Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଚାଟ ଖାଇବା ପରେ ପ୍ରସ୍ତୁତି ପ୍ରଣାଳୀ ପଚାରି ବୁଝିଲେ ନୀତା

Ritu Das
Browse all articles by Ritu Das
·2 years ago·2 min read
ଚାଟ ଖାଇବା ପରେ ପ୍ରସ୍ତୁତି ପ୍ରଣାଳୀ ପଚାରି ବୁଝିଲେ ନୀତା

ଅର୍ଗସ ବ୍ୟୁରୋ:  ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବ୍ ଶୀଘ୍ର ରାଧିକା ମର୍ଚାଣ୍ଟଙ୍କୁ ବିବ‌ାହ କରିବାକୁ ଯାଉଛନ୍ତି।  ଦୁହିଁଙ୍କ ବିବାହ ଜୁଲାଇ ୧୨ତାରିଖରେ ହେବାକୁ ଥିବାରୁ  ଅମ୍ବାନୀ ପରିବାର ଏହି ବିବାହ ପାଇଁ ଜୋରସୋର‌ରେ ଲାଗିପଡ଼ିଛନ୍ତି। ସାନ ପୁଅ ଅନନ୍ତର ବିବାହ ବେଶ ଧୁମଧାମରେ କରାଯିବ ବୋଲି ମୁକେଶ ପୂର୍ବରୁ କହିଥିଲେ। ସବୁଠାରୁ ଧନୀ ବିବାହ କହିଲେ ଭୁଲ ହେବନାହିଁ କିନ୍ତୁ ମୁକେଶ ଏବଂ ନୀତାଙ୍କ ସ୍ବଭାବ ଭାରି ସାଧାରଣ। ଗରିବ ଲୋକଙ୍କୁ ମଧ୍ୟ ବେଶ ସମ୍ମାନ ଏବଂ ଆଦର କରନ୍ତି। ଆଜି ଏଭଳି କଥା କହିବାର ଏକ କାରଣ ରହିଛି ଚାଲନ୍ତୁ ଜାଣିବା ନୀତା ଅମ୍ବାନୀଙ୍କ ବିଷୟରେ କିଛି କଥା

ଅମ୍ବାନୀ ପରିବାରରେ ଉତ୍ସାହର ମାହୋଲ ଥିବା ବେଳେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ମାଲିକାଣୀ ନୀତା ଅମ୍ବାନୀ ଗତ ସୋମବାର ବାରାଣାସୀରେ ପହଞ୍ଚିଥିଲେ। ଏଠାରେ ସେ ତାଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ଭାବି ବୋହୂ ରାଧିକାଙ୍କ ବିବାହ ପାଇଁ ବାବା ବିଶ୍ୱନାଥଙ୍କ ଚରଣରେ ନିମନ୍ତ୍ରଣ ଦେଇ ଯାଇଛନ୍ତି। 

କାଶୀ ବିଶ୍ୱନାଥରେ ବାବାଙ୍କ ଦର୍ଶନ ପରେ ନୀତା ଅମ୍ବାନୀ କାଶୀସ୍ଥିତ ଏକ ଛୋଟ ରେଷ୍ଟୁରାଣ୍ଟରେ ପହଞ୍ଚି କାଶୀ ଚାଟ୍ ଖାଇଥିଲେ। ନୀତାଙ୍କୁ ଏହି ଚାଟ ଏତେ ପସନ୍ଦ ଆସିଥିଲା କି ସେ ଏହାର ପ୍ରସ୍ତୁତି ପ୍ରାଣାଳୀ ପଚାରି ବୁଝିଥିଲେ। କାରିଗର ବି ନୀତାଙ୍କୁ ଗୋଟିଗୋଟି କରି ଚାଟର ପ୍ରସ୍ତୁତି ପ୍ରଣାଳୀ ଜଣାଇଥିଲେ। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୋସିଆଲ ମିଡିଆ ୟୁଜର୍ସମାନେ ନୀତାଙ୍କ ଏହି ସାଧାରଣ ସ୍ବଭାବକୁ ଭୁରିଭୁରି ପସନ୍ଦ କରିଛନ୍ତି।
ତେବେ ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ବିବାହ ଜୁଲାଇ ୧୨ ତାରିଖରେ ହେବାକୁ ଯାଉଥିବା ବେଳେ ସେମାନଙ୍କର ବିବାହ କାର୍ଯ୍ୟକ୍ରମ ତିନି ଦିନ ଧରି ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଆୟୋଜନ କରାଯିବାକୁ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସରି ସାରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
After eating the | Argus News