କ୍ଷମା ମାଗିବା ପରେ ଯୋଗଗୁରୁ ଏବଂ ତାଙ୍କ ପତଞ୍ଜଳୀ ସାମଗ୍ରୀ ବିରୋଧରେ ମାମଲା ହଟାଇଲେ ସୁପ୍ରିମକୋର୍ଟ

ଅର୍ଗସ ବ୍ୟୁରୋ: କ୍ଷମା ମାଗିଲେ ବାବା ରାମଦେବ, ମାମଲା ବନ୍ଦ କଲେ ସୁପ୍ରିମକୋର୍ଟ । ବିଭ୍ରାନ୍ତକାରୀ ବିଜ୍ଞାପନ ମାମଲା । କ୍ଷମା ପ୍ରାର୍ଥନା ଗ୍ରହଣ କରି ମାନହାନୀ ମାମଲାକୁ ବନ୍ଦ କଲେ ସୁପ୍ରିମକୋର୍ଟ । ମାମଲାରେ ଯୋଗ ଗୁରୁ ବାବା ରାମଦେବ ଏବଂ ପରିଚାଳନା ନିର୍ଦ୍ଦେଶକ ତଥା ଯୋଗ ଗୁରୁ ରାମଦେବଙ୍କ ସହଯୋଗୀ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ବସ୍ତି ମିଳିଛି। ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟ ଉଭୟଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରି ମାମଲା ବନ୍ଦ କରିଥିବା ଜଣାପଡ଼ିଛି ।
ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ , ପତଞ୍ଜଳି ଉପରେ କୋଭିଡ-୧୯ ଟିକାକରଣକୁ ନେଇ ଏକ ଅଭିଯାନ ଚଳାଇଥିବାର ଆରୋପ ଲଗାଇଥିଲା। ଭାରତୀୟ ମେଡିକାଲ୍ ଆସୋସିଏସନ୍ ଦ୍ବାରା ଦାଖଲ ହୋଇଥିବା ଆବେଦନରେ କୁହାଯାଇଥିଲା ଯେ ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ହେତୁ ଏଲୋପାଥି ଔଷଧ ଅବହେଳିତ ହେଉଛି। ଏହା ଉପରେ କୋର୍ଟ ଚେତାବନୀ ଦେଇଥିଲେ ଯେ ପତଞ୍ଜଳି ଆୟୁର୍ବେଦ ମିଥ୍ୟା ଏବଂ ବିଭ୍ରାନ୍ତିକର ବିଜ୍ଞାପନ ତୁରନ୍ତ ବନ୍ଦ କରୁ। ଏହି ବିଜ୍ଞାପନକୁ ନେଇ
ସୁପ୍ରିମକୋର୍ଟ ନୋଟିସ ପଠାଇବା ପରେ ଉଭୟ ବାବା ରାମଦେବ ଓ ଆଚାର୍ଯ୍ୟ ବାଲକ୍ରିଷ୍ଣା କ୍ଷମା ପ୍ରାର୍ଥନା କରିଥିଲେ।
ଏହା ଉପରେ ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିବା ବେଳେ ଆଜି ଦୁହିଁଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରି ମାମଲା ବନ୍ଦ କରିଥିବା ନେଇ ରାୟ ଶୁଣାଇଛନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ ଭାରତ ଖବର