କଳା ଓ ଭାଷ୍କର୍ଯ୍ୟ ପାଇଁ ପାଇଲେ ପଦ୍ମଶ୍ରୀ

ଅର୍ଗସ ବ୍ୟୁରୋ: କଳା ଓ ଭାସ୍କର୍ଯ୍ୟର ରାଜ୍ୟ ଆମ ଓଡ଼ିଶା। ଆମ କଳା ଚାତୁରୀର ଚମକ ଆମ ପରିଚୟ। ଏଠି ନିହାଣ ମୁନରେ କଥା କୁହେ ପଥର। ତେବେ ସେହି ପଥର ମୂର୍ତ୍ତି ନିର୍ମାଣରେ ପ୍ରସିଦ୍ଧି ପାଇଥିବା ଅଦ୍ବୈତ ଚରଣ ଗଡ଼ନାୟକ କେନ୍ଦ୍ର ସରକାରଙ୍କ ସମ୍ମାନଜନକ ପୁରସ୍କାର ପଦ୍ମଶ୍ରୀ ପାଇବାକୁ ମନୋନୀତ ହୋଇଛନ୍ତି। ୧୯୬୩ ମସିହା ଏପ୍ରିଲ ୧୪ରେ ଢେଙ୍କାନାଳ ଜିଲ୍ଲା ନେଉଳପୋଇ ଠାରେ ଜନ୍ମଗ୍ରହଣ କରିଥିଲେ ଏହି ଯୋଗଜନ୍ମା। ଭୁବନେଶ୍ବରର ବିକେ କଲେଜ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟସରୁ ସ୍ନାତକ ପାଇବା ପରେ ନୂଆଦିଲ୍ଲୀ କଲେଜ ଅଫ ଆର୍ଟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଲଣ୍ଡନ ଯାଇ ଶିକ୍ଷାଲାଭ କରିଥିଲେ। ତାଙ୍କ କଳାକୃତିର ମହକ ବିଦେଶରେ ବି ରହିଛି। ସେ ନିର୍ମାଣ କରିଥିବା ଗେଟ୍ ଅଫ ଇଣ୍ହିଆ ନିକଟରେ ଥିବା ନେତାଜୀ ସୁଭାଷ ବୋଷଙ୍କ ସ୍ମାରକ, ନୂଆଦିଲ୍ଲୀର ରାଜଘାଟରେ ସ୍ଥାପନ ହୋଇଥିବା 'ଦାଣ୍ଡି ଯାତ୍ରା'ର କଳାକୃତି ଅନ୍ୟତମ। ସେ ଭୁବନେଶ୍ବର କିଟ୍ ବିଶ୍ବବିଦ୍ୟାଳୟରେ ଭାସ୍କର୍ଯ୍ୟ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ନ୍ୟାସନାଲ ଗ୍ୟାଲେରି ଅଫ୍ ମଡର୍ଣ୍ଣ ଆର୍ଟର ମହାନିର୍ଦ୍ଦେଶକ କାର୍ଯ୍ୟଭାର ସମ୍ଭାଳିଛନ୍ତି।
ପାଇଥିବା ପୁରସ୍କାର -
୧୯୯୩ ରେ ଜାତୀୟ ଲଳିତ କଳା ଏକାଡେମୀ ସମ୍ମାନ
📱 Get Argus News App
✨୧୯୯୯ରେ ଓଡ଼ିଶା ଲଳିକ କଳା ଏକାଡେମୀ ପୁରସ୍କାର
ସେହିଭଳି ପଦ୍ମଶ୍ରୀ ପାଇବାକୁ ମନୋନୀତ ହୋଇଥିବା ଆଉ ଜଣେ ପ୍ରତିଭାବାନ୍ ବ୍ୟକ୍ତିତ୍ବ ହେଉଛନ୍ତି ଓଡ଼ିଶୀ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର। ଭୁବନେଶ୍ବର କଟକ ସମେତ ସେ ରାଜ୍ୟ ଓ ଦେଶ ବାହାରକୁ ଯାଇ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେଇଥାନ୍ତି। ଓଡ଼ିଶୀ ନୃତ୍ୟ ଶିକ୍ଷା ଦେବାରେ ତାଙ୍କ ପାଖରେ ୨୫ ବର୍ଷରୁ ଅଧିକ ବର୍ଷର ଅଭିଜ୍ଞତା ରହିଛି। ସେ ଦିଲ୍ଲୀ ବିଶ୍ବ ବିଦ୍ୟାଳୟର ସାଂସ୍କୃତିକ ଭିଜିଟିଂ ପ୍ରଫେସର, ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ନୃତ୍ୟଗୁରୁ, ନ୍ୟୁୟର୍କ ଲୋଟର୍ସ ଆର୍ଟରେ ନୃତ୍ୟଗୁରୁ, କୋଲକତାର ଶତାବ୍ଦୀ ନୃତ୍ୟୟନାରେ ନୃତ୍ୟଗୁରୁ ଭାବେ କାର୍ଯ୍ୟ କରିଥିବା ବେଳେ ଭୁବନେଶ୍ବରରେ 'ନୃତ୍ୟାୟନ' ନାମରେ ଏକ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ରହିଛି।
୨୦୨୫ ବର୍ଷ ପାଇଁ ୨୫ ଜାନୁୟାରୀ ୨୦୨୫ରେ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଚଳିତ ବର୍ଷ ୭ ଜଣଙ୍କ ପଦ୍ମ ବିଭୂଷଣ, ୧୯ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ । ମୋଟ ୧୩୯ ଜଣ ପାଇବେ ପଦ୍ମ ସମ୍ମାନ। ଏଥିମଧ୍ୟରେ ଓଡ଼ିଶାର ୪ ଜଣଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ। ମେଡିସିନ୍ କ୍ଷେତ୍ରରେ ଡାକ୍ତର ଅଶୋକ ମହାପାତ୍ର, କଳାରେ ଅଦୈତ୍ୟ ଚରଣ ଗଡ଼ନାୟକ, ସାହିତ୍ୟ ଓ ଶିକ୍ଷାରେ ପ୍ରତିଭା ଶତପଥୀଙ୍କୁ ପଦ୍ମଶ୍ରୀ ଓ କଳାରେ ଦୁର୍ଗା ଚରଣ ରଣବୀର ପଦ୍ମଶ୍ରୀ ସମ୍ମାନ ପାଇବେ।