Videos
|
National

ମହକୁଛି ପାହାଡ, ଫୁଟିଲା ଫୁଲ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମହକୁଛି ପାହାଡ, ଫୁଟିଲା ଫୁଲ

ଅର୍ଗସ ବ୍ୟୁରୋ:  ଫୁଲ ବା ପୁଷ୍ପ କ୍ଷୁଦ୍ର ଆକାର, କଅଁଳ ପାଖୁଡା, ବିଭିନ୍ନ ରଙ୍ଗ, ଭିନ୍ନ ବାସ୍ନାର ରହିଛି । ଫୁଲମାନଙ୍କର ବହୁତ ପ୍ରକାରର ଆବଶ୍ୟକତା ରହିଛି । ବିଭିନ୍ନ ଉଦ୍ଦେଶ୍ୟରେ ଫୁଲମାନେ ବି ବ୍ୟବହୃତ ହୁଅନ୍ତି - ଜନ୍ମ ଦିନରେ, ସଭାସମିତିରେ, ଦେବାଳୟରେ, ପକେଟରେ, ଶଯ୍ୟାରେ, ମୃତ୍ୟୁ ଶଯ୍ୟାରେ ଏମିତି ବହୁତ ଯାଗାରେ । ଶାନ୍ତି ଓ ସମୃଦ୍ଧି ପାଇଁ ପୁଷ୍ପମାନ ଇଶ୍ୱରଙ୍କଠାରେ ଅର୍ପିତ । ଆକାଶକୁ ତାରାମାନ ସଜାଇବା ଭଳି ରଙ୍ଗବେରଙ୍ଗର ଫୁଲ ମାନ ପ୍ରକୃତିରାଣୀକୁ ସଜାଇଥାନ୍ତି । ସୃଷ୍ଟିକର୍ତ୍ତାଙ୍କଦ୍ୱାରା ସୃଷ୍ଟ ପ୍ରତ୍ୟେକ ପଦାର୍ଥକୁ ପ୍ରଥମେ ତାଙ୍କୁ ହିଁ ନିବେଦନ କରାଯାଇଥାଏ । ଏଭଳି ଏକ ସୁନ୍ଦର ଫୁଲ ବର୍ତ୍ତମାନ ଭାଇରାଲ ହେଉଛି।

ବର୍ଷେ କି ଦୁଇ ବର୍ଷ ନୁହେଁ... ଦୀର୍ଘ ୧୨ ବର୍ଷ ପରେ ଫୁଟିଛି ଫୁଲ। ଏହା ଏମିତି ସେମିତି ଫୁଲ ନୁହେଁ ଏହା ହେଉଛି ଏକ ଦୁର୍ଲଭ ଫୁଲ। ବର୍ତ୍ତମାନ ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫୁଲ ଦେଖିବାକୁ ମିଳିଛି ତାମିଲନାଡୁରେ। ତାମିଲନାଡୁର ନିଳଗିରି ପାହାଡ଼ରେ ଅସାଧାରଣ ଘଟଣା ଦେଖିବାକୁ ମିଳିଛି । ନିଳଗିରି ପାହାଡ଼ରେ ଚମତ୍କାରୀ ଫୁଲ ଫୁଟିଛି ।ଏହାର ନାଁ ହେଉଛି ‘ନୀଳକୁରିଞ୍ଜି’ ଫୁଲ । ଏହି ଫୁଲର ବିଶେଷ କଥା ହେଉଛି ଏହା ୧୨ ବର୍ଷରେ ଥରେ ଫୁଟିଥାଏ । କୁହାଯାଏ ଏହି ଚମତ୍କାରୀ ଫୁଲର ନୀଳ ରଂଗ ଯୋଗୁଁ ‘ନୀଳକୁରିଞ୍ଜି’ ଫୁଲର ନାମକରଣ କରାଯାଇଛି । କହିରଖୁଛୁ ୨୦୨୪ରେ ନୀଳକୁରିଞ୍ଜି ଫୁଲକୁ IUCN ଦ୍ୱାରା ବିପଦପୂର୍ଣ୍ଣ ପ୍ରଜାତି(threatened species)ର ନାଲି ତାଲିକାରେ ସାମିଲ କରାଯାଇଛି । ଏହି ତାଲିକାରେ ସେହି ପ୍ରଜାତିର ଉଦ୍ଭିଦ ଅନ୍ତର୍ଭୁକ୍ତ ଯାହାକି ଧିରେ ଧିରେ ବିଲୁପ୍ତ ହେବାକୁ ଯାଉଛି । ଏହି ତାଲିକା ମଧ୍ୟମରେ ନୀଳରିକୁଞ୍ଜ ଫୁଲର ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି ଏବଂ ଏହାକୁ ବଞ୍ଚାଇବା ପାଇଁ ଅନୁରୋଧ କରାଯାଇଛି ।

ଏହି ଫୁଲଟି ଦେଖିବାକୁ ଖୁବ ସୁନ୍ଦର। ଧଳା ଏବଂ ବାଇଗେଣି ରଙ୍ଗର ହୋଇଥିବା ଏହି ଫୁଲ ଧିରେ ଧିରେ ବିଲୁପ୍ତ ହେବାକୁ ବସିଲାଣି। ଜୀବ ଜଗତ ପାଇଁ ପ୍ରକୃତିର ଅବଦାନ ଅନେକ । ବେଳେ ବେଳେ ପ୍ରକୃତିରେ ଏଭଳି ଘଟଣା ଘଟିଥାଏ ଯାହା ଜୀବଜଗତକୁ ଆଶ୍ଚର୍ଯ୍ୟ କରିଥାଏ । ଏଭଳି ଦୃଶ୍ୟ କେବଳ ୧୨ ବର୍ଷରେ ଥରେ ଦେଖିବାକୁ ମିଳିଛି। ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏହି ଫୁଲକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଏବଂ ଖୁସି ବ୍ୟକ୍ତ କରୁଛନ୍ତି।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର: