Videos
|
National

ଆସାମରେ ୫୦ ହଜାର କୋଟି ନିବେଶ କରିବ ଆଦାନୀ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ଆସାମରେ ୫୦ ହଜାର କୋଟି ନିବେଶ କରିବ ଆଦାନୀ !

ଆସାମରେ ୫୦ ହଜାର କୋଟି ନିବେଶ କରିବ ଆଦାନୀ ଗ୍ରୁପ । ଆଦାନୀ ଗ୍ରୁପର ନିର୍ଦ୍ଦେଶକ ଜିତ୍ ଆଦାନୀଙ୍କୁ ଭେଟିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଏହାକୁ ନେଇ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି ହିମନ୍ତ ବିଶ୍ବଶର୍ମା । ସେ କହିଛନ୍ତି, ଫେବ୍ରୁଆରି ମାସରେ ଆଡଭାଣ୍ଟେଜ୍ ଆସାମ ୨.୦ ବିଜନେସ୍ ସମିଟରେ ଆଦାନୀ ଗ୍ରୁପ ଦ୍ବାରା ଘୋଷଣା କରାଯାଇଥିବା ୫୦ ହଜାର କୋଟିର ନିବେଶ ପ୍ରସ୍ତାବ ସମ୍ପର୍କରେ ଚର୍ଚ୍ଚା ହୋଇଛି ।


ଆଡଭାଣ୍ଟେଜ୍ ଆସାମ ୨.୦ କାର୍ଯ୍ୟକ୍ରମରେ ୫୦ ହଜାର କୋଟି ନିବେଶ ନେଇ ଘୋଷଣା କରିଥିଲା ଆଦାନୀ ଗ୍ରୁପ । ତେବେ ଏହି ପ୍ରସ୍ତାବିତ ନିବେଶ ନେଇ କେତେ ଅଗ୍ରଗତି ହୋଇଛି ସେ ସମ୍ପର୍କରେ ଆଦାନୀ ଗ୍ରୁପର ନିର୍ଦ୍ଦେଶକ ଜିତ୍ ଆଦାନୀଙ୍କ ସହ ଆଲୋଚନା କରିଥିବା କହିଛନ୍ତି ହିମନ୍ତ ବିଶ୍ବଶର୍ମା । ଖୁବଶୀଘ୍ର ଏଇରୋ ସିମିଟ, ହୋଟେଲ, ସିମେଣ୍ଟ ପ୍ଲାଣ୍ଟ ଏବଂ ଅନ୍ୟାନ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ଯାହା ସବୁ ଆଦାନୀ ଗ୍ରୁପର ପ୍ରସ୍ତାବରେ ରହିଛି ତାହା ଖୁବଶୀଘ୍ର ଆରମ୍ଭ ହୋଇଯିବ ବୋଲି ଆଶା ରଖିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Adani Group to invest Rs 50 thousand crore in Assam | Argus News