Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Lionel Messi / କୋଲକାତା ପରେ ହାଇଦ୍ରାବାଦରେ ଏମିତି କହିଲେ ମେସି

Rashmita Mishra
Browse all articles by Rashmita Mishra
·7 months ago·2 min read
କୋଲକାତା ପରେ ହାଇଦ୍ରାବାଦରେ ଏମିତି କହିଲେ ମେସି
Lionel Messi

Key Points

ହାଇଦ୍ରାବାଦରେ ଏମିତି କାହିଁକି କହିଲେ ମେସି । 
କୋଲକାତା ପରେ ହାଇଦ୍ରାବାଦରେ ଏମିତି କହିଲେ ମେସି । 

ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଫୁଟବଲର ଲିଓନେଲ ମେସି । ଏହା ତାଙ୍କର ଦ୍ୱିତୀୟ ଭାରତ ଗସ୍ତ। କୋଲକାତାରେ ପହଞ୍ଚିବା ପରେ ବିଶ୍ୱବିଜେତାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ଲାଗିଥିଲା ହଜାର ହଜାର ପ୍ରଶଂସକଙ୍କ ଭିଡ। ଏହାପୂର୍ବରୁ ୨୦୧୧ରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଥିଲେ ଆର୍ଜେଣ୍ଟିନା ଷ୍ଟାର୍ ।

ମେସି GOAT India Tour ୨୦୨୫ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଆର୍ଜେଣ୍ଟିନାର ଏହି ଷ୍ଟାର୍ ପୁଟବଲ କୋଲକାତାରୁ ଭାରତର ଯାତ୍ରା ଆରମ୍ଭ କରିଛନ୍ତି । ଶନିବାର ରାତି ପ୍ରାୟ୧.୫୦ରେ ସେ ବିମାନବନ୍ଦରରେ ଓହ୍ଲାଇଥିଲେ । ଏହାପରେ କୋଲକାତା ଏବଂ ହାଇଦ୍ରାବାଦର ଅନେକ କାର୍ଯ୍ୟକ୍ରମରେ ସେ ସାମିଲ ହୋଇଥିଲେ ।

କୋଲକାତାରେ ମେସିଙ୍କ ଗୋଟିଏ ଝଲକ ପାଇବାକୁ ଫ୍ୟାନ୍ସ ପୁରା ପାଗଳ ହୋଇଯାଇଥିଲେ । ତାଙ୍କୁ ଠିକ୍ ସେ ନଦେଖିପାରିବାରୁ ପାଟିତୁଣ୍ଡ କରିବା ସହ ଷ୍ଟାଡିୟମରେ ଗଣ୍ଡୋଗଳ ହୋଇଥିଲା । କିନ୍ତୁ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ପରିସ୍ଥିତି ଭିନ୍ନ ଥିଲା । ଏଠାକୁ କଡା ସୁରକ୍ଷା ବଳୟରେ ମେସି ପ୍ରବେଶ କରିଥିଲେ । ତାଙ୍କୁ ଦେଖି ଫ୍ୟାନ୍ସ ଖୁସିରେ ନାରା ଦେଇଥିଲେ । ସବୁଠାରୁ ବଡ କଥା ହେଉଛି ଯେ ଏଠାରେ କିଛି ସମୟ ପାଇଁ ସେ ନିଜର ଫୁଟବଲ କଳା ପ୍ରଦର୍ଶନ କରିଥିଲେ । ଏପରିକି ଲୋକଙ୍କ ଉପରକୁ ସେ ବଲ୍ ଫିଙ୍ଗିଥିଲେ । ଯାହା ପ୍ରଶଂସକଙ୍କୁ ଉତ୍ସାହିତ କରିଥିଲା ।

ସବୁଠାରୁ ଖାସ୍ ଥିଲା ଲିଓନେଲଙ୍କ ଭାଷଣ । ସେ କହିଥିଲେ ଯେ, ସମସ୍ତଙ୍କୁ ଧନ୍ୟବାଦ । ଏତେ ଅଧିକ ସଂଖ୍ୟାରେ ଦେଖିବାକୁ ଆସିଥିବାରୁ ଖୁସି ଲାଗୁଛି । ଏତେ ଭଲ ପାଇବା ଦେଇଥିବାରୁ ଫ୍ୟାନଙ୍କ ପ୍ରତି ସେ କୃତଜ୍ଞତା ଜ୍ଞାପନ କରିଥିଲେ । ଖାଲି ଏତିକି ନୁହେଁ ଭାରତ ଗସ୍ତ ତାଙ୍କ ପାଇଁ ଖାସ୍ ରହିବ ବୋଲି ସେ ପ୍ରକାଶ କରିଥିଲେ ।

ସେହିପରି କାର୍ଯ୍ୟକ୍ରମରେ ମେସିଙ୍କ ଇଣ୍ଟର ମିଆମିର ଟିମ୍ ମେଟ୍ ରୋଡ୍ରିଗୋ ଡି ପଲ୍ଏବଂ ଲୁଇସ୍ ସୁରେଜ୍ ମଧ୍ୟ ଉପସ୍ଥିତ ଥିଲେ । ସେମାନେ ମେସିଙ୍କ ସହ ଭାରତ ଭ୍ରମଣରେ ଆସିଛନ୍ତି । ସୁରେଜ୍ ମଧ୍ୟ ମେସିଙ୍କ ପରେ ଫ୍ୟାନ୍ସଙ୍କୁ ସମ୍ବୋଧନ କରିଥିଲେ । ସେ କହିଥିଲେ ଯେ, ସମସ୍ତଙ୍କୁ ଧନ୍ୟବାଦ । ଏତେ ଭଲ ପାଇବା ପାଇଁ ସେ ଆଭାର ବ୍ୟକ୍ତ କରିଥିଲେ ।

ସୂଚନାଯୋଗ୍ୟ, କୋଲକାତା ଘଟଣା ପରେ ହାଇଦ୍ରାବାଦ ପୋଲିସ ସଜାଗ ହୋଇଯାଇଥିଲା । ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା । ସେହିପରି ଫ୍ୟାନ୍ସ ଯେପରି ନିରାଶ ନ ହୁଅନ୍ତି ସେଦିଗରେ ଅନେକ ପଦକ୍ଷେପ ନିଆଯାଇଥିଲା ।

ଅଧିକ ପଢ଼ନ୍ତୁ ଦେଶ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lionel Messi | After Kolkata, Messi Says This in Hyderabad | Argus News