Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିନରେ ୪୮ ଡିଗ୍ରୀ କୁ ରାତିରେ ୪୬ ଡିଗ୍ରୀ

Rashmita Mishra
Browse all articles by Rashmita Mishra
·2 years ago·2 min read
ଦିନରେ   ୪୮ ଡିଗ୍ରୀ କୁ  ରାତିରେ ୪୬ ଡିଗ୍ରୀ

ଅର୍ଗସ ବ୍ୟୁରୋ: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଖରା ଗରମ ଯୋଗୁଁ ପରିସ୍ଥିତି ଅଧିକ ଖରାପ ହୋଇଯାଇଛି ।ଏଠାରେ ଅନେକ ଅଞ୍ଚଳରେ ତାପମାତ୍ରା ୪୮ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ସବୁଠୁ ବଢ କଥା ହେଉଛ କି ଏଠାରେ ଏସି, କୁଲର୍ ଏବଂ ଫ୍ରିଜ୍ ଭଳି ଜିନିଷ କାମ କରୁନାହିଁ । ଡିହାଇଡ୍ରେସନ୍, ବାନ୍ତିରେ ସେଠାକାର ଅଧିକାଶଂ ଲୋକ ପୀଡିତ ହୋଇ ଡାକ୍ତରଖାନାଗୁଡ଼ିକରେ ପଡିଛନ୍ତି । 

ଦିନରେ ତ ଛାଡ ଏଠାକାର ମଧ୍ୟ ରାତିରେ ତାପମାତ୍ରା ୪୬ ଡିଗ୍ରୀ । ଏସି କିମ୍ବା ଫ୍ରିଜ୍ କାମ କରୁନାହିଁ । ଆଶ୍ଚଯ୍ୟର କଥାକି କ୍ଷୀର ଏବଂ ରୁଟି ଅପେକ୍ଷା ବରଫ ଅଧିକ ମହଙ୍ଗାରେ ବିକ୍ରି ହେଉଛି। ଖରା ଗରମ ଯୋଗୁଁ ମାଲିର ରାଜଧାନୀ ବାମାକୋ ସମେତ ଅନେକ ଅଞ୍ଚଳରେ ବିଦ୍ୟୁତ ସଙ୍କଟ ଦେଖାଦେଇଛି । ମାଲିରେ ପୂର୍ବରୁ ବିଦ୍ୟୁତ ସଙ୍କଟ ଦେଖାଦେଇଛି। ବର୍ତ୍ତମାନ ଏତେ  ମାତ୍ରାରେ ଖରା ଉତ୍ତାପ ବଢିବାରେ ଲାଗିଛି ବୋଲି ସମସ୍ୟା ଗଭୀର ହୋଇଗଲାଣି । ବିଦ୍ୟୁତର ବାରମ୍ଵାର କାଟ ଯୋଗୁଁ ମାଲିରେ ବରଫର ଚାହିଦା ବୃଦ୍ଧି ପାଇଛି । 

ପରିସ୍ଥିତି ଏପରି ଯେ କ୍ଷିର ଏବଂ ରୁଟି ଅପେକ୍ଷା ବରଫ କ୍ୟୁବ୍ ଅଧିକ ମହଙ୍ଗାରେ ବିକ୍ରି ହେଉଛି। ଅନେକ କ୍ଷେତ୍ରରେ ବରଫ କ୍ୟୁବ୍ ମୂଲ୍ୟ ୫୦୦ଟଙ୍କାରେ ପହଞ୍ଚିଛି ଏବଂ ଏହାର ମୂଲ୍ୟ କ୍ରମାଗତ ଭାବରେ ବଢିବାରେ ଲାଗିଛି । ମାଲିରେ ରୁଟି ଏବଂ କ୍ଷୀର ପରି ଜିନିଷ ସାଧାରଣତଃ ଅତି ବେଶିରେ ୨୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରିପୋର୍ଟ ଅନୁଯାୟୀ ଏପରି ଅନେକ ସ୍ଥାନ ଅଛି ଯେଉଁଠାରେ ରାତିର ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିଥାଏ। ଗରମ ଉତ୍ତାପ ଡିହାଇଡ୍ରେସନ୍, କାଶ, ଜ୍ୱର ଏବଂ ଶ୍ୱାସ ରୋଗ ବଢିବାରେ ଲାଗିଛି । ଅନେକ ଅଞ୍ଚଳରେ ଜଳ ଅଭାବ ଦେଖାଦେଇଛି ।ପ୍ରବଳ ଉତ୍ତାପ ଯୋଗୁଁ ଅନେକ ଅଞ୍ଚଳରେ ସ୍କୁଲ ଏବଂ କଲେଜ ବନ୍ଦ ରହିଛି। ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଲୋକଙ୍କୁ ଉତ୍ତାପରୁ ରକ୍ଷା ପାଇବା ପାଇଁ ବରଫ କ୍ୟୁବ୍ ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ଅଧିକ ପଢ଼ନ୍ତୁ ଭାରତ ଖବର 

Sponsored
african-country-mali-suffering-from-heat-wave-and-extreme-temprature | Argus News