India-Pakistan War: ପାକିସ୍ତାନୀ ଯୁବକଙ୍କୁ Adnan Sami କହିଲେ ମୁଁ ଏକଥା ଆଗରୁ ଜାଣିଥିଲି..!

ଅଦନାନ୍ ସାମୀଙ୍କୁ ଧୋଇଲେ ପାକିସ୍ତାନୀ ୟୁଜର । ଅଦନାନ୍ ସାମୀଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅଦନାନ୍ ସାମୀ ନିଜ ସହ ଘଟିଥିବା ଗୋଟିଏ ଛୋଟ ଘଟଣାକୁ ବଖାଣିଛନ୍ତି । ଆଉ ସେହି ପୋଷ୍ଟ ଦେଖି ଏବେ ପାକିସ୍ତାନୀ ରାଗି ପାଚି ଲାଲ । ଯାହା ମନକୁ ଆସିଲା କମେଣ୍ଟରେ କହିଲେ ପାକିସ୍ତାନୀ ସୋସିଆଲ ମିଡିଆ ୟୁଜର । ତେବେ ପୂରା ଘଟଣା ଜାଣିବା ପାଇଁ କାହାଣିଟିକୁ ସମ୍ପୂର୍ଣ୍ଣ ପଢ଼ନ୍ତୁ...
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତରେ ଅନେକ ପାକିସ୍ତାନୀ କଳାକାର ଏବଂ ସେଲିବ୍ରିଟିଙ୍କୁ ବ୍ୟାନ୍ କରାଯାଇଛି। ସେମାନଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟଗୁଡ଼ିକୁ ମଧ୍ୟ ବ୍ଲକ୍ କରାଯାଇଛି । ଭାରତରେ ପାକିସ୍ତାନର ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକୁ ମଧ୍ୟ ନିଷିଦ୍ଧ କରାଯାଇଛି। ଯାହାଫଳରେ ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଆଉ ଏଭଳି ପରିସ୍ଥିତିରେ, ସିଙ୍ଗର ଅଦନାନ ସାମି, ଆଜରବାଇଜାନରେ କିଛି ପାକିସ୍ତାନୀ ଯୁବକଙ୍କ ସହ ତାଙ୍କର ହୋଇଥିବା ବର୍ତ୍ତାଳାପକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
Met some very sweet Pakistani boys while walking on the beautiful streets of Baku, Azerbaijan…
They said “Sir, You are very lucky.. You left Pakistan in good time.. We also want to change our citizenship…WE HATE OUR ARMY…They have destroyed our country!!”
I replied “ I knew…
📱 Get Argus News App
✨ଅଦନାନ ନିଜ ପୋଷ୍ଟରେ ଲେଖିଛନ୍ତି, 'ଆଜରବାଇଜାନର ସୁନ୍ଦର ସଡ଼କରେ ମୁଁ ଚାଲୁଥିଲା । ହଠାତ୍ କିଛି ପାକିସ୍ତାନୀ ଯୁବକଙ୍କ ସହ ମୋର ଭେଟ ହେଲା । ସେମାନେ ମୋତେ କହିଲେ ଭାଇ ଆପଣ ଖୁବ୍ ଭାଗ୍ୟବାନ୍ । ଆପଣ ଠିକ୍ ସମୟରେ ପାକିସ୍ତାନ ଛାଡି ଚାଲିଯାଇଛନ୍ତି । ଆମେ ବି ଚାହୁଁଛୁ ଅନ୍ୟ ଦେଶରେ ସିଟିଜେନ୍ସିପ୍ । ସେମାନେ ନିଜକୁ ପାକିସ୍ତାନର ବୋଲି ପରିଚୟ ଦେବାକୁ ଚାହାନ୍ତି ନାହିଁ । ଆମେ ଆମ ସେନାକୁ ଘୃଣା କରୁ । ଏମିତିକି ସେମାନେ କହିଲେ ପାକିସ୍ତାନ ଆର୍ମି ପୂରା ଦେଶକୁ ବରବାଦ କରିସାରିଲାଣି । ତାପରେ ମୁଁ କହିଲି ହଁ ମୁଁ ଏକଥା ଆଗରୁ ଜାଣିଛି ।'
ଅଦନାନ ସାମୀ ହେଉଛନ୍ତି ଜଣେ ପାକିସ୍ତାନୀ ସିଙ୍ଗର । କିନ୍ତୁ ସେ ୨୦୧୬ରୁ ଭାରତୀୟ ନାଗରିକତା ହାସଲ କରିସାରିଛନ୍ତି । ସେ ଏବେ ସମ୍ପୂର୍ଣ୍ଣ ରୂପେ ଭାରତୀୟ ।
ଅନ୍ୟପଟେ ଅଦନାନ ସାମୀଙ୍କ ଏହି ପୋଷ୍ଟ ଦେଖି ପାକିସ୍ତାନୀ ୟୁଜରଙ୍କୁ ରାଗିକି ଲାଲ । ସେମାନେ ଅଦନାନଙ୍କୁ ଗଦ୍ଦାର ବୋଲି କହିଛନ୍ତି। କିଛି ଲୋକ ତାଙ୍କୁ କାପୁରୁଷ ବୋଲି ମଧ୍ୟ କହିଛନ୍ତି। ତଥାପି, କିଛି ଲୋକ ତାଙ୍କୁ ଭାରତରେ ଠିକ୍ ଭାବରେ କାମ କରିବାକୁ ପରାମର୍ଶ ଦେଇଛନ୍ତି । ଆଉ କିଛି ତାଙ୍କୁ ପାକିସ୍ତାନର ଏଜେଣ୍ଟ ଏବଂ ଗୁପ୍ତଚର ବୋଲି କହିବାକୁ ବି ପଛାଇ ନାହାନ୍ତି।
ଜଣେ ୟୁଜର ଲେଖିଛନ୍ତି, 'ସାଲେ ଗଦ୍ଦାର... ତୁମେ ଜଣେ ଭୀରୁ, ଏହା ବ୍ୟତୀତ ଆଉ କିଛି ନୁହେଁ । ପାକିସ୍ତାନରେ ଯାହା ଘଟିଲା, ତାହା ଆମର ଆଭ୍ୟନ୍ତରୀଣ ମାମଲା । କିନ୍ତୁ କେହି ଶତ୍ରୁ କୋଳରେ ବସି ଏଭଳି କଥା କହନ୍ତି ନାହିଁ ।
ଅଦନାନ ସାମୀ ୨୦୦୧ରେ ଭାରତ ଆସିଥିଲେ
ଅଦନାନ ସାମୀ ୨୦୦୧ ମସିହାରେ ପାକିସ୍ତାନୀ ପାସପୋର୍ଟ ସହିତ ଭାରତ ଆସିଥିଲେ ଏବଂ ୧୫ ବର୍ଷ ପାଇଁ ଦେଶରେ ରହିଥିଲେ। ଏହା ପରେ, ତାଙ୍କୁ ୨୦୧୬ ମସିହାରେ ଭାରତୀୟ ନାଗରିକତା ମିଳିଥିଲା। ୨୦୧୩ ମସିହାରେ ତାଙ୍କର ପାକିସ୍ତାନୀ ପାସପୋର୍ଟର ଅବଧି ଶେଷ ହୋଇଯାଇଥିଲା, ଯାହା ପରେ ସେ ଭାରତୀୟ ନାଗରିକତା ହାସଲ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ।
