Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Adani Foundation / ଏକ ବିଶାଳ ମନ୍ଦିରର ରାଫ୍ଟ ଫାଉଣ୍ଡେସନ ତିଆରି କରି ଆଦାନୀ କରିଛି ବିଶ୍ବ ରେକର୍ଡ

Ritu Das
Browse all articles by Ritu Das
·10 months ago·2 min read
ଏକ ବିଶାଳ ମନ୍ଦିରର ରାଫ୍ଟ ଫାଉଣ୍ଡେସନ ତିଆରି କରି ଆଦାନୀ କରିଛି ବିଶ୍ବ ରେକର୍ଡ

Key Points

ଆଦାନୀ ସିମେଣ୍ଟର ବିଶ୍ବ ରେକର୍ଡ

ଏକ ବିଶାଳ ମନ୍ଦିରର ରାଫ୍ଟ ଫାଉଣ୍ଡେସନ ତିଆରି କରି ରେକର୍ଡର ଅଧିକାରୀ ହୋଇଛି ଆଦାନୀ ସିମେଣ୍ଟ

ଆଦାନୀ ସିମେଣ୍ଟର ବିଶ୍ବ ରେକର୍ଡ। ଏକ ବିଶାଳ ମନ୍ଦିରର ରାଫ୍ଟ ଫାଉଣ୍ଡେସନ ତିଆରି କରି ଏହି ରେକର୍ଡର ଅଧିକାରୀ ହୋଇଛି ଆଦାନୀ ସିମେଣ୍ଟ। ଆଦାନୀ ସିମେଣ୍ଟ ଗ୍ରୁପର ଅନ୍ୟ ଏକ ସହଯୋଗୀ କମ୍ପାନୀ ପିଏସପି ଇନଫ୍ରା ସହ ମଶି ଗୁଜରାଟ୍ ଅହମ୍ମଦାବାଦର ଉମିୟାଧାମରେ ନିର୍ମାଣ ହେବାକୁ ଥିବା ବିଶ୍ବର ସବୁଠୁ ବଡ ମନ୍ଦିରର ରାଫ୍ଟ ଫାଉଣ୍ଡେସନର ଢଳାଇ ସଂପୂର୍ଣ୍ଣ କରିଛି । 450 ଫୁଟ୍ x 400 ଫୁଟ୍ x 8 ଫୁଟ୍ ଆକାରର ଏହି ନିର୍ମାଣ ବିଶ୍ବର ସର୍ବବୃହତ୍ତ ମନ୍ଦିରର ମୂଳଦୂଆ। ୫୦୪ ଫୁଟ୍ ଉଚ୍ଚ ଜଗତଜନନୀ ମାଆ ଉମିୟାଙ୍କ ମନ୍ଦିରକୁ ସାହାରା ଦେବ ୧୫୫୧ଟି ଧର୍ମସ୍ତମ୍ଭ। ଏହି ଐତିହାସିକ ଉପଲବ୍ଧିକୁ ୨୪,୧୦୦ ଘନ ମିଟର ଇକୋମାକ୍ସ ଏମ୍ 45 ଲୋ-କାର୍ବନ କଂକ୍ରିଟ୍ ବ୍ୟବହାର ସହ ୫୪ ଘଣ୍ଟାର ଅନବରତ କାର୍ଯ୍ୟ ସଂଚାଳନ ପରେ ଏହି ଫାଉଣ୍ଡେସନ ସଂପୂର୍ଣ୍ଣ ହୋଇଛି । ଏହି କଂକ୍ରିଟ୍ ଆଦାନୀ ସିମେଣ୍ଟ ଦ୍ବାରା ବିକଶିତ ହୋଇଥିବା ଏକମାତ୍ର ମିଶ୍ରଣ ଭାବେ ନୂଆ ମାନକ ସ୍ଥାପନ କରିଛି ।


ଆଦାନୀ ଗ୍ରୁପର ସିମେଣ୍ଟ ବ୍ୟବସାୟର ସିଇଓ ବିନୋଦ ବେହତି କହିଛନ୍ତି, ଉମିୟା ଧାମ ୬୦ ଏକରରେ ପରିବ୍ୟାପ୍ତ ଏକ ପ୍ରତିଷ୍ଠିତ ଆଧ୍ୟାତ୍ମିକ ସ୍ଥଳ ହେବାକୁ ଯାଉଛି। ଏଥିରେ ପାଖାପାଖି ୨୦୦୦ କୋଟି ଟଙ୍କା ନିବେଶ କରାଯିବ। ଏହି ପ୍ରକଳ୍ପ କେବଳ ବିଶ୍ବ ରେକର୍ଡ ପ୍ରତିଷ୍ଠା କରିବାକୁ ନୁହେଁ ଏହା ଆଦାନୀ ସିମେଣ୍ଟର ଗୁଣବତ୍ତା, ପରିମାଣ, ଗତି ଏବଂ ଉଦ୍ଦେଶ୍ୟକୁ ଦର୍ଶାଉଛି।
କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି କାର୍ଯ୍ୟ ୨୬ଟି ଷ୍ଟ୍ରାଟେଜିକ୍ ଲୋକେସନରେ ଥିବା ରେଡିମିକ୍ସ କଂକ୍ରିଟ୍ ପ୍ଲାଣ୍ଟ, ଏକ ସମନ୍ବିତ ଲଜିଷ୍ଟିକ ନେଟୱାର୍କରେ କାର୍ଯ୍ୟରତ ୨୮୫ରୁ ଅଧିକ ଟ୍ରାନଜିଟ୍ ମିକଶ୍ଚର, ୩୬୦୦ ଟନ୍ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ସିମେଣ୍ଟ ଏବଂ ତିନି ଦିନ ଧରି ସିଫ୍ଟରେ କାମ କରୁଥିବା ୬୦୦ରୁ ଅଧିକ କୁଶଳୀ ଶ୍ରମିକ ଏବଂ ଟେକ୍ନିକାଲ୍ ଏକ୍ସପର୍ଟଙ୍କ ସହଯୋଗରେ ସମ୍ଭବ ହୋଇଛି । ପୁରା ପ୍ରକ୍ରିୟାରେ ସତର୍କତା ଅବଲମ୍ବନ କରାଯାଇଥିଲା, ଯେଉଁଥିରେ ଏହା ସୁନିଶ୍ଚିତ କରାଯାଇଥିଲା ଯେ କୋଲ୍ଡ ଜଏଣ୍ଟ ବିନା ଲଗାତାର ଢଳାଇ ଜାରି ରହିବ । ଏଥିସହ ଏହି କାର୍ଯ୍ୟ ଚାଲିଥିବା ବେଳେ ଏହା ସୁନିଶ୍ଚିତ କରାଯାଇଥିଲା ଯେ ପୂରା ପ୍ରକ୍ରିୟାରେ ତାପମାତ୍ରା ନିୟନ୍ତ୍ରଣରେ ରହିବ ଏବଂ ମିଶ୍ରଣ ଏକପ୍ରକାର ରହିବ। ଇକୋମାକ୍ସ କଂକ୍ରିଟର ବ୍ୟବହାର ପ୍ରକଳ୍ପର କାର୍ବନ ଫୁଟପ୍ରିଣ୍ଟକୁ ଯଥେଷ୍ଟ କମ୍ କରିଛି । ଏହା ଆଦାନୀ ସିମେଣ୍ଟର ସବୁଜ ନିର୍ମାଣ ପ୍ରତି ଥିବା ପ୍ରତିବଦ୍ଧତା ଅନୁରୂପ ହୋଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର...


ବିଶ୍ବ ଉମିୟା ଫାଉଣ୍ଡେସନର ଅଧ୍ୟକ୍ଷ ଆର. ପି ପଟେଲ କହିଛନ୍ତି, ଜଗତଜନନୀ ମାଆ ଉମିୟାଙ୍କ ମନ୍ଦିରର ଏହି ବିଶ୍ବ ରେକର୍ଡ ଶିଳାନ୍ୟାସ ଭାରତର ସାଂସ୍କୃତିକ ଏବଂ ଇଞ୍ଜିନିୟରିଂ ବିରାସତ୍ ପାଇଁ ଗୌରବମୟ ମୁହୂର୍ତ୍ତ । ସେ ଆହୁରି ମଧ୍ୟ କହିଛନ୍ତି, ବଡ ବଡ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାରେ ଆଦାନୀ ସିମେଣ୍ଟର ଅଭିଜ୍ଞତା କମ୍ପାନୀକୁ ଆମର ବାସ୍ତବ ଭାଗିଦାରୀ କରିପାରିଛି।
ଇକୋମାକ୍ସ ଏମ ୪୫ କଂକ୍ରିଟ୍ ମିଶ୍ରଣରେ ୬୬ ପ୍ରତିଶତ ସପ୍ଲିମେଣ୍ଟାରୀ ସିମେଣ୍ଟସ୍ ମାଟେରିଆଲ୍ ଅନ୍ତର୍ଭୁକ୍ତ। ଯେଉଁଥିରେ କାର୍ବନ ଫୁଟପ୍ରିଣ୍ଟ ୬୦ ପ୍ରତିଶତ କମ୍ ହୋଇଛି। କମ୍ପାନୀ କହିଛି ଯେ, କୁଲକ୍ରିଟ୍ ଫର୍ମୁଲେସନରେ ପ୍ଲେସମେଣ୍ଟ ତାପମାତ୍ରା ୨୮ ଡିଗ୍ରୀ ସେଲସିୟନ ତଳକୁ ରଖାଯାଇଥିଲା। ଯାହାଫଳରେ ଥର୍ମାଲ ଷ୍ଟ୍ରେସ୍ କମ୍ ହୋଇଥିଲା। ଆଦାନୀ ସିମେଣ୍ଟ ଭାରତର ଇନଫ୍ରାଷ୍ଟ୍ରକଚର ଏବଂ ରିୟଲ ଇଷ୍ଟେଟ୍ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇ ଆସୁଛି । ଆଇକନିକ୍ ୱାର୍ଲଡ ୱାନ ଟାୱାର୍ ଭଳି ପ୍ରତିଷ୍ଠିତ ଷ୍ଟ୍ରକଚର୍ ଠାରୁ ଆରମ୍ଭ କରିଛି ଜାମ୍ମୁ ଓ କାଶ୍ମୀରର ଚେନାବ ରେଲୱେ ବ୍ରିଜ୍ ଭଳି ଇଞ୍ଜିନିୟରିଂ ଚମତ୍କାରରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ରହି ଆସିଛି ଆଦାନୀ ଗ୍ରୁପ। ଆଉ ଏବେ କମ୍ପାନୀ ନିଜର ଅଭିଜ୍ଞତାକୁ ଉମିୟା ଧାମ ମନ୍ଦିର ଭଳି ଆଧ୍ୟାତ୍ମିକ ଭିତ୍ତିଭୂମିରେ ବ୍ୟବହାର କରିଛି।

Sponsored
Adani Foundation | Adani Sets World Record with Massive Temple Raft Foundation Construction | Argus News