Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କେଜ୍ରିଓ୍ୱାଲଙ୍କ ପରେ ଆତିଶୀ,ଆଗକୁ ଦିଲ୍ଲୀରେ ତିଷ୍ଟି ପାରିବ ତ ଆପ୍?

National

କେଜ୍ରିଓ୍ୱାଲଙ୍କ ପରେ ଆତିଶୀ,ଆଗକୁ ଦିଲ୍ଲୀରେ ତିଷ୍ଟି ପାରିବ ତ ଆପ୍?

Sangram Tripathy
Browse all articles by Sangram Tripathy
·1 year ago·3 min read
କେଜ୍ରିଓ୍ୱାଲଙ୍କ ପରେ ଆତିଶୀ,ଆଗକୁ ଦିଲ୍ଲୀରେ ତିଷ୍ଟି ପାରିବ ତ ଆପ୍?


ଅର୍ଗସ ବ୍ୟୁରୋ:ଦିଲ୍ଲୀ ରାଜନୀତିରେ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। କେଜ୍ରିଓ୍ବାଲ ହଟିଛନ୍ତି ଆତିଶୀ ଆସିଛନ୍ତି,ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି,ତାଙ୍କର ଏ ଇସ୍ତଫା ପଛରେ ଚାପ ରହିଛି ନା ନିଜ ଭାବମୂର୍ତ୍ତିକୁ ସଜାଡିବାକୁ ଏ ଭଳି ନିଶ୍ଚତି ନେଇଛି ଆପ୍ ମୁଖ୍ୟ,ଏ ପ୍ରଶ୍ନ ଆପଣଙ୍କ ମନରେ ବି ଉଙ୍କି ମାରୁଥିବ ନିଶ୍ଚୟ। ଆଗକୁ ଦିଲ୍ଲୀରେ ବିଧାନସଭା ନିର୍ବାଚନ ରହିଛି କିଛି ଦିନ ପୂର୍ବରୁ ପଦ ଛାଡିଦେଲେ କାଳେ ଜନତାଙ୍କ ଭରସା ସେ ପୁଣି ପୁଣି ଜିତିବେ ବୋଲି ଚିନ୍ତା କରୁଛନ୍ତି କେଜ୍ରିଓ୍ବାଲ,ଦିଲ୍ଲୀ ସରକାର ମାଳାମାଳ ନେତା ଅବକାରୀ ଦୁନ୍ତୀତିରେ ଫସିଛନ୍ତି । ଦିଲ୍ଲୀରେ ତିଷ୍ଟି ପାରିବ ତ ଆପ୍,ନା ଫସିବେ ଆତିଶୀ। 

ମୁଖ୍ୟମନ୍ତ୍ରୀ ପଦରୁ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଇସ୍ତାଫା ଦେଲେ ଇସ୍ତଫା ପଛରେ ଲୁଚିରହିଛି ମହାନାଟକ,ଗୋଟିଏ ଦିନ ପଛକୁ ଫେରିବାକୁ ଚାହିଁବି। ମଙ୍ଗଳବାର ଗୋଟେ ପଟେ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ସୁଭଜ୍ରା ଯୋଜନାର ଶୁଭାରମ୍ଭ କରୁଥିଲେ ମା ମାନଙ୍କର ଆକାଉଣ୍ଟକୁ ଟଙ୍କା ଯାଉଥିଲା ସମସ୍ତେ ଉତ୍ସାହିତ ଥିଲେ ଅନ୍ୟପଟେ ଇସ୍ତଫା ଦେଉଥିଲେ କେଜ୍ରିଓ୍ବାଲ। ଦିନ ଗୋଟିଏ କିନ୍ତୁ ଚିତ୍ର ଥିଲା ଦୁଇଟି । ଜଣେ ନେତା ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରୁଥିଲେ ପ୍ରଧାନମନ୍ତ୍ରୀ ମୋଦି ଅନ୍ୟଜଣେ ନେତା ଅର୍ଥାତ କେଜ୍ରିଓ୍ବାଲ ଇସ୍ତଫା ଦେଉଥିଲେ ସତ କିନ୍ତୁ ପଛରେ ଲୁଚି ରହିଥିଲା ମିଛ ନାଟକ ବୋଲି ଚର୍ଚ୍ଚା ହେଉଛି। 

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଫେବ୍ରୁଆରୀରେ ଗିରଫ ହୋଇଥିଲେ ଅରବିନ୍ଦ କେଜ୍ରିୱାଲ। ସେପ୍ଟେମ୍ବର ୧୩ରେ ତାଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଥିଲା। ଏହା ପରଦିନ ସେ ଏକ ସମାବେଶକୁ ସମ୍ବୋଧିତ କରି ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ। ପରବର୍ତ୍ତୀ ନିର୍ବାଚନ ନ ହେବା ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ନାହିଁ ବୋଲି କହିଥିଲେ। ତେବେ ଦିଲ୍ଲୀରେ ନଭେମ୍ବରରେ ବିଧାନସଭା ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି। ନିର୍ବାଚନ ହେଲେ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରହିବେ। 
ତେବେ କଣକହିବାକୁ ଚାହୁଁଛନ୍ତି ଆପ୍ ମୁଖ୍ୟ। କେଜ୍ରିଓ୍ୱାଲ ଆତିଶୀଙ୍କ ଉପରେ ଭରସା କରିଛନ୍ତି ତାଙ୍କ ମୁଖ୍ୟମନ୍ତୀ ଗାଦିରେ ବସାଇବାକି ଆପ୍ ନେତା ନିଷ୍ପର୍ତ୍ତି ନେଇଛନ୍ତି। ତେବେ ପ୍ରଶ୍ନ ଉଠୁଛି ଦିଲ୍ଲୀରେ ତିଷ୍ଟି ପାରିବ ତ ଆପ୍,ନା ଜଣେ ବିଧାୟକ ରୁ ମନ୍ତ୍ରୀ ପରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଆତିଶୀ ମାର୍ଲେନା ଫସିବେ ତ,ଏ ପ୍ରଶ୍ନ ମଧ୍ୟ ଉଙ୍କି ମାରୁଛି। ସେପ୍ଟେମ୍ବର ୨୬-୨୭ରେ ବସିବାକୁ ଥିବା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଆତିଶୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ଆତିଶୀ ମାର୍ଲେନା ବର୍ତ୍ତମାନ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ଅଛନ୍ତି। ଏଥିସହ ଅର୍ଥ, ପର୍ଯ୍ୟଟନ, କଳା ଓ ସଂସ୍କୃତି ବିଭାଗ ମଧ୍ୟ ତାଙ୍କ ଦାୟିତ୍ୱରେ ଅଛି। ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବେ ।କେଜ୍ରିୱାଲ ଜେଲରେ ଥିବାବେଳେ ସ୍ୱାଧୀନତା ଦିବସ ଅବସରରେ ତାଙ୍କ ସ୍ଥାନରେ ଆତିଶୀଙ୍କୁ ପତାକା ଉତ୍ତୋଳନ କରିବାକୁ କହିଥିଲେ। ଗୋଟି କଥା ଆମେ କହିପାରିବା ଆପ୍ ନେତା ଯଦି ଅବକାରୀ ଦୁର୍ନୀତିରେ ସାମିଲ ନାହାନ୍ତି ତେବେ କାହିଁକି ଗିରଫ ହେଉଛନ୍ତି ନିଆଁ ନଥିଲେ ଧୁଆଁ ଉଠିବନି ବୋଲି କୁହାଯାଉଛି। ମଦ ନୀତି ମାମଲାରେ କେଜ୍ରିୱାଲ ଓ  ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଗିରଫ ହୋଇଥିଲେ । କିନ୍ତୁ ବିଜେପି କହିଛି ପ୍ରୋକ୍ସି ସିଏମ କରି ନିଜ ସ୍ବାର୍ଥର ଗୋଟି ଚଳାଇଛି ଆପ। ଯେତେବେଳେ ଆଗକୁ ନିର୍ବାଚନ ଅଛି ଜନତାଙ୍କ ବିଶ୍ବାସ ସହ ଖେଳୁଛନ୍ତି ଆପ୍ ମୁଖ୍ୟ। ପୂର୍ବରୁ ମଧ୍ୟ କେଜ୍ରିଓ୍ବାଲ ଇସ୍ତଫା ଦେଇଥିଲେ ତାଙ୍କ ଇସ୍ତଫା ରାଜନୀତି କିଛି ନୂଆ ନୁହେଁ। ସେ ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀ ବିଧାନସଭାରେ ଜନ ଲୋକପାଳ ବିଲ ଉପସ୍ଥାପନ କରି ନପାରିବାରୁ ୨୦୧୪ ଫେବୃଆରୀ ୧୪ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେଜ୍ରିୱାଲ ୨୦୧୫ରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି। ହେଲେ ୯ ବର୍ଷ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।ଅରବିନ୍ଦ କେଜ୍ରିୱାଲ ପ୍ରଥମଥର ପାଇଁ ୨୦୧୩ ମସିହା ଡିସେମ୍ବର ୨୮ ତାରିଖରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ଜନତା ତାଙ୍କ ମିଛ ଅଭିନୟକୁ କେତେ ବୁଝୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି। ଦିନକୁ ଦିନ ତାଙ୍କ ଆପ୍ ମୁଖ୍ୟଙ୍କ ବିବାଦ ବଢିଚାଲିଛି,ଅନ୍ୟପଟେ ମୋଦୀ କେଜ୍ର ଯେଉଁଭଳି ଭାବେ ବଢୁଛି କାଳେ କେଜ୍ରିଓ୍ବାଲଙ୍କ ହାତରୁ ଗାଦି ଚାଲିଯିବ ସେଥିଲାଗି ଚର୍ଚ୍ଚା ହେଉଛି ଆପ୍ ମୁଖ୍ୟ କୁଆଡେ ଜନତାଙ୍କ ବିଶ୍ବାସକୁ ଅସ୍ତ୍ର କରି ଖେଳିବାକୁ ପଛାଉନାହାନ୍ତି। ତେବେ ଆଗାମୀ ନିର୍ବାଚନରେ ଜନତା ଆସ୍ଥା ଜିତିପାରିବେ ତ ଆପ୍

Sponsored
After Kejriwal, Atishi, can you go ahead in Delhi? | Argus News