Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅମୁଲ ପରେ ମଦର ଡାଏରୀର ମହଙ୍ଗା ମାଡ଼

Ritu Das
Browse all articles by Ritu Das
·2 years ago·1 min read
ଅମୁଲ ପରେ ମଦର ଡାଏରୀର ମହଙ୍ଗା ମାଡ଼

ନିର୍ବାଚନ ଫଳାଫଳ ଘୋଷଣାର ଗୋଟିଏ ଦିନ ପୂର୍ବରୁ ସାଧାରଣ ଖାଉଟିଙ୍କ ଉପରେ ହୋଇଛି ମହଙ୍ଗା ମାଡ । ଅମୁଲ ପରେ ମଦର ଡାଏରୀ ମଧ୍ୟ କ୍ଷୀର ମୂଲ୍ୟ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରିଛି। ଗତ ୧୫ ମାସରେ ବିଭିନ୍ନ ସାମଗ୍ରୀର ବୃଦ୍ଧି କାରଣରୁ କ୍ଷୀର ଦର ବୃଦ୍ଧି ହୋଇଥିବା କମ୍ପାନି ପକ୍ଷରୁ କୁହାଯାଇଛି । ସାଧାରଣ ନିର୍ବାଚନର ଠିକ୍ ପରେ ଏହି ଦର ବୃଦ୍ଧି କରାଯାଇଛି ।

ମଦର ଡାଏରୀ ପକ୍ଷରୁ କୁହାଯାଇଛି ଯେ, ଜୁନ୍ ୩ରୁ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି । ବଜାରରେ ବିଭିନ୍ନ ଉତ୍ପାଦର ମୂଲ୍ୟ ବୃଦ୍ଧି କାରଣରୁ କ୍ଷୀର ଦର ବୃଦ୍ଧି କରାଯାଇଛି । ଦିଲ୍ଲୀ ଏନସିଆରରେ ମଦର ଡାଏରୀର ଫୁଲ୍ କ୍ରିମ କ୍ଷୀରର ମୂଲ୍ୟ ଏବେ ଲିଟର ପିଛା ୬୮ ଟଙ୍କାରେ ପହଞ୍ଚିଛି । ସେହିଭଳି ଟୋଣ୍ଡ ତଥା ଡବଲ ଟୋନଡ କ୍ଷୀରର ମୂଲ୍ୟ ଯଥାକ୍ରମେ ୫୬ ଓ ୫୦ ଟଙ୍କାରେ ପହଞ୍ଚିଛି । ଶେଷଥର ପାଇଁ ଫେବୃଆରୀ ୨୦୨୩ରେ କ୍ଷୀରର ମୂଲ୍ୟ ବୃଦ୍ଧି କରିଥିଲା ମଦର ଡାଏରୀ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
After Amul, | Argus News