Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୫୦୦ ବର୍ଷ ଅପେକ୍ଷାର ହେଲା ଅନ୍ତ : ଅଯୋଧ୍ୟାରେ ଦିୱାଲୀ ସେଲିବ୍ରେସନ କରିବେ ମୋଦି

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
୫୦୦ ବର୍ଷ ଅପେକ୍ଷାର ହେଲା ଅନ୍ତ : ଅଯୋଧ୍ୟାରେ ଦିୱାଲୀ ସେଲିବ୍ରେସନ କରିବେ ମୋଦି

Key Points

  • ୫୦୦ ବର୍ଷ ଅପେକ୍ଷାର ହେଲା ଅନ୍ତ
  • ଅଯୋଧ୍ୟାରେ ଦିୱାଲୀ ସେଲିବ୍ରେସନ କରିବେ ମୋଦି

ଅର୍ଗସ ବ୍ୟୁରୋ: ଅଯୋଧ୍ୟାର ରାମ ମନ୍ଦିରକୁ ନେଇ ପୁଣି ଥରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । କାରଣ ରାମ ମନ୍ଦିରରେ ଏଥର ପ୍ରଧାନମନ୍ତ୍ରୀ ଦିୱାଲୀ ସେଲିବ୍ରେସନ କରିବାକୁ ଯାଉଛନ୍ତି । ଏଥିଲାଗି ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଗତକାଲି ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ବାଣ୍ଟୁଥିବା ବେଳେ ମୋଦି କହିଥିଲେ, ଆମେ ଦୁଇଦିନରେ ଦୀପାବଳି ପାଳନ କରିବାକୁ ଯାଉଛନ୍ତି । ଏଥର ଅଯୋଧ୍ୟାରେ ମୁଁ ଦୀପାବଳି ପାଳନ କରିବି । ଦୀର୍ଘଦିନର ଅପେକ୍ଷାର ଅନ୍ତ ହେବାକୁ ଯାଉଛି କହି ଭାବବିହ୍ଵଳ ହୋଇଯାଇଥିଲେ ମୋଦି ।

ଗତକାଲି ପୁରା ଭାରତରେ ଧନତେରସର ମାହୋଲ ଜମିଥିଲା । ପରମ୍ପରା ଅନୁସାରେ ଏହିଦିନ କିଛି ସୁନା କିଣିଲେ ଶୁଭ ବୋଲି ମନାଯାଏ । ସେଇଥି ଲାଗି ତ ପଲ୍ଲୀରୁ ଦିଲ୍ଲୀ ଯାଏ ସବୁ ସୁନା ଦୋକାନରେ ଗହଣା କିଣିବାକୁ ଲୋକଙ୍କ ଲାଇନ୍‌ ଲାଗିଥିଲା । ଆଉ ଏହାରି ଭିତରେ ଦେଶରେ ବେକାରୀ ସମସ୍ୟା ଦୂର କରିବାକୁ ଭିଡିଓ କନଫରେନ୍ସିଂ ଜରିଆରେ ମୋଦି ବାଣ୍ଟିଥିଲେ ନିଯୁକ୍ତି ପତ୍ର । ପାଖାପାଖି ୫୧ ହଜାରରୁ ଅଧିକ ପିଲାଙ୍କୁ ନିଯୁକ୍ତି ପତ୍ର ବଣ୍ଟାଯାଇଥିଲା । ମୋଦି ସମ୍ବୋଧିତ ବି କରିଥିଲେ । ଏହି ସମୟରେ ମୋଦି କହିଥିଲେ, ରାମ ମନ୍ଦିର ସମସ୍ତଙ୍କ ସ୍ଵପ୍ନ ଥିଲା । ହେଲେ ସେହି ସ୍ଵପ୍ନ ଏବେ ପୁରା ହୋଇଛି । ଏବେ ୫୦୦ ବର୍ଷ ପରେ ଅଯୋଧ୍ୟାରେ ଦୀପାବଳି ଉତ୍ସବ ପାଳନ ହେବାକୁ ଯାଉଛି । ଯାହାକୁ ନେଇ ପ୍ରତିଟି ହିନ୍ଦୁ ଖୁସି ଅଛନ୍ତି । 

ଆମେ ସମସ୍ତେ ଜାଣନ୍ତି ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ଅଯୋଧ୍ୟା ଫେରିବା ଦିନରେ ଦୀପାବଳି ପଡ଼ିଥିଲା । ଆଉ ୧୪ ବର୍ଷର ବନବାସ ପରେ ଯେବେ ଶ୍ରୀରାମ ନିଜ ଜନ୍ମମାଟି ଅଯୋଧ୍ୟାକୁ ଫେରିଥିଲେ ସେବେ ସବୁ ଅଯୋଧ୍ୟାବାସୀ ଘର ସାମ୍ନାରେ ଦୀପ ପ୍ରଜ୍ଜ୍ଵଳନ କରି ତାଙ୍କୁ ସ୍ଵାଗତ କରିଥିଲେ । ଆକାଶରୁ ଫୁଲ ବର୍ଷା କରିଥିଲେ । ଇଏ ତ ଗଲା ଶାସ୍ତ୍ରର କଥା । କିନ୍ତୁ କାହିଁ କେତେ କାଳରୁ ଦୀପାବଳି ଉତ୍ସବକୁ ସାରା ଦେଶରେ ବେଶ ଆକର୍ଷଣୀୟ ଢଙ୍ଗରେ ପାଳନ କରାଯାଉଛି । ବାଣ ଫୁଟା ଯାଉଛି, ଘର ସଜା ଯାଉଛି । ଯେହେତୁ ଏଥର ପ୍ରଥମଥର ଅଯୋଧ୍ୟାରେ ରାମ ମନ୍ଦିରର ଦୀପାବଳି ପାଳନ କରାଯାଉଛି ତେଣୁ ମୋଦି ବି ସେହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିବାରୁ ପୁରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Narendra Modi | Argus News