Adani Airport / ବିଶ୍ୱର ସବୁଠାରୁ ସୁନ୍ଦର ବିମାନବନ୍ଦର ତାଲିକାରେ ସାମିଲ ହେଲା ଆଦାନୀ ଗ୍ରୁପ୍ର ଦୁଇଟି ବିମାନବନ୍ଦର
·3 months ago·2 min read

Key Points
ବିଶ୍ୱର ସୁନ୍ଦରତମ ବିମାନବନ୍ଦର ତାଲିକା
ତାଲିକାରେ ଆଦାନୀ ଗ୍ରୁପ୍ର ଦୁଇଟି ବିମାନବନ୍ଦର
ନଭିମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର
ଏବଂ ଗୁଆହ୍ବାଟି ଏୟାରପୋର୍ଟର ନୂଆ ଟର୍ମିନାଲ୍
ଆଦାନୀ ଏୟାରପୋର୍ଟ ହୋଲ୍ଡିଂସ ଲିମିଟେଡ୍ ଦ୍ୱାରା ଏହା ପରିଚାଳିତ

ନୁଆଦିଲ୍ଲୀ,୧୭/୦୬: ବିଶ୍ୱର ସବୁଠାରୁ ସୁନ୍ଦର ବିମାନବନ୍ଦର ତାଲିକାରେ ସାମିଲ ହେଲା ଆଦାନୀ ଗ୍ରୁପ୍ର ଦୁଇଟି ବିମାନବନ୍ଦର । ଆଦାନୀ ଏୟାରପୋର୍ଟ ହୋଲ୍ଡିଂସ ଲିମିଟେଡ୍ ଦ୍ୱାରା ପରିଚାଳିତ ନଭିମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଗୁଆହ୍ବାଟି ଏୟାରପୋର୍ଟର ନୂଆ ଟର୍ମିନାଲ୍ ଏହି ତାଲିକାରେ ସାମିଲ୍ ହୋଇଛି।
ନଭି ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଏବଂ ଗୁଆହାଟୀର ଗୋପୀନାଥ ବୋର୍ଦ୍ଦୋଲୋଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ନୂତନ ଟର୍ମିନାଲ୍-୨ କୁ ପ୍ରତିଷ୍ଠିତ 'ପ୍ରିକ୍ସ ଭର୍ସାଇଲ୍ସ ଆର୍କିଟେକ୍ଚର ଆଣ୍ଡ ଡିଜାଇନ୍ ଆୱାର୍ଡସ୍' ପକ୍ଷରୁ 'ବିଶ୍ୱର ସବୁଠାରୁ ସୁନ୍ଦର ବିମାନ ବନ୍ଦର ୨୦୨୬ ତାଲିକାରେ ସ୍ଥାନ ମିଳିଛି । ଏହି ଦୁଇଟି ବିମାନବନ୍ଦରର ପରିଚାଳନା କରୁଛି ଆଦାନୀ ଏୟାରପୋର୍ଟ ହୋଲ୍ଡିଂସ ଲିମିଟେଡ୍ । ପ୍ୟାରିସରେ ଥିବା ୟୁନେସ୍କୋ ମୁଖ୍ୟାଳୟରେ ପ୍ରଦାନ କରାଯାଉଥିବା 'ପ୍ରିକ୍ସ ଭର୍ସାଇଲ୍ସ ଆୱାର୍ଡସ୍', ନବସୃଜନ, ସାଂସ୍କୃତିକ ପରିଚୟ ଏବଂ ପରିବେଶଗତ ଦାୟିତ୍ୱବୋଧକୁ ପ୍ରତିଫଳିତ କରୁଥିବା ସ୍ଥାପତ୍ୟର ସଫଳତାକୁ ସମ୍ମାନିତ କରିଥାଏ।
ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍-୧ କୁ ପଦ୍ମଫୁଲ ଆକୃତିର ସ୍ୱତନ୍ତ୍ର ସ୍ଥାପତ୍ୟ କଳା ଏବଂ ଫ୍ୟୁଚରିଷ୍ଟିକ ଡିଜାଇନ୍ ପାଇଁ ଏହି ସ୍ୱୀକୃତି ମିଳିଛି । ଏହି ଟର୍ମିନାଲ୍ ପ୍ରଯୁକ୍ତିବିଦ୍ୟା, କଳା ଏବଂ କାର୍ଯ୍ୟଶୈଳୀର ସମନ୍ୱୟରେ ଯାତ୍ରାର ଏକ ବିଶ୍ୱସ୍ତରୀୟ ଅନୁଭୂତି ପ୍ରଦାନ କରୁଛି । ଏଥିସହ ଏହା ଏକ ଆଧୁନିକ ଗ୍ଲୋବାଲ୍ ଇକୋନୋମିକ୍ ପାୱାରହାଉସ୍ ଭାବରେ ଭାରତର ଆକାଂକ୍ଷାକୁ ମଧ୍ୟ ପ୍ରଦର୍ଶିତ କରୁଛି।
ପଢନ୍ତୁ ଏହି ଖବର: ବିମାନବନ୍ଦରରେ ମାଡ଼ପିଟ୍: ଧରାପକାଇଲା କ୍ୟାମେରା, ଏମିତି ଗଲା କର୍ମଚାରୀଙ୍କ ଚାକିରି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ଗୁଆହାଟୀର ଲୋକପ୍ରିୟ ଗୋପୀନାଥ ବୋର୍ଦ୍ଦୋଲୋଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ଟର୍ମିନାଲ୍-୨ କୁ ଆସାମର ଇକୋଲୋଜିକାଲ୍ ଏବଂ ସାଂସ୍କୃତିକ ଐତିହ୍ୟ ଦ୍ୱାରା ଅନୁପ୍ରାଣିତ ଡିଜାଇନ୍ ପାଇଁ ପ୍ରଶଂସା ମିଳିଛି । ଉତ୍ତର-ପୂର୍ବ ଭାରତ ପାଇଁ ଏକ ପ୍ରମୁଖ ଗେଟ୍ୱେ ଭାବରେ ଏହି ଟର୍ମିନାଲ୍ 'ବାଉଁଶ ଅର୍କିଡ୍'ରୁ ସ୍ଥାପତ୍ୟର ପ୍ରେରଣା ନେଇଛି।
ଅଦାନୀ ଏୟାରପୋର୍ଟ ହୋଲ୍ଡିଂସ ଲିମିଟେଡ୍ର କହିବା ହେଲା, ଏହି ସ୍ୱୀକୃତି ଆଦାନୀ ଗ୍ରୁପର ସେହି ପ୍ରତିବଦ୍ଧତାକୁ ଦର୍ଶାଉଛି ଯାହା ଅନ୍ତର୍ଗତ କମ୍ପାନୀ ଏକ ବିଶ୍ୱସ୍ତରୀୟ ବିମାନବନ୍ଦର ଭିତ୍ତିଭୂମି ନିର୍ମାଣ କରିବାକୁ ଚାହୁଁଛି । ଏଥିରେ ଚମତ୍କାର ସ୍ଥାପତ୍ୟ କଳା ସହିତ ସଷ୍ଟେନେବିଲିଟି ଏବଂ କାର୍ଯ୍ୟ ଦକ୍ଷତା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି । 'ପ୍ରିକ୍ସ ଭର୍ସାଇଲ୍ସ'କୁ ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ଆର୍କିଟେକ୍ଚର ଏବଂ ଡିଜାଇନ୍ ଆୱାର୍ଡସ୍ ମଧ୍ୟରୁ ଅନ୍ୟମତ ବୋଲି ବିବେଚନା କରାଯାଏ। ୨୦୧୫ ମସିହାରେ ଏହାର ଆରମ୍ଭ ହେବା ଦିନଠାରୁ, ଏହା ଏଭଳି ବିମାନ ବନ୍ଦର ଏବଂ ଟର୍ମିନାଲଗୁଡ଼ିକୁ ସମ୍ମାନିତ କରିଆସିଛି ଯେଉଁମାନେ ପାରମ୍ପରିକ ଭିତ୍ତିଭୂମିକୁ ଛାଡି ସୌନ୍ଧର୍ଯ୍ୟ, ସଷ୍ଟେନବିଲିଟି ଏବଂ ସାଂସ୍କୃତିକ ଗୁରୁତ୍ବକୁ ସମାନ ଗୁରୁତ୍ବ ଦେଇଥାନ୍ତି।

Related Topics
Explore more stories