Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Pakistan vs Afghanistan / ଶାନ୍ତି ଆଲୋଚନା ବିଫଳ, ଆଫଗାନିସ୍ତାନ କହିଲା ଆମେ ମାରିବାକୁ ପ୍ରସ୍ତୁତ !

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ଶାନ୍ତି ଆଲୋଚନା ବିଫଳ, ଆଫଗାନିସ୍ତାନ କହିଲା ଆମେ ମାରିବାକୁ ପ୍ରସ୍ତୁତ !

Key Points

ବିଫଳ ଆଲୋଚନା ସତ୍ତ୍ୱେ ମୁଜାହିଦ ନିଶ୍ଚିତ କରିଛନ୍ତି ଯେ, ଅସ୍ତ୍ରବିରତି ଏପର୍ଯ୍ୟନ୍ତ ଆମେ ଉଲ୍ଲଂଘନ କରିନାହୁଁ ଏବଂ ଏହାକୁ ପାଳନ କରିବାକୁ ଚାହୁଛୁ।

ପୁଣି ପାକିସ୍ତାନ-ଆଫଗାନିସ୍ତାନ କଳି । ଘନେଇଲା ଯୁଦ୍ଧ ପରିସ୍ଥିତି । ପାକିସ୍ତାନକୁ ଚେତାବନୀ ଦେଲା ଆଫଗାନିସ୍ତାନ । କହିଲା ଆମେ କୌଣସି ବି ମୁହୁର୍ତ୍ତରେ ଯୁଦ୍ଧ ପାଇଁ ପ୍ରସ୍ତୁତ । ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ଏପରି ପରିସ୍ଥିତି ଉପୁଜିଛି । ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଶନିବାର ଗଣମାଧ୍ୟମ ଆଗରେ ପ୍ରକାଶ ‌କରିଛନ୍ତି। ଯୁଦ୍ଧ ପରିସ୍ଥିତି ଉପୁଜିବାର ମୁଖ୍ୟ କାରଣ ଇସଲାମାବାଦର ଅବାସ୍ତବ ଦାବି ବୋଲି କହିଛନ୍ତି ମୁଜାହିଦ । ଇସଲାମାବାଦ ଦାବି କରିଥିଲା ଯେ, ପାକିସ୍ତାନର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଆଫଗାନିସ୍ତାନ ଦାୟିତ୍ବ ଗ୍ରହଣ କରିବ। କିନ୍ତୁ ଏହା ଏପରି ଏକ ଅନୁରୋଧ ଯାହା କାବୁଲର କ୍ଷମତା ବାହାରେ ବୋଲି ମୁଜାହିଦ ବର୍ଣ୍ଣନା କରିଛନ୍ତି।

ଅନ୍ୟପଟେ ବିଫଳ ଆଲୋଚନା ସତ୍ତ୍ବେ ମୁଜାହିଦ ନିଶ୍ଚିତ କରିଛନ୍ତି ଯେ, ଅସ୍ତ୍ରବିରତି ଏପର୍ଯ୍ୟନ୍ତ ଆମେ ଉଲ୍ଲଂଘନ କରିନାହୁଁ ଏବଂ ଏହାକୁ ପାଳନ କରିବାକୁ ଚାହୁଛୁ। ଅନ୍ୟପକ୍ଷରେ ନଭେମ୍ବର ପହିଲାରେ ଶେଷ ହୋଇଥିବା ସପ୍ତାହରେ ଆଫଗାନିସ୍ତାନ ନାଗରିକଙ୍କ ଗିରଫଦାରୀ ପାକିସ୍ତାନରେ ୧୪୬ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଜାତିସଂଘର ଶରଣାର୍ଥୀ ହାଇକମିସନର (ୟୁଏନ୍ଏଚ୍‌ସିଆର୍) ଏବଂ ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ ଫର୍ ମାଇଗ୍ରେସନ (ଆଇଓଏମ୍)ଙ୍କ ମିଳିତ ରିପୋର୍ଟରେ କୁହାଯାଇଛି।

ଏହି ସମୟ ମଧ୍ୟରେ ସମଗ୍ର ପାକିସ୍ତାନରେ ମୋଟ ୭,୭୬୪ ଆଫଗାନିସ୍ତାନ ନାଗରିକଙ୍କୁ ଅଟକ ରଖାଯାଇଥିଲା। ଅଧିକାଂଶ ଗିରଫଦାରୀ ବଲୁଚିସ୍ତାନରେ ହୋଇଥିଲା, ଯାହା ୮୬ ପ୍ରତିଶତ ଥିଲା। ଚମନ ଓ ତୋରଖମ୍ ପଏଣ୍ଟ ସମେତ ପ୍ରମୁଖ ସୀମା କ୍ରସିଂ ଖୋଲିବା ପରେ ଏହି କାର୍ଯ୍ୟାନୁଷ୍ଠାନ ତୀବ୍ର ହୋଇଥିଲା। ପ୍ରତ୍ୟାବର୍ତ୍ତନ ଓ ପ୍ରତ୍ୟର୍ପଣ ସଂଖ୍ୟା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ସେପ୍ଟେମ୍ବର ୨୦୨୩ ପରଠାରୁ ୧.୬ ନିୟୁତରୁ ଅଧିକ ଲୋକ ଆଫଗାନିସ୍ତାନକୁ ଫେରିଛନ୍ତି।

ଅନ୍ୟପଟେ ଅସୀମ ମୁନିରଙ୍କୁ ଅଧିକ ପାଓ୍ୱାରଫୁଲ କରିଛି ପାକିସ୍ତାନ । ତାଙ୍କୁ ନୂଆ ପଦବୀରେ ବସାଇଛି ଦେଶ । ଭାରତ ସହିତ ସାମ୍ପ୍ରତିକ ଉତ୍ତେଜନାରୁ ‘ଅନେକ ଶିକ୍ଷା’ ପାଇଥିବା ଦାବି କରି, ପାକିସ୍ତାନ ସାମ୍ବିଧାନିକ ଭାବରେ ଏହାର ସାମରିକ ଶକ୍ତିକୁ ଆହୁରି ମଜବୁତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। ପାକିସ୍ତାନର ଆଇନ ମନ୍ତ୍ରୀ ଆଜମ ନାଜିର ତରାର ସେନେଟରେ ୨୭ତମ ସାମ୍ବିଧାନିକ ସଂଶୋଧନ ବିଲ ଆଗତ କରିଛନ୍ତି, ଯାହା ସାମରିକ ବାହିନୀର ଶୀର୍ଷ କମାଣ୍ଡ ଗଠନକୁ ପୁନର୍ବାର ସଜାଡ଼ିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପରିବର୍ତ୍ତନ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କୁ ପ୍ରତିରକ୍ଷା ବାହିନୀ (CDF) ର କମାଣ୍ଡର ହେବା ପାଇଁ ପଥ ପ୍ରଶସ୍ତ କରିପାରେ-ଏକ ପଦବୀ ଯାହା ସମସ୍ତ ତିନି ସଶସ୍ତ୍ର ବାହିନୀ ଉପରେ ସର୍ବୋଚ୍ଚ କମାଣ୍ଡ ପ୍ରଦାନ କରିବ।

ଆଇନ ମନ୍ତ୍ରୀ ତରାର କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ଉତ୍ତେଜନା ଦର୍ଶାଇଛି ଯେ ଆଧୁନିକ ଯୁଦ୍ଧ ରଣନୀତି ପରିବର୍ତ୍ତନ ହୋଇଛି। ତେଣୁ, ସମ୍ବିଧାନରେ ସାମରିକ ଗଠନ ଏବଂ ଶୀର୍ଷ କମାଣ୍ଡକୁ ସ୍ପଷ୍ଟ ଭାବରେ ଅନ୍ତର୍ଭୁକ୍ତ କରିବା ଅତ୍ୟାବଶ୍ୟକ। ସେ ବ୍ୟାଖ୍ୟା କରିଥିଲେ ଯେ ଅନେକ ପ୍ରମୁଖ ସାମରିକ ପଦବୀ ସେନା ଆଇନରେ ତାଲିକାଭୁକ୍ତ, କିନ୍ତୁ ୧୯୭୩ ସମ୍ବିଧାନରେ ନୁହେଁ, ତେଣୁ ଏଗୁଡ଼ିକୁ ଆନୁଷ୍ଠାନିକ ମାନ୍ୟତା ଦିଆଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pakistan vs Afghanistan | Afghan-Pak peace talks collapse after Islamabad's 'beyond capacity' demand | Argus News