ଦୀର୍ଘ ୧୫ ଘଣ୍ଟାର ଉଦ୍ୟମ ପରେ ବୋରଓ୍ବେଲରୁ ଶିଶୁକନ୍ୟା ସୁରକ୍ଷିତ ଉଦ୍ଧାର
·1 year ago

ଅର୍ଗସ ବ୍ୟୁରୋ: ରାଜସ୍ଥାନର ଦସୁଆରେ ଖୋଲା ବୋରୱେଲ ଭିତରେ ଖସି ପଡିଥିବା ୨ ବର୍ଷର ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଛି। ବୁଧବାର ଦିନ ଏହି ଘଟଣା ଘଟିଥିବା ବେଳେ ଘଟଣାକୁ ୧୫ ଘଣ୍ଟାର ଉଦ୍ୟମ ପରେ ବୋରଓ୍ବେଲରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରେ ଏନଡିଆରଏଫ ଟିମ ଶିଶୁଟିକୁ ବାହାର କରିବାକୁ ଆପ୍ରାଣପଣ ଉଦ୍ୟମ ଜାରି ରଖିଥିଲା।
ବୋରୱେଲକୁ ଖସି ପଡିଥିବା ଶିଶୁ କନ୍ୟାକୁ ପ୍ରଥମେ ଅକ୍ସିଜେନ ପ୍ରଦାନ କରାଯାଇଥିଲା। ସୁରକ୍ଷିତ ଉଦ୍ଧାର ପରେ ଶିଶୁଟିକୁ ନିକଟସ୍ଥ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଛି। ତାର ସ୍ବାସ୍ଥ୍ୟାବସ୍ଥା ଠିକ୍ ଅଛି ବୋଲି ଏନଡିଆରଏଫ୍ ପକ୍ଷରୁ କୁହାଯାଇଛି। ଝିଅକୁ ସୁରକ୍ଷିତ ପାଇବା ପରେ ପରିବାର ଲୋକ ଏନଏଡିଆରଏଫ ଟିମକୁ କୃତଜ୍ଞତା ଜଣାଇଛନ୍ତି। ବୋରୱେଲଟି ପ୍ରାୟ ୩୫ ଫୁଟ୍ ଗଭୀରର ଥିଲା। ଶିଶୁକନ୍ୟା ବାହାରିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: