Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ହରିୟାଣା ପରେ ମହାରାଷ୍ଟ୍ର ଓ ଝାଡଖଣ୍ଡରେ ବିଜେପିର ମିଶନ ବିଜୟ

National

ହରିୟାଣା ପରେ ମହାରାଷ୍ଟ୍ର ଓ ଝାଡଖଣ୍ଡରେ ବିଜେପିର ମିଶନ ବିଜୟ

Ritu Das
Browse all articles by Ritu Das
·1 year ago·2 min read
ହରିୟାଣା ପରେ ମହାରାଷ୍ଟ୍ର ଓ ଝାଡଖଣ୍ଡରେ ବିଜେପିର ମିଶନ ବିଜୟ

ଅର୍ଗସ ବ୍ୟୁରୋ: ଝାଡ଼ଖଣ୍ଡରେ JMMକୁ କ୍ଷମତାରୁ ହଟାଇବାକୁ ବିଜେପିର ମହାସଂଗ୍ରାମ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ବୋକାରୋ ଓ ଗୁମଲାରେ ମାରାଥନ ପ୍ରଚାର ପରେ ରାଞ୍ଚିରେ ମେଗା ରୋଡ଼ ଶୋ କରିଛନ୍ତି ପ୍ରଧାନମନ୍ତ୍ରୀ। ବିଜୟ ସଂକଳ୍ପ ସମାବେଶରେ ଜେଏମଏମ, କଂଗ୍ରେସର ଶୋଷଣ ନୀତି ଉପରେ ପ୍ରଚଣ୍ଡ ପ୍ରହାର କରିଛନ୍ତି ମୋଦି। ଏଥିସହ ରାଜ୍ୟର ଆଦିବାସୀ, ଚାଷୀ ଓ ମହିଳାଙ୍କୁ ଦେଇଛନ୍ତି ନ୍ୟାୟ ପ୍ରଦାନର ପ୍ରତିଶ୍ରୁତି । ଇଣ୍ଡିମେଣ୍ଟ ଘୋଷଣା ପତ୍ରକୁ ସମାଲୋଚନା କରି ମୋଦି କହିଛନ୍ତି, ମିଛ ପ୍ରତିଶ୍ରୁତି ଦେବା ସହ ଦେଶର ସମ୍ବିଧାନକୁ ନେଇ ରାଜନୀତି କରୁଛନ୍ତି କଂଗ୍ରେସ ଓ ସାଥୀ। ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି, ରାଜ୍ୟରୁ ଜାତିଆଣ ରାଜନୀତିର ଅନ୍ତ ସହ ହେବ ସବକା ସାଥ୍, ସବକା ବିକାଶ। 

ସେପଟେ ମହାରାଷ୍ଟ୍ରବାସୀଙ୍କ ମନ ଜିଣିବାକୁ ସଂକଳ୍ପ ପତ୍ରରେ ମହିଳା, ଚାଷୀ ଓ ଯୁବକଙ୍କୁ ଫୋକସ୍ କରିଛି ବିଜେପି ।  ମୁମ୍ବାଇରେ ସଂକଳ୍ପ ପତ୍ର ଜାରି କରି ମହା ବିକାଶ ଅଘାଡ଼ି ମେଣ୍ଟ ରାସ୍ତାରେ କଣ୍ଟା ବୁଣିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କୃଷକଙ୍କ ଋଣ ଛାଡ଼ ସହ ରାଜ୍ୟର 50 ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି ବନାଇବାକୁ ପ୍ରତିଶ୍ରୁତି ଦେଇଛି ବିଜେପି । ରାଜ୍ୟରେ ବିଜେପି କ୍ଷମତାକୁ ଆସିବାର 100 ଦିନ ଭିତରେ ଭିଜନ ମହାରାଷ୍ଟ୍ର@2029କୁ ରାଜ୍ୟବାସୀଙ୍କ ଆଗରେ ରଖିବାକୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି  ଶାହ । ବିଜେପି ସଂକଳ୍ପ ପତ୍ରର ବଡ଼ ଘୋଷଣା ମଧ୍ୟରେ ରହିଛି - 
1- ଲଡକି ବେହନ ଯୋଜନାରେ ଝିଅଙ୍କୁ ମାସିକ 2100 ଟଙ୍କା ସହାୟତା
2- ବାର୍ଦ୍ଧକ୍ୟ ଭତ୍ତା 1500ରୁ 2100 ଟଙ୍କାକୁ ବୃଦ୍ଧି
3- 10 ଲକ୍ଷ ଛାତ୍ରଙ୍କୁ ମାସିକ 10,000 ଟଙ୍କାର ଟ୍ୟୁସନ ଫି
4- ଅଙ୍ଗନବାଡି ଓ ଆଶା କର୍ମୀଙ୍କୁ ଦରମା 15,000 ଟଙ୍କାକୁ ବୃଦ୍ଧି
5- ରାଜ୍ୟର 25 ଲକ୍ଷ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି

ଓଡ଼ିଶା, ଛତିଶଗଡ଼ ଓ ହରିୟାଣା ପରେ ଉଭୟ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ପଦ୍ମ ଫୁଟାଇବାକୁ ମିଶନ ବିଜୟ ଅଭିଯାନ ଜାରି ରଖିଛି ବିଜେପି । ଝାଡ଼ଖଣ୍ଡରେ 13 ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଥିବାବେଳେ ମହାରାଷ୍ଟ୍ରରେ ଆସନ୍ତା 20ରେ ହେବାକୁ ଯାଉଛି ମତଦାନ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 

Sponsored
After Haryana, BJP's | Argus News