Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ADR Report: ସାମ୍ନାକୁ ଆସିଲା ତଥ୍ୟ, ଜଣାପଡ଼ିଲା ଦେଶରେ ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ କିଏ?

Priyanka Panda
Browse all articles by Priyanka Panda
·10 months ago·2 min read
ADR Report: ସାମ୍ନାକୁ ଆସିଲା ତଥ୍ୟ, ଜଣାପଡ଼ିଲା ଦେଶରେ ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ କିଏ?

Key Points

ଦେଶର ମୁଖ୍ୟମନ୍ତ୍ରୀ ମାନଙ୍କ ପାଖରେ ଅଛି ୧୬୩୦ କୋଟି ଟଙ୍କା

ଚନ୍ଦ୍ରବାବୁ ନାଇଡ଼ୁଙ୍କ ସମ୍ପତ୍ତି ୯୩୧ କୋଟିରୁ ଅଧିକ, ତାଲିକାର ଶୀର୍ଷରେ ତାଙ୍କ ନାଁ

ମମତା ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ

ADRର ଏକ ରିପୋର୍ଟ ପ୍ରକାଶ ପାଇଛି ଯେଉଁଥିରେ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି.. ଯେମିତିକି କେଉଁ ମୁଖ୍ୟମନ୍ତ୍ରୀଙ୍କ ନାଁ ରେ କେତେ ଅପରାଧିକ ମାମଲା, କାହାର କେତେ ସମ୍ପତ୍ତି ଇତ୍ୟାଦି.. କାହାର କେତେ କ୍ରିମିନାଲ କେସ ରହିଛି ଜାଣିବା ଆଉ ଏକ ଭିଡିଓରେ କିନ୍ତୁ ବର୍ତ୍ତମାନ ଜାଣିବା କାହାର କେତେ ସମ୍ପତ୍ତି। ତେବେ ସଵୁଠୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ମମତା ବାନାର୍ଜୀ। ସମ୍ପତ୍ତିର ମୂଲ୍ୟ ୧୫ଲକ୍ଷରୁ ଟିକିଏ ଅଧିକ। ଦେଶରେ କେଉଁ ମୁଖ୍ୟମନ୍ତ୍ରୀଙ୍କର କେତେ ସମ୍ପତ୍ତି? ତାକୁ ନେଇ ପ୍ରକାଶ ପାଇଛି ଏଡିଆର ରିପୋର୍ଟ।


୨୦୨୪ ଡିସେମ୍ବର ପରେ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନ ଓ ଉପନିର୍ବାଚନ ପରେ ଗଠନ ହୋଇଥିବା ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍)ର ରିପୋର୍ଟ ଅନୁଯାୟୀ, ୧୫ ଲକ୍ଷ ଟଙ୍କାରୁ କିଛି ଅଧିକ ସମ୍ପତ୍ତି ରହିଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର.. ଆଉ ସେ ସମସ୍ତ ୩୧ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସବୁଠାରୁ ଗରିବ। ଗତ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀମାନେ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିବା ତଥ୍ୟରୁ ଏହି ତାଲିକା ପ୍ରସ୍ତୁତ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ୯୩୧ କୋଟିରୁ ଅଧିକ ସମ୍ପତ୍ତି ସହ ତାଲିକାର ଶୀର୍ଷରେ ଥିବା ବେଳେ ଅରୁଣାଚଳ ପ୍ରଦେଶ ସିଏମ୍ ପେମା ଖଣ୍ଡୁ, ୩୩୨ କୋଟି ଟଙ୍କାର ସମ୍ପତ୍ତି ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ଉଭୟ ହେଉଛନ୍ତି ବିଲିୟନେୟାର। ରିପୋର୍ଟରେ କୁହାଯାଇଛି ଯେ, ୩୧ ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୬୩୦ କୋଟି ଟଙ୍କା। ନିର୍ବାଚନ ଓ ରାଜନୈତିକ ସଂସ୍କାର କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏଡିଆର୍‌ର ରିପୋର୍ଟରେ କୁହାଯାଇଛି ଯେ, ମମତା ବାନାର୍ଜୀ ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ଘୋଷଣା କରିଥିବା ବେଳେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସମ୍ପତ୍ତି ୫୫ ଲକ୍ଷ ଟଙ୍କା ରହିଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ୧ କୋଟି ଟଙ୍କାରୁ କିଛି ଅଧିକ ସମ୍ପତ୍ତି ସହ ଶେଷରୁ ତୃତୀୟ ସ୍ଥାନରେ ଅଛନ୍ତି।

ତେବେ ସେପ୍ଟେମ୍ବର ୩୦, ୨୦୨୧ରେ ଭବାନୀପୁର ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନ ପୂର୍ବରୁ ମମତା ବାନାର୍ଜୀ ସତ୍ୟପାଠ ଦାଖଲ କରିଥିଲେ। ୨୦୨୦-୨୧ରେ ସେ ଦାଖଲ କରିଥିବା ଆୟକର ରିଟର୍ଣ୍ଣରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୧୫.୪ ଲକ୍ଷ ଟଙ୍କା ଥିଲା, ୨୦୨୧ ବିଧାନସଭା ନିର୍ବାଚନ ସମୟରେ ନିଜ ସତ୍ୟପାଠରେ ମମତା ଦର୍ଶାଇଛନ୍ତି ଯେ ତାଙ୍କ ପାଖରେ ନଗଦ ଟଙ୍କା ୬୯ ହଜାର ୨୫୫ ଟଙ୍କା ଥିବା ବେଳେ ୧୩.୫ ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ ରହିଛି, ଯେଉଁଥିରେ ତାଙ୍କ ନିର୍ବାଚନ ଖର୍ଚ୍ଚ ଖାତାରେ ଦେଢ଼ ଲକ୍ଷ ଟଙ୍କା ରହିଛି ଏବଂ ତାଙ୍କ ନାମରେ କୌଣସି ଜମିଜମା କିମ୍ବା ଆବାସିକ ଘର ନାହିଁ। କିନ୍ତୁ ଏଇଠି କହିରଖୁ ଯେ, ୨୦୧୬ ବିଧାନସଭା ନିର୍ବାଚନ ସମୟରେ ମମତା ତାଙ୍କ ସମ୍ପତ୍ତିର ମୂଲ୍ୟ ୩୦.୪ ଲକ୍ଷ ଟଙ୍କା ଥିଲା ବୋଲି ସେତେବେଳେ ନିଜ ସତ୍ୟପାଠରେ ଦର୍ଶାଇଥିଲେ..

ତେବେ ଏଡିଆର୍‌ କହିଛି, ଯେତେବେଳେ ନିର୍ବାଚନ କମିସନଙ୍କ ନିକଟରେ ସତ୍ୟପାଠ ଦାଖଲ କରାଯାଏ, ସେମାନେ ଏହାକୁ ଆୟକର ବିଭାଗକୁ ପଠାଇଥାନ୍ତି। ସତ୍ୟପାଠ ସହ କିଛି ଦସ୍ତାବିଜ ରହିଛି ଏବଂ ଆମକୁ ଏହା ଉପରେ ବିଶ୍ୱାସ କରିବାକୁ ପଡ଼ିବ..କିନ୍ତୁ ଏହାଉପରେ ଆପଣଙ୍କର କଣ ମତ କମେଣ୍ଟ ବକ୍ସରେ ଲେଖନ୍ତୁ..

Sponsored
ADR report reveals the property list of Chief Ministers of the Country | Argus News