Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Afghan Foreign Minister / 8 ଦିନିଆ ଭାରତ ଗସ୍ତରେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ

Smruti Parija
Browse all articles by Smruti Parija
·9 months ago·2 min read
8 ଦିନିଆ ଭାରତ ଗସ୍ତରେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ

Key Points

8 ଦିନିଆ ଭାରତ ଗସ୍ତରେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ

କାବୁଲରେ ଦୂତାବାସ ଖୋଲିବ ଭାରତ 

ଆଫଗାନିସ୍ତାନ ପ୍ରତିନିଧି ମଣ୍ଡଳୀଙ୍କୁ ଦିଲ୍ଲୀରେ ସ୍ୱାଗତ କଲେ ଏସ୍ ଜୟ ଶଙ୍କର

ଆଫଗାନିସ୍ତାନ ରାଜଧାନୀ କାବୁଲରେ ଦୂତାବାସ ଖୋଲିବ ଭାରତ । ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁତ୍ତାକୀ ଏବଂ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଜୟଶଙ୍କର ଘୋଷଣା କରିଛନ୍ତି । କାବୁଲରେ ଭାରତର ଇଣ୍ଡିଆନ ଟେକ୍ନିକାଲ ମିଶନକୁ ଭାରତୀୟ ଦୂତବାସର ମାନ୍ୟତା ଦିଆଯାଇଛି ।


ବୈଦେଶିକ ମନ୍ତ୍ରୀ ଏସ୍ ଜୟ ଶଙ୍କର ଆଫଗାନିସ୍ତାନ ପ୍ରତିନିଧି ମଣ୍ଡଳୀଙ୍କୁ ଦିଲ୍ଲୀରେ ସ୍ୱାଗତ କରିଛନ୍ତି । ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଦୃଢ଼ୀଭୂତ କରିବାକୁ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଆର୍ଥିକ ସ୍ଥିତିଠାରୁ ନେଇ ବାଣିଜ୍ୟିକ ଏବଂ ଆତଙ୍କବାଦୀ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । କେନ୍ଦ୍ର ମନ୍ତ୍ରୀ ପହଲଗାମ ଆକ୍ରମଣ ସମୟରେ ଭାରତକୁ ଆଫଗାନିସ୍ତାନର ସମର୍ଥନକୁ ଉଲ୍ଲେଖନୀୟ କହିଛନ୍ତି ।


ଆତଙ୍କବାଦର ପ୍ରତ୍ୟେକ ରୂପ ଉପରେ ଲଢ଼େଇ କରିବାକୁ ସମସ୍ତ ସମ୍ଭବ ଚେଷ୍ଟା କରାଯିବା ଜରୁରୀ । ଦୁଇ ଦେଶ ଆତଙ୍କବାଦୀ ପ୍ରସଙ୍ଗ ଉପରେ ମିଳିତ ଭାବରେ କାମ କରିବେ । ଏହା ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଭାରତ ଆଫଗାନିସ୍ତାନ ଅଖଣ୍ଡତା ଏବଂ ସ୍ୱତନ୍ତ୍ରତା ପାଇଁ ପୂର୍ଣ୍ଣତାର ସହିତ ପ୍ରତିବଦ୍ଧ । ଆଫଗାନର ଲୋକେ ନିଜ ଭବିଷ୍ୟତ ସ୍ଥିର କରିବା ଉଚିତ । ଏହା ଭାରତର ଲକ୍ଷ୍ୟ ବୋଲି କହିଛନ୍ତି ଏସ୍. ଜୟଶଙ୍କର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆମର ଭାରତ ସହିତ ବହୁତ ଭଲ ସମ୍ପର୍କ ରହିଛି । ଆମେ ଭାରତ ବିରୋଧରେ କୌଣସି ବିରୋଧୀ ମନ୍ତବ୍ୟ କେବେ ଦେଇ ନାହୁଁ ବୋଲି କହିଛନ୍ତି ଆଫଗାନିସ୍ତାନ ପ୍ରତିନିଧି ମଣ୍ଡଳୀ ।


ଆଫଗାନିସ୍ତାନରେ ଭାରତୀୟ କମ୍ପାନୀମାନଙ୍କୁ ଖଣିରେ ନିବେଶ ପାଇଁ ସୁଯୋଗ ଦେଇଥିବାରୁ ଜୟ ଶଙ୍କର ପ୍ରଶଂସା କରିଛନ୍ତି । ଆଫଗାନିସ୍ଥାନରେ ଭୂକମ୍ପ ସମୟରେ ଭାରତର ସମସ୍ତ ସାହାଯ୍ୟ ଓ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି ମୁତ୍ତାକୀ । ଏହି ଗସ୍ତ ଭାରତ ଆଫଗାନିସ୍ତାନର ସମ୍ପର୍କକୁ ଆହୁରି ମଜଭୁତ କରିବ ବୋଲି ସେ କହିଛନ୍ତି । ଏହି ଅବସରରେ ମୁତ୍ତାକୀଙ୍କୁ 5 ଟି ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣ ପ୍ରଦାନ କରିଛନ୍ତି ଜୟଶଙ୍କର । ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁତ୍ତାକୀ ପ୍ରଥମ ଥର ପାଇଁ ଆଠ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ୨୦୨୧ରେ ଆଫଗାନିସ୍ତାନରେ ତାଲିବାନ ସରକାର ଆସିବା ପରେ ଏହା ପ୍ରଥମ ଗସ୍ତ ।

Related Topics

Explore more stories

Sponsored
Afghan Foreign Minister | afghan-foreign-minister-on-8-day-visit-to-india | Argus News