Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -   ମହାରାଷ୍ଟ୍ରରେ ୫୦ ହଜାର କୋଟି ଟଙ୍କା ନିବେଶ କରିବ ଆଦାନୀ ଗ୍ରୁପ 

National

  ମହାରାଷ୍ଟ୍ରରେ ୫୦ ହଜାର କୋଟି ଟଙ୍କା ନିବେଶ କରିବ ଆଦାନୀ ଗ୍ରୁପ 

Manini Pattanayak
Browse all articles by Manini Pattanayak
·2 years ago·2 min read
  ମହାରାଷ୍ଟ୍ରରେ ୫୦ ହଜାର କୋଟି ଟଙ୍କା ନିବେଶ କରିବ ଆଦାନୀ ଗ୍ରୁପ 

 ନୂଆଦିଲ୍ଲୀ:  ହାଇପରସ୍କେଲ୍ ଡାଟା ସେଣ୍ଟର ନିର୍ମାଣ ପାଇଁ  ମହାରାଷ୍ଟ୍ର ସରକାରଙ୍କ ସହ ଆଦାନୀ ଗ୍ରୁପର ଏମଓୟୁ।  ଏଥିପାଇଁ ମହାରାଷ୍ଟ୍ରରେ ୫୦,୦୦୦ କୋଟି ଟଙ୍କା ନିବେଦଶ କରିବ ଆଦାନୀ ଗ୍ରୁପ। ନଭି ମୁମ୍ବାଇ ଏବଂ ପୁଣେରେ ଏହି ଡାଟା ସେଣ୍ଟର ନିର୍ମାଣ କରାଯିବ। ଏହାର ବିଶେଷତ୍ବ ହେଲା ଏହି ଡାଟା ସେଣ୍ଟର ସଂପୂର୍ଣ୍ଣ ରିନ୍ୟୁବଲ୍ ଏନର୍ଜି ଦ୍ବାରା ପରିଚାଳିତ ହେବ।  ଏଥିପାଇଁ ଡାଭୋସରେ ବିଶ୍ବ ଅର୍ଥନୈତିକ ଫୋରମରେ ଆଦାନୀ ଗ୍ରୁପର ଫ୍ଲାଗସିପ୍ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜର୍ସ ଲିମିଟେଡ୍ ମହାରାଷ୍ଟ୍ର ସରକାରଙ୍କ ସହ ଏକ ଚୁକ୍ତି ସ୍ବାକ୍ଷର କରିଛି। ଏହି ଏମଓୟୁ ବେଳେ ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀ ଏବଂ ମହାରାଷ୍ଟ୍ର  ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଉପସ୍ଥି ଥିଲେ।  ଆସନ୍ତା ୧୦ ବର୍ଷରେ ୧ ଗିଗାୱାଟ୍ କ୍ଷମତା ବିଶିଷ୍ଟ ଏହି ଡାଟା ସେଣ୍ଟରରେ ଖର୍ଚ୍ଚ ହେବ ୫୦ ହଜାର କୋଟି ଟଙ୍କା।  ଏହାକୁ ଡାଟା ସେଣ୍ଟର ଭିତ୍ତିଭୂମିର ପ୍ରମୁଖ ସ୍ଥାନ ମୁମ୍ବାଇ କିମ୍ବା ନଭି ମୁମ୍ବାଇ ଏବଂ ପୁଣେରେ ନିର୍ମାଣ କରାଯିବ। ଏହା ସଂପୂର୍ଣ୍ଣ ଭାବେ ରିନ୍ୟୁବଲ ଏନର୍ଜି ଦ୍ବାରା ଚାଲିବାକୁ ଥିଲାବେଳେ ମହାରାଷ୍ଟ୍ରରେ ଗ୍ରୀନ ଏନର୍ଜି  ଭିତ୍ତିଭୂମି ଅଭିବୃଦ୍ଧିରେ ବିଶେଷ ସହାୟକ ହେବ।

 ଏହି ପ୍ରକଳ୍ପ ଜରିଆରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ପାଖାପାଖି ୨୦୦୦୦ ଲୋକ ନିଯୁକ୍ତି ପାଇବେ। ଏହାସହ ଆଦାନୀ ଗ୍ରୁପ ୧ ଗିଗାୱାଟ୍ ହାଇପରସ୍କେଲ୍ ଡାଟାସେଣ୍ଟର ଭିତ୍ତିଭୂମିରେ ବଳକା ବିଜୁଳି ଆବଣ୍ଟନ ପାଇଁ ଲକ୍ଷ୍ୟ ରଖିଛି। ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରୁଛନ୍ତି ମହାରାଷ୍ଟ୍ର ସରକାର।  ହାଇପରସ୍କେଲ୍ ପ୍ରକଳ୍ପ ଉଭୟ ଅର୍ଥନୀତି ଓ ସାମାଜିକ ଦୃଷ୍ଟିକୋଣରୁ ମହାରାଷ୍ଟ୍ର ପାଇଁ ଗୁରୁତ୍ବପୂର୍ଣ୍ଣ। ରିନ୍ୟୁବଲ୍ ଏନର୍ଜିରେ ମୁମ୍ବାଇର ସହଭାଗିତ ଅତି ନଗଣ୍ୟ ଥିଲେ ମଧ୍ୟ ଦୃତଗତିରେ ଏଥିରେ ପରିବର୍ତ୍ତନ ହୋଇଛି। ଆସନ୍ତା କିଛି ବର୍ଷରେ ମୁମ୍ବାଇ ସ୍ବଚ୍ଛ ଇନ୍ଧନକୁ ଆପଣେଇବାରେ ଗ୍ଲୋବାଲ୍ ଲିଡର୍ ହୋଇପାରିଛି। ସ୍ବଚ୍ଛ ଇନ୍ଧନ ଆପଣେଇବାରେ ବିଶ୍ବର କୌଣସି ବଡ ସହରକୁ ଅତିକ୍ରମ କରିପାରିଛି ଆଦାନୀ ଗ୍ରୁପ। ଏହିଭଳି ବଡ ବଡ ପ୍ରକଳ୍ପ ମୁମ୍ବାଇର ରିନ୍ୟୁବଲ୍ ଏନର୍ଜି ଯାତ୍ରାକୁ ଆହୁରି ସୁଗମ କରି ଚାଲିଛନ୍ତି। ଏହାଦ୍ବାରା ଭାରତର ରିନ୍ୟୁବଲ୍ ଏନର୍ଜି ଟାର୍ଗେଟ୍ ପୂରଣ ହେବା ସହ ସଷ୍ଟେନବିଲିଟି ଲକ୍ଷ୍ୟ ହାସଲ ହେଉଛି। ୨୦୨୩ ମସିହାରେ ଆଦାନୀ ଇଲେକ୍ଟ୍ରିସିଟି ମୁମ୍ବାଇ ଲିମିଟେଡ୍,  ରିନ୍ୟୁବଲ୍ ଏନର୍ଜି ଉତ୍ସରୁ  ମୁମ୍ବାଇର ୩୮ ପ୍ରତିଶତ ବିଜୁଳି ଉପଭୋକ୍ତାଙ୍କ ବିଜୁଳି ଆବଶ୍ୟକତା ପୂରଣ କରିପାରିଛି। ୨୦୨୭ ମସିହା ସୁଦ୍ଧା ଏହି ଟାର୍ଗେଟ୍ ୬୦ ପ୍ରତିଶତ କରିବାକୁ ଲକ୍ଷ୍ୟ ରଖିଛି ଆଦାନୀ ଇଲେକ୍ଟ୍ରିସିଟି ମୁମ୍ବାଇ ଲିମିଟେଡ୍।  

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Adani Group To Invest Rs 50,000 Crore In Maharashtra Over 10 Years | Argus News