Videos
|
National

କେଦାରନାଥ ଧାମ ଯାତ୍ରାକୁ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ବନ୍ଦ କଲା ପ୍ରଶାସନ

Ritu Das
Browse all articles by Ritu Das
·1 year ago·1 min read
କେଦାରନାଥ ଧାମ ଯାତ୍ରାକୁ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ବନ୍ଦ କଲା ପ୍ରଶାସନ

Key Points

କେଦାରନାଥ ଧାମ ଯାତ୍ରା ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ବନ୍ଦ

ଭୂସ୍ଖଳନ ଯୋଗୁ ପ୍ରଶାସନ ନେଲା ବଡ଼ ପଦକ୍ଷେପ

ନଦୀ କୂଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଅପିଲ୍ କରାଯାଇଛି


ଉତ୍ତରାଖଣ୍ଡରେ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ନଦୀ, ଝରଣା, ପୋଖରୀ, ନାଳ ଆଦିରେ ପାଣି ଭରି ରାସ୍ତା ଉପରେ ପାଣି ଚାଲୁଛି। ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି। ଯୋଗାଯୋଗ ବିଚ୍ଛନ୍ନ ହେତୁ ଉଭୟପାର୍ଶ୍ବରେ ଅନେକ ଗାଡ଼ିଗୁଡ଼ିକର ଭିଡ଼ ଲାଗି ରହିଛି। ଏଭଳି ପରିସ୍ଥିତିକୁ ଦେଖି ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରି ଲୋକମାନଙ୍କୁ ଅଯଥାରେ ଘରୁ ନ ବାହାରିବାକୁ ଅନୁରୋଧ କରିଛି। ପ୍ରବଳ ବର୍ଷାର ସତର୍କତାକୁ ଦୃଷ୍ଟିରେ ରଖି ରୁଦ୍ରପ୍ରୟାଗ ଜିଲ୍ଲା ପ୍ରଶାସନ ଅଗଷ୍ଟ ୧୪ ପର୍ଯ୍ୟନ୍ତ ଆଗାମୀ ତିନି ଦିନ ପାଇଁ କେଦାରନାଥ ଯାତ୍ରାକୁ ସ୍ଥଗିତ ରଖିଛି।


ଏଥିସହିତ ରୁଦ୍ରପ୍ରୟାଗ ଜିଲ୍ଲାପାଳ ପ୍ରତୀକ ଜୈନ କହିଛନ୍ତି, ‘ଡେରାଡୁନର ପାଣିପାଗ କେନ୍ଦ୍ର ଅଗଷ୍ଟ ୧୨, ୧୩ ଏବଂ ୧୪ରେ ରୁଦ୍ରପ୍ରୟାଗ ସମେତ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି। ପ୍ରବଳ ବର୍ଷାର ସତର୍କତାକୁ ଦୃଷ୍ଟିରେ ରଖି ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କେଦାରନାଥ ଧାମ ଯାତ୍ରାକୁ ଆଗାମୀ ତିନି ଦିନ ପାଇଁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି। କେବଳ ଏତିକି ନୁହେଁ, ନଦୀର ଜଳସ୍ତର ଉପରେ ନିରନ୍ତର ନଜର ରଖାଯାଇଛି ଏବଂ ନଦୀ କୂଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଅପିଲ୍ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: