Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସିଜଫାୟର ପରେ, ସୀମାବର୍ତ୍ତୀ ଅଞ୍ଚଳରେ ଫେରୁଛି ଶାନ୍ତି

Ritu Das
Browse all articles by Ritu Das
·1 year ago·2 min read
ସିଜଫାୟର ପରେ, ସୀମାବର୍ତ୍ତୀ ଅଞ୍ଚଳରେ ଫେରୁଛି ଶାନ୍ତି

Key Points

ପ୍ରାୟ ୨୦ ଦିନ ପରେ କାଶ୍ମୀର ଘାଟିରେ ସ୍ବାଭାବିକ ହୋଇଛି ଜୀବନଯାତ୍ରା । ଖୋଲିଛି ବଜାର, ଫେରିଛି ଲୋକଙ୍କ ଆତ୍ମବିଶ୍ବାସ । ଦୂର ହୋଇଛି ପାକିସ୍ତାନ ପଟୁ ଗୁଳିମାଡ଼ର ଆତଙ୍କ ।

ପ୍ରାୟ ୨୦ ଦିନ ପରେ କାଶ୍ମୀର ଘାଟିରେ ସ୍ବାଭାବିକ ହୋଇଛି ଜୀବନଯାତ୍ରା । ଖୋଲିଛି ବଜାର, ଫେରିଛି ଲୋକଙ୍କ ଆତ୍ମବିଶ୍ବାସ । ଦୂର ହୋଇଛି ପାକିସ୍ତାନ ପଟୁ ଗୁଳିମାଡ଼ର ଆତଙ୍କ । LoC ନିକଟବର୍ତ୍ତୀ ଅଞ୍ଚଳକୁ ଛାଡ଼ି ମଙ୍ଗଳବାରଠୁ ଜମ୍ମୁ କାଶ୍ମୀରର ପ୍ରାୟ ସବୁ ଶିକ୍ଷାନୁଷ୍ଠାନ ଖୋଲିଛି । ସୋମବାରଠୁ ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍କୁଲ ଖୋଲିବାକୁ ପ୍ରଶାସନ ଅନୁମତି ଦେଇଥିଲା । ପହଲଗାମ ହମଲା ପରଠାରୁ ବନ୍ଦ ହୋଇଥିବା ପହଲଗାମ ବଜାର ସମେତ କୁପୱାରା, ପୁଲୱାମା, ଉରୀ, ପୁଞ୍ଛ, ଜମ୍ମୁ, ଗାନ୍ଧିଧାମରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଭାରତ-ପାକ୍ ଅସ୍ତ୍ରବିରତି ଘୋଷଣା ପରେ ସୀମାବର୍ତ୍ତୀ ଅଞ୍ଚଳରେ ଜୀବନ ବଞ୍ଚାଇବାକୁ ଘର ଛାଡ଼ିଥିବା ଲୋକଙ୍କୁ ଘରକୁ ଫେରିଆସିବାକୁ ଅପିଲ କରିଛନ୍ତି ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ । ପାକ୍ ମୋର୍ଟାର ଓ ଗୁଳିମାଡ଼ ପରେ ପ୍ରାୟ ୮୦ ପ୍ରତିଶତ ଲୋକ ଘର ଛାଡ଼ଥିଲେ । 


ସେହିପରି ପାକିସ୍ତାନ ସୀମାବର୍ତ୍ତୀ ପଞ୍ଚାବ, ରାଜସ୍ଥାନ ଓ ଗୁଜରାଟରେ ମଧ୍ୟ ସ୍ଥିତି ସ୍ବାଭାବିକ ହୋଇଛି । ପଠାନକୋଟ, ଜୈସଲମେର, ଜାମନଗର ସମେତ ସୀମାବର୍ତ୍ତୀ ଜିଲ୍ଲା ଗୁଡ଼ିକରୁ କଟକଣା ହଟାଇ ଦିଆଯାଇଛି । ସର୍ବାଧିକ ପ୍ରଭାବିତ ପୁଞ୍ଛ ଜିଲ୍ଲାରେ ଜୀବନଯାତ୍ରା ସ୍ବାଭାବିକ ହୋଇଥିବାରୁ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଆନ୍ତର୍ଜାତିକ ସୀମାବର୍ତ୍ତୀ କଠୁଆ ଜିଲ୍ଲା ପ୍ରଶାସନ ସହ ବୈଠକ କରିବା ସହିତ ସ୍ଥାନୀୟ ଲୋକଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ । ସୀମାବର୍ତ୍ତୀ ଲୋକଙ୍କ ଜୀବନ ସୁରକ୍ଷିତ କରିବା ସହ ସେମାନଙ୍କ ଜୀବନ ଧାରଣ ମାନରେ ଉନ୍ନତିକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରାଥମିକତା ଦେଉଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । LoCରେ ପାକ ଗୁଳିମାଡ଼ରେ ଆହତଙ୍କୁ ସୋମବାର ମୁଖ୍ୟମନ୍ତ୍ରୀ ଭେଟିଥିବାବେଳେ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଭେଟିଛନ୍ତି । ପହଲଗାମ ହାମଲା ପରେ ଭାରତୀୟ ସେନାର ପାଲଟା ଜବାବରେ ବିଚଳିତ ପାକିସ୍ତାନ ସେନା LoC ନିକଟ ସାଧାରଣ ନାଗରିକଙ୍କୁ କରିଥିଲା ଟାର୍ଗେଟ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିରେ ୧୯ ଜଣଙ୍କ ଜୀବନ ଯାଇଥିବାବେଳେ ଏବେବି ବିଭିନ୍ନ ହସପିଟାଲରେ 59 ଜଣଙ୍କ ଚିକିତ୍ସା ଜାରି ରହିଛି । ପାକ୍ ଗୁଳିମାଡ଼ରେ କ୍ଷତିଗ୍ରସ୍ତ ଘର ଗୁଡ଼ିକର ମରାମତି ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ହୋଟେଲ, ରେସ୍ତୋରା, ପାର୍କ ଖୋଲିବା ସହ ବିମାନ ବନ୍ଦରରୁ ଉଡାଣ ସ୍ବାଭାବିକ ହୋଇଛି । ସୀମାରେ ସଜାଗ ଭାରତୀୟ ଯବାନ । ପାଖାପାଖି ଗୋଟିଏ ସପ୍ତାହ ଧରି ଜମ୍ମୁ କାଶ୍ମୀରରେ ଲାଗି ରହିଥିବା ଯୁଦ୍ଧ ସ୍ଥିତିରେ ବିରାମ ହୋଇଛି । ସୀମାପାର ଗୁଳିମାଡ଼ ପ୍ରାୟ ବନ୍ଦ ହୋଇଛି । ଜମ୍ମୁ କାଶ୍ମୀର ସମେତ ସୀମାବର୍ତ୍ତୀ ରାଜ୍ୟରେ ସେନା ମୁତୟନ ହୋଇଛନ୍ତି । ଅପରେସନ ସିନ୍ଦୁରର ସଫଳତା ଦେଶବାସୀଙ୍କ ମନରେ ନୂଆ ଆତ୍ମବିଶ୍ବାସ ଭରିଛି ।

Sponsored
after-ceasefire-peace-returns-to-border-areas | Argus News