ଧନଖଡ଼ଙ୍କ ପରେ ଦେଶର ଦ୍ବିତୀୟ ଦ୍ବିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦରେ ବସିବେ କିଏ ତାକୁ ନେଇ ଚର୍ଚ୍ଚା

Key Points
ଗୃହୀତ ହେଲା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା
ଇସ୍ତଫା ପତ୍ର ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଅଗଷ୍ଟ ୨୦୨୨ରେ ଭାରତର ୧୪ତମ ଉପରାଷ୍ଟ୍ରପତି ଭାବେ ନେଇଥିଲେ ଶପଥ
ଆସନ୍ତା ୨୦୨୭ ଅଗଷ୍ଟ ୧୦ରେ ଶେଷ ହୋଇଥାନ୍ତା କାର୍ଯ୍ୟକାଳ
ଧନଖଡ଼ଙ୍କ ପରେ ଦେଶର ଦ୍ବିତୀୟ ଦ୍ବିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦରେ ବସିବେ କିଏ, ତାକୁ ନେଇ ଚର୍ଚ୍ଚା
ରାଷ୍ଟ୍ରର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରୁ ଜଗଦୀପ ଧନଖଡଙ୍କ ଇସ୍ତଫା ଗୃହୀତ ହୋଇଛି । ଉପରାଷ୍ଟ୍ରପତିଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସଂସଦ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ସୋମବାର ସ୍ୱାସ୍ଥ୍ୟଗତ ଦର୍ଶାଇ ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼ । TWITER GFX IN- ଇସ୍ତଫା ପରେ ଜଗଦୀପ ଧନଖଡଙ୍କର ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ୍ ମିଡିଆରେ ଲେଖିଛନ୍ତି ଧନଖଡ଼ ଜୀ ଉପରାଷ୍ଟ୍ରପତି ସମେତ ବିଭିନ୍ନ ଭୂମିକାରେ ଦେଶକୁ ସେବା ଯୋଗାଇଛନ୍ତି। ଉପରାଷ୍ଟ୍ରପତି କେବଳ ଦ୍ବିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦ ନୁହେଁ, ସେ ସଂସଦର ଉଚ୍ଚ ସଦନ ବା ରାଜ୍ୟସଭାରେ ସଭାପତି ଭାବେ ବି ଦାୟିତ୍ବ ତୁଲାନ୍ତି। ଏବେ ମାସେ ଧରିଚାଲିବାକୁ ଥିବା ମୌସୁମୀ ଅଧିବେଶନ କାଳରେ ନୂତନ ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଭାରତର ୧୪ତମ ଉପରାଷ୍ଟ୍ରପତି ଭାବେ ଅଗଷ୍ଟ ୨୦୨୨ରେ ଶପଥ ଗ୍ରହଣ କରିଥିଲେ ଜଗଦୀପ ଧନଖଡ଼। ତାଙ୍କର କାର୍ଯ୍ୟକାଳ ୨୦୨୭ ଅଗଷ୍ଟ ୧୦ରେ ଶେଷ ହୋଇଥାନ୍ତା । ତା ପୂର୍ବରୁ ଜଗଦୀପ ଧନଖଡଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ଉପରାଷ୍ଟ୍ରପତି ପଦ । ଏଭଳି ସ୍ଥିତିରେ ଉପରାଷ୍ଟ୍ରପତି ନିର୍ବାଚନ ନେଇ କଣ ରହିଛି ସାମ୍ବିଧାନିକ ବ୍ୟବସ୍ଥା ଆସନ୍ତୁ ଜାଣିବା ।
୧- ଉପରାଷ୍ଟ୍ରପତି ନିର୍ବାଚନ ନେଇ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ
୨-ଧାରା ୬୮ ଅନୁସାରେ ନିର୍ବାଚନ କମିଶନ ଯଥାଶୀଘ୍ର ନିର୍ବାଚନ କରିବେ
୩-ରାଷ୍ଟ୍ରପତି ଯାହାକୁ କ୍ଷମତା ଦେବେ ସେ ରାଜ୍ୟସଭାର ଅଧ୍ୟକ୍ଷ ପଦ ସମ୍ଭାଳିବେ
୪-ରାଜ୍ୟସଭାର ଉପାଧ୍ୟକ୍ଷଙ୍କୁ କ୍ଷମତା ଦେଇପାରନ୍ତି ରାଷ୍ଟ୍ରପତି
୫-ରାଜ୍ୟସଭାର ଅନ୍ୟ କୌଣସି ସଦସ୍ୟଙ୍କୁ କ୍ଷମତା ଦେଇପାରନ୍ତି ରାଷ୍ଟ୍ରପତି
୬-ଧାରା ୬୩ରୁ ୭୧ରେ ଉପରାଷ୍ଟ୍ରପତି ନିର୍ବାଚନ କ୍ଷମତା, ଶୂନ୍ୟସ୍ଥାନ ପୂରଣର ବ୍ୟବସ୍ଥା
୭-ସଂସଦର ଉଭୟ ଗୃହର ସଦସ୍ୟ ସିକ୍ରେଟ୍ ବାଲଟରେ ଭୋଟ୍ ଦେବେ
୮-ଏକକ ହସ୍ତାନ୍ତର ବ୍ୟବସ୍ଥା ଅନୁସାରେ ସମାନ ପ୍ରତିନିଧିତ୍ବରେ ନିର୍ବାଚନ ହେବ
୯-ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ବ୍ୟତୀତ ଅନ୍ୟ କିଛି ବିକଳ୍ପ ନାହିଁ
୧୦-ଶାସକ ଓ ବିରୋଧୀ ସହମତିରେ ନୋମିନେସନ୍ କଲେ ସହଜ ହେବ ନିର୍ବାଚନ
ଜଗଦୀପ ଧନଖଡଙ୍କ ଇସ୍ତଫା ପରେ ରାଜ୍ୟସଭା ଉପସଭାପତି ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବା ସହ ଅଧିବେଶନରେ ଅଧ୍ୟକ୍ଷତା କରିଛନ୍ତି ଉପସଭାପତି ହରିବଂଶ ନାରାୟଣ ସିଂହ । କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଉପରାଷ୍ଟ୍ରପତି ପଦରୁ ଇସ୍ତାଫା ଦେବାରେ ତୃତୀୟ ବ୍ୟକ୍ତି ହୋଇଛନ୍ତି ଜଗଦୀପ ଧନଖଡ଼ । ପୂର୍ବରୁ ୨୦ ଜୁଲାଇ ୧୯୬୯ରେ ଭି.ଭି ଗିରି ଓ ୨୪ ଜୁଲାଇ ୧୯୮୭ରେ ଉପରାଷ୍ଟ୍ରପତି ଆର ଭେଙ୍କଟରମଣ ପଦରୁ ଦେଇଥିଲେ ଇସ୍ତଫା ।