୩୬,୦୦୦ କୋଟିର ଡିଲ୍, ବଦଳିବ ସହରର ରୂପ

ଆଦାନୀ ଗ୍ରୁପ ହାତରେ ମୁମ୍ବାଇର ମୋତିଲାଲ୍ ନଗରର ହାଉସିଂ ପୁନର୍ବିକାଶ ପ୍ରକଳ୍ପ । ଏଥିପାଇଁ ହୋଇଛି ୩୬,୦୦୦ କୋଟି ଟଙ୍କାର ଡିଲ୍ । ମୋତିଲାଲ୍ ନଗରର ଏହି ପୁନର୍ବିକାଶ ପ୍ରକଳ୍ପ ପାଇଁ ସବୁଠୁ ଅଧିକ ମୂଲ୍ୟର ବିଡିଂ କରିଥିବା କମ୍ପାନୀ ହୋଇଛି ଆଦାନୀ ପ୍ରପଟିଜ୍ ପ୍ରାଇଭେଟ୍ ଲିମିଟେଡ୍ । ମୁମ୍ବାଇରେ ଆଦାନୀ ଗ୍ରୁପର ଧରାବୀ ପ୍ରକଳ୍ପ ପରେ ଏହା ଦ୍ବିତୀୟ ବୃହତ ପୁନର୍ବିକାଶ ପ୍ରକଳ୍ପ । ଆଦାନୀ ଗ୍ରୁପ ମୋତିଲାଲ୍ ନଗରକୁ ଆଧୁନିକ ଫ୍ଲାଟ୍ ଥିବା ଅଂଚଳ ଭାବେ ବଦଳାଇବାକୁ ପ୍ରୟାସ କରିବ ।
ମୋତିଲାଲ୍ ନଗର ୧, ୨ ଏବଂ ୩ ମୁମ୍ବାଇର ସବୁଠୁ ବଡ ହାଉସିଂ ରି-ଡେଭଲପମେଣ୍ଟ ପ୍ରକଳ୍ପ ମଧ୍ୟରୁ ଅନ୍ୟତମ । ଯାହାକି ପଶ୍ଚିମ ଗୋରେଗାଓଁର ପଶ୍ଚିମ ଉପନଗର ଅଂଚଳରେ ୧୪୩ ଏକରରେ ରହିଛି । ସୂଚନା ମୁତାବକ ଆଦାନୀ ଗ୍ରୁପ ନିଜର ନିକଟତମ ପ୍ରତିଦ୍ବନ୍ଦୀ ଏଲ ଆଣ୍ଡ ଟି ତୁଳନାରେ ଅଧିକ ବିଲ୍ଟଅପ୍ ଅଂଚଳ ପ୍ରଦାନ କରୁଛି, ଯେଉଁଥିପାଇଁ ଏହି କଣ୍ଟ୍ରାକ୍ଟ ମିଳିଛି । ଏଥିରେ କମ୍ପାନୀ, ମହାରାଷ୍ଟ୍ର ହାଉସିଂ ଆଣ୍ଡ ଡେଭଲପମେଣ୍ଟ ଅଥରିଟି - MHADA କୁ ୩.୯୭ ମିଲିୟନ ବର୍ଗ ମିଟର ବିଲ୍ଟଅପ୍ ଏରିଆ ଦେବାକୁ ସହମତି ପ୍ରକାଶ କରିଛି । ଯେତେବେଳେ କି ଏଲ ଆଣ୍ଡ ଟି ୨.୬ ମିଲିୟନ ବର୍ଗମିଟର ବିଲ୍ଟଅପ୍ ଏରିଆ ଦେବାକୁ ପ୍ରସ୍ତାବ ଦେଇଥିଲା ।
ଏହି ପ୍ରକଳ୍ପ ମୁମ୍ବାଇରେ ଆଦାନୀ ଗ୍ରୁପର ଧରାବୀ ପରେ ଦ୍ବିତୀୟ ବୃହତ ପୁନର୍ବିକାଶ ପ୍ରକଳ୍ପ । ଆଦାନୀ ଗ୍ରୁପ ମୋତିଲାଲ୍ ନଗରକୁ ଆଧୁନିକ ଫ୍ଲାଟ୍ ଥିବା ଅଂଚଳ ଭାବେ ବଦଳାଇବାକୁ ପ୍ରୟାସ କରିବ । ମୋତିଲାଲ୍ ନଗରର ପୁନର୍ବିକାଶ ପ୍ରକଳ୍ପର ଆନୁମାନିକ ମୂଲ୍ୟ ୩୬ ହଜାର କୋଟି ଏବଂ ପୁନର୍ବିକାଶ ପ୍ରକଳ୍ପର ଅବଧି କାର୍ଯ୍ୟ ଆରମ୍ଭରୁ ୭ ବର୍ଷ ମଧ୍ୟରେ ରହିଛି ।
ମୁମ୍ବାଇ ଉଚ୍ଚ ନ୍ୟାୟାଳୟ ଗତ ସପ୍ତାହରେ ମହାରାଷ୍ଟ୍ର ଆବାସ ଏବଂ ଅଂଚଳ ବିକାଶ ପ୍ରାଧୀକରଣକୁ ଏକ ନିର୍ମାଣ ଏବଂ ବିକାଶ ଏଜେନ୍ସି ମାଧ୍ୟମରେ ମୋତିଲାଲ୍ ନଗରକୁ ପୁନର୍ବିକାଶ କରିବାକୁ ଅନୁମତି ପ୍ରଦାନ କରିଥିଲେ । ରାଜ୍ୟ ସରକାର ଏହାକୁ ଏକ ବିଶେଷ ପ୍ରକଳ୍ପ ଭାବେ ଘୋଷଣା କରିଛନ୍ତି, ଯାହାର ଅର୍ଥ ଏଠାରେ MHADAର ନିୟନ୍ତ୍ରଣ ରହିବ । ଯାହା କନଷ୍ଟ୍ରକ୍ସନ ଆଣ୍ଡ ଡେଭଲପମେଣ୍ଟ ଅଥରିଟି- C&DA ମାଧ୍ୟମରେ କାର୍ଯ୍ୟ କରିବ ।
ମୋତିଲାଲ୍ ନଗର ପୁନର୍ବିକାଶ ପାଇଁ ନିୟମ ଅନ୍ତର୍ଗତ କନଷ୍ଟ୍ରକ୍ସନ ଆଣ୍ଡ ଡେଭଲପମେଣ୍ଟ ଅଥରିଟି- C&DA କୁ ୩୮.୩ ଲକ୍ଷ ବର୍ଗ ମିଟରର ଆବାସିକ ଅଂଚଳ ପ୍ରଦାନ କରିବାକୁ ପଡିବ। ଆଦାନୀ ଗ୍ରୁପର ଏହି କମ୍ପାନୀ MHADA କୁ ୩୯.୭ ଲକ୍ଷ ବର୍ଗ ମିଟର ଅଂଚଳ ପ୍ରଦାନ କରିବାକୁ ସହମତି ଯୋଗୁଁ ଏହି ପ୍ରକଳ୍ପ ହାତେଇବାରେ ସକ୍ଷମ ହୋଇଛି । ଆଦାନୀ ଗ୍ରୁପ ପାଖରେ ନବଭାରତ ମେଗା ଡେଭଲପର୍ସରେ ୮୦ ପ୍ରତିଶତ ଅଂଶଧନ ରହିଛି । ଯାହାକି ପୂର୍ବରୁ ଧରାବୀ ପୁନର୍ବିକାଶ ପ୍ରକଳ୍ପ ନାଁରେ ପରିଚିତ ଥିଲା । ତେବେ ବାକି ଅଂଶଧନ ରାଜ୍ୟ ସରକାରଙ୍କ ପାଖରେ ରହିଛି।