ଲଣ୍ଡନରେ ପାଠପଢ଼ା ଛାଡ଼ି ଆଭକାଡୋ ଚାଷ କରି ହୋଇଛନ୍ତି ସ୍ବାବଲମ୍ବୀ

ଅର୍ଗସ ବ୍ୟୁରୋ: ଭାରତର ଯୁବପିଢ଼ି ଏବେ ଧୀରେ ଧୀରେ ଚାଷ ଆଡ଼କୁ ମୁହଁ ଫେରାଉଛନ୍ତି। ସେଥିପାଇଁ ତ ବାହାର ଦେଶରୁ ପାଠ ପଢ଼ି ନିଜ ଜନ୍ମଭୂମିକୁ ଫେରିଆସୁଛନ୍ତି। ଏହାର ସବୁଠୁ ବଡ଼ ଉଦାହରଣ ହେଉଛନ୍ତି। ଭୋପାଳର ଜଣେ ଯୁବକ। ତାଙ୍କ ନାଁ ହେଉଛି ହର୍ଷିତ ଗୋଧା। ହର୍ଷିତ ବ୍ରିଟେନକୁ ପାଠ ପଢ଼ିବାକୁ ଯାଇଥିଲେ। ଆଉ ଅଧାରୁ ମ୍ୟାନେଜମେଣ୍ଟ ପାଠ ପଢ଼ା ଛାଡ଼ି ଇସ୍ରାଇଲ ପଳାଇଥିଲେ। କାରଣ ହର୍ଷିତ ଥରେ ଆଭକାଡୋ ଖାଉଥିଲେ। ଆଉ ମନ ତାଙ୍କ ଆଭକାଡୋରେ ରହିଯାଇଥିଲା।
ଏହାପରେ ଦେଖିଥିଲେ ଆଭକାଡୋରେ ଲେଖାହୋଇଛି source from israel. ଏହାପରେ ସେ ଚିନ୍ତା କଲେ ଉନ୍ନତ ଜ୍ଞାନ କୌଶଳ ମାଧ୍ୟମରେ ଆଭକାଡୋ ଚାଷ କରିବେ ବୋଲି। ତାହା ପୁଣି ଇସ୍ରାଇଲ ଶୈଳୀରେ। ସେଥିପାଇଁ ହର୍ଷିତ ଇସ୍ରାଇଲରୁ ଏହାପାଇଁ ଟ୍ରେନିଙ୍ଗ ପାଇଁ ଯାଇଥିଲେ। ଆଉ ଆଜି ଭୋପାଳରେ ହର୍ଷିତଙ୍କର ଆଭକୋଡ଼ା ଫାର୍ମିଂର ସମସ୍ତେ ପ୍ରଶଂସା କରୁଛନ୍ତି। ଏହି ଆଭକାଡୋ ଚାଷ କରି ସେ ଜଣେ ସଫଳ ଚାଷୀ ହୋଇପାରିଛନ୍ତି।
ଆଭକାଡୋର ଏବେ ଭାରି ଡିମାଣ୍ଡ। ଧନୀ ମାନଙ୍କର ବ୍ରେକଫାଷ୍ଟ ଫୁଡ କହିଲେ ଭୁଲ ହେବନାହିଁ। ଏହାହେଉଛି ଏକ ବିଦେଶୀ ଫଳ। ଏହି ଫଳରେ ବହୁ ପରିମାଣର ଭିଟାମିନ ରହିଛି। ହର୍ଷିତ କେବେଠୁ ଭାବିଥିଲେ ଯେ, ଚାଷ ତ ସମସ୍ତେ କରୁଛନ୍ତି କିନ୍ତୁ ମୁଁ କିଛି ଭିନ୍ନ ଧରଣର ଚାଷ କରିବି। ଆଉ ସତରେ ଏହି ଚାଷ ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି। ଆଉ ଆଜି ହର୍ଷିତ ଗୋଧା ଭୋପାଳରେ ନିଜ ୫ ଏକର ଜମିରେ ପ୍ରାୟତଃ ୧୮୦୦ ଆଭକାଡୋ ଚାରା ଲଗାଇଥିଲେ। ଏହାପାଇଁ ସେ ପୁରା ଇସ୍ରାଇଲ କୌଶଳରେ ଚାଷ କରିଥିଲେ। ଏହି ଚାଷ କରିବା ପାଇଁ ସେ ତାଙ୍କ ଫ୍ୟାମିଲି ବିଜନେସ ଛାଡ଼ିଦେଇଥିଲେ। ଏହି ଚାଷ କରି ସେ ଦେଶର ଯୁବକଙ୍କୁ ପ୍ରୋତ୍ସାହିତ କରିଥିଲେ ଏହି ଚାଷ କରିବାକୁ।
ଏହି ଚାଷ କରିବା ତାଙ୍କ ପାଇଁ ସହଜ ନ ଥିଲା। ୨୦୧୯ ମସିହାରେ ପ୍ରଥମେ ସେ କିଛି ଆଭକାଡୋ ଚାରା ଲଗାଇଥିଲେ। ଏହାପରେ ଜୁଲାଇ ୨୦୨୧ରେ ସେ ୧୮୦୦ ଚାରା ଲଗାଇଥିଲଷ ଯେଉଁଥିପାଇଁ ୪୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏବେ ତାଙ୍କୁ ପ୍ରତି ମାସରେ ୭ରୁ ୮ଲକ୍ଷ ଟଙ୍କା ଆୟ ହେଉଛି। ହର୍ଷିତଙ୍କ ଫାର୍ମରୁ ଆଭକାଡୋ ଏବେ ବିଦେଶକୁ ରପ୍ତାନୀ ହେଉଛି। ଏହା ସହ ହର୍ଷିତ ଏବେ ଆଭକାଡୋ ଚାରା ବନାଇ ବିଦେଶକୁ ପଠାଉଛନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ ଭାରତ ଖବର