Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରେମିକାର ବୟସ ଜାଣିବା ପରେ ପ୍ରେମିକ ବାଉଳା

National

ପ୍ରେମିକାର ବୟସ ଜାଣିବା ପରେ ପ୍ରେମିକ ବାଉଳା

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ପ୍ରେମିକାର ବୟସ ଜାଣିବା ପରେ ପ୍ରେମିକ ବାଉଳା

ପ୍ରେମ କେତେବେଳେ କାହା ସହ ହୋଇଯାଏ ସେ କଥା କେହି ଜାଣି ପାରନ୍ତି ନାହିଁ। ପ୍ରେମ ଆଗରେ ବୟସବି ହାରିଯାଏ। ବୟସର ବ୍ୟବଧାନ ବି ଫିକା ପଡେ। ଏମିତି ପ୍ରେମର ଅନେକ ଉଦାହରଣ ରହିଛି ଏ ସମାଜରେ।


ହେଲେ ଏବେ ୨୬ ବର୍ଷର ଜଣେ ଯୁବକଙ୍କ ପ୍ରେମ କାହଣୀରେ ଥିବା ଟ୍ବିଷ୍ଟ ଚର୍ଚ୍ଚାକୁ ଆସିଛି।  ରେଡିଟ୍‌ ରେ ସେ ନିଜ ପ୍ରେମ କାହାଣୀକୁ ନେଇ ଏମିତି କିଛି ଲେଖିଛନ୍ତି, ଯାହା ଏବେ ଭାଇରାଲ ହେଉଛି। ଯୁବକ ଜଣଙ୍କ ଲେଖିଛନ୍ତି ମୁଁ ମୋ ପ୍ରେମିକା ସହ ୪ ବର୍ଷ ହେଲା ଡେଟ୍ କରୁଛି। ହେଲେ ଏବେ ତାଙ୍କ ବୟସ ଜାଣିବା ପରେ ମତେ ଆଶ୍ଚର୍ଯ୍ୟ ଲାଗୁଛି। ସେ ଯାହାଙ୍କୁ ଭଲ ପାଉଥିଲେ ତାଙ୍କୁ ଲାଗୁଥିଲା ସେ ଝିଅର ବୟସ ୨୭ ବର୍ଷ ହେବ। ହେଲେ ଏବେ ଜାଣିବାକୁ ପାଇଛନ୍ତି ଝିଅଟିର ବୟସ ୪୭ ବର୍ଷ।


ବ୍ୟକ୍ତି ଜଣଙ୍କ ପୋଷ୍ଟରେ ବାଖ୍ୟା କରି ଲେଖିଛନ୍ତି, ତାଙ୍କ ପ୍ରେମିକା ସବୁବେଳେ କହୁଥିଲେ ଯେ ତାଙ୍କର ଜନ୍ମ ଏପ୍ରିଲ ୧୯୯୮ ରେ। ହେଲେ ତାଙ୍କ ଲାପଟପରୁ ପାସ୍‌ପୋର୍ଟ କପି ଦେଖିବା ପରେ ସେ ଜାଣିବାକୁ ପାଇଛନ୍ତି ତାଙ୍କର ଜନ୍ମ ୧୯୭୭ ରେ।ପ୍ରେମିକାର ବୟସ ଜାଣିବା ପରେ ଏବେ ଦ୍ବନ୍ଦରେ ପଡ଼ିଯାଇଛନ୍ତି ଯୁବକ ଜଣଙ୍କ। ସେ ଏବେ କ'ଣ କରିବେ ନିଜେ ମଧ୍ୟ ଜାଣି ପାରୁ ନାହାନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେ ଆହୁରି ମଧ୍ୟ ଲେଖିଛନ୍ତି, ତାଙ୍କ ପ୍ରେମିକା ତାଙ୍କୁ ଜଣେ ୨୭ ବର୍ଷର ଝିଅ ଭଳି ଦେଖା ଯାଉଥିଲା। ତାଙ୍କ ରୂପରୁ କେବେ ବାରି ହେଉନଥିଲା ସେ ୪୭ ବର୍ଷର ଜଣେ ମହିଳା ବୋଲି।


ତାଙ୍କ କହିବା କଥା ଏମିତି ଅନ୍ଧଭାବେ ଭଲ ପାଇବାରୁ ସେ ଆଜି ଏମିତି ଅକଳରେ ପଡିଛନ୍ତି। ସେ ଯେତବେଳେ ତାଙ୍କ ପ୍ରେମିକାଙ୍କୁ ତାଙ୍କ ପାସ୍‌ପୋର୍ଟ ମାଗୁଥିଲେ ସେତେବେଳେ ସେ ବହୁତ ବାହାନା କାଢୁଥିଲେ।


ଏହା ଉପରେ ପ୍ରତିକ୍ରିୟା ଦେଇ ଜଣେ ୟୁଜର୍ସ ଲେଖିଛନ୍ତି, "ମୁଁ ତୁମର ଅନ୍ୟ ପୋଷ୍ଟ ଦେଖିଲି, ଫଟୋ ଦେଖିଲି। ମୁଁ ଦେଖିଲି ସେ ଜଣେ ଏସୀୟ। ଏସୀୟମାନେ ସେମାନଙ୍କ ବୟସଠାରୁ କମ୍ ଦେଖାଯିବା ବହୁତ ସାଧାରଣ

Raja Festival
Sponsored
After 4 years of love, a young man finds out that his girlfriend is 47 years old | Argus News