରେ ମୋଟ୍ ୨୧,୭୮୩ ସର୍କିଟ୍ କିଲୋମିଟର ଟ୍ରାନ୍ସମିସନ ନେଟୱର୍କ ଏବଂ ୬୧, ୬୮୬ ମେଗାଭୋଲ୍ଟ ଆମ୍ପିଅର୍ ଟ୍ରାନ୍ସଫର୍ମେସନ୍ କ୍ଷମତା ରହିଛି। ଆଦାନୀ ଏନର୍ଜି ସଲ୍ୟୁସନ୍ ମୁମ୍ବାଇର ୧୩ ମିଲିୟନ ଉପଭୋକ୍ତା ଏବଂ ମୁନ୍ଦ୍ରା ଇଣ୍ଡଷ୍ଟ୍ରିଆଲ୍ ହବରେ ସେବା ପ୍ରଦାନ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର: