Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପଶୁଚର୍ବି ପରେ ଏବେ ତିରୁପତିଙ୍କ ପ୍ରସାଦରୁ ମିଳିଲା ତମାଖୁ!

National

ପଶୁଚର୍ବି ପରେ ଏବେ ତିରୁପତିଙ୍କ ପ୍ରସାଦରୁ ମିଳିଲା ତମାଖୁ!

Ritu Das
Browse all articles by Ritu Das
·1 year ago·1 min read
ପଶୁଚର୍ବି ପରେ ଏବେ ତିରୁପତିଙ୍କ ପ୍ରସାଦରୁ ମିଳିଲା ତମାଖୁ!

ଅର୍ଗସ ବ୍ୟୁରୋ: ତିରୁପତି ମନ୍ଦିରର ପ୍ରସାଦ ତିଆରି କରିବା ପାଇଁ ବ୍ୟବହୃତ ଘିଅରେ ପଶୁଚର୍ବିର ବ୍ୟବହାରକୁ ନେଇ ବିବାଦ ମଧ୍ୟରେ ଆଉ ଜଣେ ଭକ୍ତ ଏକ ବଡ଼ ଦାବି କରିଛନ୍ତି । ପଶୁଚର୍ବି ପରେ ଏବେ ପ୍ରସାଦରେ ତମାଖୁ ମିଳିଥିବା ସୂଚନା ମିଳିଛି। ଯାହାପରେ ସାରା ଦେଶରେ ଚହଳ ପଡିଛି। ତେଲେଙ୍ଗାନାର ଖମ୍ମାମ ଜିଲାର ଜଣେ ମହିଳା ଭକ୍ତ ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରର ପ୍ରସାଦକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସେ ଦାବି କରିଛନ୍ତି ଯେ, ତିରୁପତି ମନ୍ଦିରର ପବିତ୍ର ଲଡୁରୁ ତମାଖୁ ମିଳିଛି । ତାଙ୍କ କହିବାନୁସାରେ, ଯେତେବେଳେ ସେ ତିରୁପତି ମନ୍ଦିରର ପ୍ରସାଦ ତାଙ୍କ ଘରକୁ ଆଣିଥିଲେ, ସେତେବେଳେ ସେ ପ୍ରସାଦରେ ଏକ କାଗଜରେ ତମାଖୁ ଗୁଡା ହୋଇଥିବାର ଦେଖିବାକୁ ପାଇଥିଲେ ।

ସେ ୧୯ ସେପ୍ଟେମ୍ବରରେ ତିରୁପତି ମନ୍ଦିରକୁ ଯାଇଥିଲେ । ପ୍ରତ୍ୟେକ ଭକ୍ତଙ୍କ ପରି ପଦ୍ମାବତୀ ମଧ୍ୟ ମନ୍ଦିରରୁ ପ୍ରସାଦ ଆଣି ତାଙ୍କ ନିକଟତମ ଲୋକଙ୍କ ମଧ୍ୟରେ ବାଣ୍ଟିଥିଲେ । ପଦ୍ମାବତୀଙ୍କ କହିବା ଅନୁଯାୟୀ, ଯେତେବେଳେ ଆମେ ଲଡୁ ଖୋଲି ଲୋକମାନଙ୍କ ମଧ୍ୟରେ ବାଣ୍ଟିବା ଆରମ୍ଭ କରିଥିଲୁ, ପ୍ରସାଦ ଭିତରେ ଏକ କାଗଜରେ ତମାଖୁ ଗୁଡ଼ାଯାଇଥିବା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ତେବେ ପଦ୍ମାବତୀଙ୍କ ଏହି ବୟାନ ପରେ ଲକ୍ଷ ଲକ୍ଷ ତିରୁପତି ଭକ୍ତଙ୍କ ଆବେଗକୁ ପୁଣି ଶକ୍ତ ଆଘାତ ଲାଗିଛି ।

ସେପଟେ ମହିଳାଙ୍କ ଅଭିଯୋଗକୁ ମିଥ୍ୟା ବୋଲି କହିଛି ଶ୍ରୀ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ତିପୁରତି ତିରୁମାଳା ଦେବସ୍ଥାନମ ବା ଟିଟିଡି । ଏହି ଲଡୁକୁ ବୈଷ୍ଣବ ବ୍ରାହ୍ମଣମାନେ ଅତି ପବିତ୍ରତାର ସହ କରିଥାନ୍ତି ଏବଂ ଏହି ପୂରା ପ୍ରକ୍ରିୟା ସିସିଟିଭି ନଜରରେ ହୋଇଥାଏ ବୋଲି ଟିଟିଡି କହିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
After animal fat, | Argus News