Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିବାହ ବନ୍ଧନରେ ବାନ୍ଧିହେଲେ ପ୍ରତିଷ୍ଠିତ ଉଦ୍ୟୋଗପତି ଗୌତମ ଆଦାନୀଙ୍କ ପୁଅ

National

ବିବାହ ବନ୍ଧନରେ ବାନ୍ଧିହେଲେ ପ୍ରତିଷ୍ଠିତ ଉଦ୍ୟୋଗପତି ଗୌତମ ଆଦାନୀଙ୍କ ପୁଅ

Smruti Parija
Browse all articles by Smruti Parija
·1 year ago·2 min read
ବିବାହ ବନ୍ଧନରେ ବାନ୍ଧିହେଲେ ପ୍ରତିଷ୍ଠିତ ଉଦ୍ୟୋଗପତି ଗୌତମ ଆଦାନୀଙ୍କ ପୁଅ

ଚର୍ଚ୍ଚାରେ ଉଦ୍ୟୋଗପତି ତଥା ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀଙ୍କ ପୁଅ ବାହାଘର । ବାହା ହେଲେ 10 ହଜାର କୋଟି ଦାନ କଲେ । ପୁଅଙ୍କ ବିବାହ ଦିନ ଦେଶର ପ୍ରତିଷ୍ଠିତ ଉଦ୍ୟୋଗପତି ତଥା ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀଙ୍କ ମହତ ସଂକଳ୍ପ । ସମାଜସେବା କ୍ଷେତ୍ରରେ 10 ହଜାର କୋଟିର ଦାନ କରି ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ଆଦାନୀ । ଗତମାସରେ ମହାକୁମ୍ଭ ମେଳା ପରିଦର୍ଶନ ପାଇଁ ଯାଇଥିବାବେଳେ ଗୌତମ ଆଦାନୀ କହିଥିଲେ ଯେ, ପୁଅ ଜିତଙ୍କ ବିବାହ ସାଧାରଣ ଓ ପାରମ୍ପରିକ ଶୈଳୀରେ ହେବ । ଆଉ ସେ ଦେଇଥିବା କଥା ରଖିଛନ୍ତି ।


ଜିତ୍ ଆଦାନୀଙ୍କ ବିବାହ ବହୁତ ଧୁମଧାମରେ ହେବା ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇବା ସହ ବିବାହକୁ ସାଧାରଣ ତ ରଖିଲେ ଆଉ ତାସାଙ୍ଗକୁ ଦାନ କରିଛନ୍ତି 10 ହଜାର କୋଟି । ସେବା ହିଁ ସାଧନା, ସେବା ହିଁ ପ୍ରାର୍ଥନା, ସେବା ହିଁ ପରମାତ୍ମା । ଏହି ସାମାଜିକ ଦର୍ଶନ ଉପରେ ବିଶ୍ବାସ ରଖୁଥିବା ଦେଶର ପ୍ରତିଷ୍ଠିତ ଉଦ୍ୟୋଗତି ଗୌତମ ଆଦାନୀଙ୍କ ଏହି ମହତ ଦାନ ସାମାଜିକ କ୍ଷେତ୍ରରେ ବିଭିନ୍ନ ବର୍ଗରେ ଖର୍ଚ୍ଚ କରାଯିବ । ଯେମିତି କି ସ୍ବାସ୍ଥ୍ୟସେବା, ଶିକ୍ଷା ଏବଂ ସ୍କିଲ୍ ଡେଭଲପମେଣ୍ଟରେ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ଲାଗି ଖର୍ଚ୍ଚ କରାଯିବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୁଅ ଜିତଙ୍କ ବିବାହକୁ ନେଇ ନିଜର ଏକ୍ସ ହ୍ୟାଣ୍ଡଲରେ ନବ ଦମ୍ପତ୍ତିଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଗୌତମ ଆଦାନୀ ଲେଖିଛନ୍ତି ଯେ , ପରିବାର ଓ ପ୍ରିୟଜନଙ୍କ ଉପସ୍ଥିତିରେ ଅହମ୍ମଦାବାଦରେ ଏହି ବିବାହ ସମ୍ପନ୍ନ ହୋଇଛି । ଏହା ଅତ୍ୟନ୍ତ ଛୋଟ ବିବାହ ସମାରୋହ ଥିଲା । ଏଥିପାଇଁ ସମସ୍ତଙ୍କୁ ନିମନ୍ତ୍ରଣ କରିପାରିନଥିବାରୁ କ୍ଷମାପ୍ରାର୍ଥୀ ବୋଲି କହିଛନ୍ତି ଗୌତମ ଆଦାନୀ ।


Argus Whatsapp Channel Mobile Top
Sponsored
adani-son-wedding-gautam-adani-shares-first-pictures-of-son-jeet-adani | Argus News