କୋଲକାତା ପରେ ଦିଲ୍ଲୀ,ଡାକ୍ତରଙ୍କୁ ଗୁଳିକରି ହତ୍ୟା
·1 year ago

ଅର୍ଗସ ବ୍ୟୁରୋ:ମେଡିକାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା। ଦିଲ୍ଲୀର କାଳିନ୍ଦୀକୁଞ୍ଜ ଅଞ୍ଚଳରେ ସାମ୍ନାକୁ ଆସିଲା ଡାକ୍ତରଙ୍କୁ ନିର୍ମମ ହତ୍ୟାର ସାଂଘାତିକ ଚିତ୍ର । ରୋଗୀ ବେଶରେ ଚିକିତ୍ସା କରାଇବାକୁ ଆସି ୨ ଦୁର୍ବୃତ୍ତ କ୍ୟାବିନରେ ପଶି ଗୁଳିମାଡ଼ କରିଥିଲେ। ଦିଲ୍ଲୀର ନୀମା ହସ୍ପିଟାଲରେ ଜାବେଦ ନାମକ ଜଣେ ଡାକ୍ତରଙ୍କୁ ଗୁଳି କରି ହତ୍ୟା କରାଯାଇଛି।ଡ୍ରେସିଂ କରିବା ପରେ ଡାକ୍ତରଙ୍କୁ ଭେଟିବାକୁ କହିଥିଲେ ଦୁର୍ବୃତ୍ତ। ଏଯାଏ ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ସିସିଟିଭି ଫୁଟେଜ ଆଧାରରେ ଦିଲ୍ଲୀ ପୋଲିସ ଅଭିଯୁକ୍ତକୁ ଖୋଜୁଛି। ପୂର୍ବରୁ କୋଲକାତା ଘଟଣାରେ ଡାକ୍ତରଙ୍କ ସୁରକ୍ଷା ଦାବିରେ ସାରା ଦେଶରେ ନ୍ୟାୟ ପାଇଁ ଆନ୍ଦୋଳନ ଥମିନଥିବାବେଳେ କୋଲକାତା ପରେ ଦିଲ୍ଲୀ,ଡାକ୍ତରଙ୍କୁ ଗୁଳିକରି ହତ୍ୟା କରାଯାଇଛି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: