ଆସାମରେ ୫୦ ହଜାର କୋଟି ନିବେଶ କରିବ ଆଦାନୀ ଗ୍ରୁପ

Key Points
ଆସାମ ପାଇଁ ଆଦାନୀ ଗ୍ରୁପର ବଡ ଘୋଷଣା
ଆସାମରେ ୫୦ ହଜାର କୋଟି ନିବେଶ କରିବ ଆଦାନୀ ଗ୍ରୁପ
ଆଡଭାଣ୍ଟେଜ୍ ଆସାମ ସମ୍ମିଳନୀରେ ଗୌତମ ଆଦାନୀଙ୍କ ଘୋଷଣା
ଏୟାରପୋର୍ଟ, ଏରୋସିଟି, ସଡ଼କ ନିର୍ମାଣ କରିବ ଆଦାନୀ ଗ୍ରୁପ
ଆଡଭାଣ୍ଟେଜ୍ ଆସାମ 2.0 ନିବେଶ ସମ୍ମିଳନୀରେ ଆଦାନୀ ଗ୍ରୁପର ବଡ ଘୋଷଣା । ଆସାମରେ ଆଦାନୀ ଗ୍ରୁପର ୫୦ ହଜାର କୋଟି ନିବେଶ ନେଇ ଘୋଷଣା କରିଛନ୍ତି ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀ । ଏହି ନିବେଶ ଅର୍ଥରେ ଆସାମରେ ପୂର୍ବରୁ ଥିବା ଏୟାରପୋର୍ଟର ସଂପ୍ରସାରଣ ସହ ଆଧୁନିକ ଏରୋସିଟି ନିର୍ମାଣ ପାଇଁ ଯୋଜନା ରଖିଛି ଆଦାନୀ ଗ୍ରୁପ । ସେହିପରି ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ, ପାୱାର୍ ଟ୍ରାନ୍ସମିସନ, ସିମେଣ୍ଟ ପ୍ରକଳ୍ପରେ ଖର୍ଚ୍ଚ କରାଯିବ। ସଡ଼କ ପ୍ରକଳ୍ପ ମାଧ୍ୟମରେ ଆସାମରେ ଟ୍ରାନ୍ସପୋର୍ଟ ନେଟୱର୍କକୁ ସଶକ୍ତ କରିବାକୁ ଯୋଜନା କରିଛି ଆଦାନୀ ଗ୍ରୁପ । ଆଦାନୀ ଗ୍ରୁପର ଏହି ନିବେଶ କେବଳ ଯେ ଆସାମର ଆର୍ଥିକ ବିକାଶରେ ବଡ ଯୋଗଦାନ କରିବ ତାନୁହେଁ ଏହାଦ୍ବାରା ହଜାର ହଜାର ସଂଖ୍ୟାରେ ନିଯୁକ୍ତି ସହ ବ୍ୟବସାୟର ନୂଆ ସୁଯୋଗ ସୃଷ୍ଟି କରିବ ।
ଏହି ନିବେଶକ ସମ୍ମିଳନୀରେ ପ୍ରଥମେ ଗୁଜରାଟରେ ଆରମ୍ଭ ହୋଇଥିଲା । ୨୦୦୩ରେ ଆରମ୍ଭ ହୋଇଥିବା ନିବେଶ ସମ୍ମିଳନୀରେ ବର୍ତ୍ତମାନ ରାଷ୍ଟ୍ରୀୟ ଆନ୍ଦୋଳନରେ ପରିବର୍ତ୍ତିତ ହୋଇଛି। ବିଗତ ୨୦ ବର୍ଷରେ ଏହା ଆଶାଠୁ ଅଧିକ ସଫଳତା ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇନଫ୍ରାଷ୍ଟ୍ରକଚର୍ ଭିଜନକୁ ପ୍ରଂଶାସ କରି ଗୌତମ ଆଦନୀ କହିଛନ୍ତି ଯେ, ଦେଶରେ ଭିତ୍ତିଭୂମି କ୍ଷେତ୍ରରେ ଯାହା ବି ବିକାଶ ହୋଇଛି ତାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରେରଣାଦାୟୀ ନେତୃତ୍ବର ପରିଣାମ । ତାଙ୍କର ସେହି ଭିଜନରେ ପ୍ରେରିତ ଆଦାନୀ ଗ୍ରୁପ ଆସାମର ବିକାଶରେ ପ୍ରତିବଦ୍ଧତା ସହ ଭାଗିଦାରୀ ହେବ ବୋଲି କହିଛନ୍ତି ଗୌତମ ଆଦାନୀ ।
ଆଡଭାଣ୍ଟେଜ୍ ଆସାମ ୨୦୨୫ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଗୁଆହାଟିର ଲୋକପ୍ରିୟ ଗୋପୀନାଥ ବୋରଦୋଳାଇ ଅନ୍ତର୍ଜାତୀୟ ବିମାନବନ୍ଦରର ନୂଆ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ୍ ବିଲ୍ଡିଂର ଵମ୍ବୁ ଅର୍କିଡ୍ ଡିଜାଇନର ଅନାବରଣ କରିଛନ୍ତି । ଯାହାକି ଆସାମର ପ୍ରାକୃତିକ ସୌନ୍ଧର୍ଯ୍ୟ ଉପରେ ଆଧାରିତ । ବର୍ତ୍ତମାନ ଏହି ନୂଆ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ୍ ବିଲ୍ଡିଂ ନିର୍ମାଣଧୀନ ରହିଥିବା ବେଳେ ବାର୍ଷିକ ୧୩.୧ ମିଲିୟନ ପାସେଞ୍ଜର ମ୍ୟାନେଜ୍ କରିପାରୁଛି । ଏମିତିକା ଟର୍ମିନାଲ୍ ଭାରତର ଉତ୍ତର-ପୂର୍ବ ରାଜ୍ୟ ଗୁଡିକରେ ପ୍ରଥମ । ଯାହାକି ୨୦୨୫ ଶେଷ କ୍ବାଟର ସୁଦ୍ଧା ସଂପୂର୍ଣ୍ଣ ହେବା ଆଶା କରାଯାଉଛି ।