Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୁମ୍ଭ ମେଳା ପରେ କୁଆଡ଼େ ଚାଲି ଯାଆନ୍ତି ନାଗା ସାଧୁ ?

Sushanta Sahoo
Browse all articles by Sushanta Sahoo
·1 year ago·2 min read
କୁମ୍ଭ ମେଳା ପରେ କୁଆଡ଼େ ଚାଲି ଯାଆନ୍ତି ନାଗା ସାଧୁ ?

Key Points

ପ୍ରୟାଗରାଜରେ ଆସ୍ଥାର ମହାକୁମ୍ଭ

ପୂରା ଦୁନିଆକୁ ଆକର୍ଷିତ କରନ୍ତି ନାଗା ସାଧୁ

କୁମ୍ଭ ପରେ କେଉଁଠିକୁ ଯାଆନ୍ତି ନାଗା ସାଧୁ ?

ଅର୍ଗସ ବ୍ୟୁରୋ: ପ୍ରୟାଗରାଜରେ ଚାଲିଛି ଆସ୍ଥାର ମହାକୁମ୍ଭ । ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଉଛନ୍ତି ଶ୍ରଦ୍ଧାଳୁ । ଆଉ ଏହି ମହାକୁମ୍ଭର ପ୍ରମୁଖ ଆକର୍ଷଣ ହେଉଛି ସାଧୁ ସନ୍ୟାସୀଙ୍କ ଆଖଡ଼ା । ଯେଉଁଥିରେ ନାଗା ସାଧୁ ପୂରା ଦୁନିଆକୁ ଆକର୍ଷିତ କରିଥାନ୍ତି । ତେବେ କୁମ୍ଭରେ ଦେଖା ଯାଉଥିବା ନାଗା ସାଧୁ କୁମ୍ଭ ପରେ କେଉଁଠିକୁ ଯାଆନ୍ତି ଆସନ୍ତୁ ଜାଣିବା ।...


ତଥ୍ୟ ଅନୁସାରେ, ଅନେକ ଶତାବ୍ଦୀ ପୂର୍ବରୁ ବୌଦ୍ଧ ଧର୍ମରେ ପରିବର୍ତ୍ତନ ଓ ଅନ୍ୟ ମାନ୍ୟତାରୁ ସନାତନ ଧର୍ମକୁ ସୁରକ୍ଷିତ କରିବା ଲାଗି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଯୁବ ସନ୍ୟାସୀଙ୍କ ସେନା ଗଢ଼ିଥିଲେ । ଯାହାର ନାଁ ଥିଲା- 'ଅଖଣ୍ଡ' ।


ସମୟ କ୍ରମେ ଅଖଣ୍ଡ 'ଆଖଡ଼ା'ରେ ପରିଣତ ହେଲା । ଅଖଣ୍ଡ ବିଭାଜିତ ହେଲା, ସେନା ବଢ଼ିଲା । ଏବେ ସନ୍ୟାସୀଙ୍କ ୭ଟି ମୁଖ୍ୟ ଆଖଡ଼଼ା ରହିଛି । ଯାହା କି ଜୁନା, ଆବାହନ, ଅଗ୍ନି, ମହାନିର୍ବାଣି, ଅଟଳ, ନିରଞ୍ଜନି ଓ ଆନନ୍ଦ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମହାନିର୍ବାଣି ଆଖଡ଼ାର ମହନ୍ତ ରବୀନ୍ଦ୍ର ପୁରୀଙ୍କ ଅନୁସାରେ, ଆଖଡ଼ାର ମୂଳ ଦେବତା ଶିବ ହୋଇଥିବା ବେଳେ ଆରାଧ୍ୟ ଭିନ୍ନ ଭିନ୍ନ । ଧର୍ମ ରକ୍ଷା ଲାଗି ତିଆରି ହୋଇଥିବା ଆଖଡ଼ା ସମାଜ ନିର୍ମାଣରେ ଯୋଗଦାନ କରନ୍ତି । ମହାକୁମ୍ଭ ପୂର୍ବରୁ ସମସ୍ତ ଆଖଡ଼ାର ଧର୍ମ ପତାକା ସ୍ଥାପିତ କରାଯାଏ ।


ନାଗା ସନ୍ୟାସୀ କମାଣ୍ଡୋ ଭୂମିକା ଆଜି ବି ରହିଛି । ନାଗା ସାଧୁ ଶାସ୍ତ୍ର ସହ ଅସ୍ତ୍ରଶସ୍ତ୍ର ଶିକ୍ଷା ବି ନେଇଥାନ୍ତି । ମହନ୍ତ ରବୀନ୍ଦ୍ର ପୁରୀଙ୍କ ଅନୁସାରେ, କମାଣ୍ଡୋ ଫୋର୍ସଙ୍କୁ ଏହି ଲୋକ ଓ ପରଲୋକ ଚିନ୍ତା ନ ଥାଏ । କାରଣ ସେମାନେ ନିଜକୁ ନିଜ ଠାରୁ ମୁକ୍ତ କରି ନେଇଥାନ୍ତି । ସମସ୍ତ ୪ଟି କୁମ୍ଭର ପ୍ରଥମ ଅମୃତ ସ୍ନାନ ପୂର୍ବରୁ ଓ ଦ୍ଵିତୀୟ ଆଗରୁ ନୂଆ ନାଗା ସାଧୁଙ୍କୁ ଦୀକ୍ଷା ଦିଆଯାଏ । ଏହାର ବି ପାରମ୍ପରିକ ବିଧି ରହିଛି । ନାଗା ସାଧୁ ହେବା ସହଜ ନୁହେଁ ।


ନିରଞ୍ଜନି ଆଖଡ଼ାର ମହନ୍ତଙ୍କ ଅନୁସାରେ, ସାଧନା ଲାଗି ନାଗା ସନ୍ୟାସୀ ନଗ୍ନ ରହିଥାନ୍ତି । କିନ୍ତୁ ସମାଜକୁ ଆସୁ ଆସୁ ସମୟ ଲୋକର ମର୍ଯ୍ୟାଦା ଲାଗି କଉପୁନି ବା ଗାମୁଛା ଧାରଣ କରନ୍ତି । ଏମାନେ ଗାଁ, ସହରରେ ଥିବା ମନ୍ଦିର ମଠ ଓ ଆଶ୍ରମରେ ରୁହନ୍ତି । ଅନେକ ନାଗା ସାଧୁ ଦେଶ ଦୁନିଆର କଲ୍ୟାଣ ଲାଗି ଗୁମ୍ଫାରେ ସାଧନା କରନ୍ତି ।

Sponsored
After Kumbh Naga Sadhus Going Where Doing What | Argus News