ମହାକାଶରୁ ଆସିଲା ଖୁସି ଖବର, ସୂର୍ଯ୍ୟର ଆହୁରି ନିକଟତର ହେଲା ଆଦିତ୍ୟ L1

ଅର୍ଗସ ବ୍ୟୁରୋ: ମହାକାଶରୁ ଆସିଲା ଖୁସି ଖବର । ସୂର୍ଯ୍ୟର ଆହୁରି ନିକଟତର ହେଲା ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ L1 । ଏବେ ନିଜ ଅନ୍ତିମ ଚରଣର ନିକଟତର ହୋଇଥିବା ସୂଚନା । 2024 ଜାନୁଆରୀ 7 ତାରିଖ ମଧ୍ୟରେ ସୂର୍ଯ୍ୟଙ୍କ L1 ପଏଣ୍ଟରେ ପ୍ରବେଶ କରିବ ଆଦିତ୍ୟ L1 । ୧୫ ଲକ୍ଷ କିଲୋମିଟର ଯାତ୍ରା କରି ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚି ଭାରତର ଏହି ସୂର୍ଯ୍ୟ ମିଶନ । ସୂର୍ଯ୍ୟ-ପୃଥିବୀ ପ୍ରଣାଳୀର ଲାଗ୍ରେଞ୍ଜ ପଏଣ୍ଟ ୧ ଚାରିପାଖରେ ଆଦିତ୍ୟ L୧କୁ ରଖାଯିବ । Lର ଅର୍ଥ ଲାଗ୍ରେଞ୍ଜ ପଏଣ୍ଟ କୁହାଯାଏ ।
ଏହି ପଏଣ୍ଟରେ ପୃଥିବୀ ଓ ସୂର୍ଯ୍ୟର ଗୁରୁତ୍ବାକର୍ଷଣ ଶକ୍ତି ପ୍ରାୟ ସମାନ । ଏଭଳି ୫ଟି ପଏଣ୍ଟ ରହିଛି । ଆଦିତ୍ୟ ଏଲ୍ -1 ମିଶନ୍ ମହାକାଶରେ ପାଣିପାଗର ଗତିଶୀଳତା, ସୂର୍ଯ୍ୟଙ୍କ କରୋନା ର ତାପମାତ୍ରା, ସୌର ଶକ୍ତି ଏବଂ ନିର୍ଗମନ ଏବଂ ପୃଥିବୀରେ ଅତିବାଇଗଣୀ ରଶ୍ମିର ପ୍ରଭାବ, ବିଶେଷ କରି ଓଜୋନ୍ ସ୍ତର ଉପରେ ଅଧ୍ୟୟନ କରିବ । ଏହି ମିଶନରେ ଏଭଳି କିଛି ତଥ୍ୟ ସଂଗ୍ରହ କରାଯିବ, ଯାହା ଫଳରେ କ୍ଷତିକାରକ ସୌର ପବନ ଏବଂ ଝଡ଼ ବିଷୟରେ ସୂଚନା ପାଇବା ମାତ୍ରେ ସତର୍କ ସୂଚନା ଜାରି କରାଯାଇପାରିବ । ସେପ୍ଟେମ୍ବର ୨ ତାରିଖରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ ଆଦିତ୍ୟ L1କୁ ଉତକ୍ଷେପଣ କରାଯାଇଥିଲା । ଭାରତର ଏହି ସୂର୍ଯ୍ୟ ଅଭିଯାନ ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୪ଶହ କୋଟି ଟଙ୍କା ।
ଅଧିକ ପଢ଼ନ୍ତୁ ଦେଶ ଖବର: