Videos
|
National

ଲୋକସଭା ପରେ ରାଜ୍ୟସଭାରେ ବି କଂଗ୍ରେସକୁ କଡ଼ା ଆକ୍ରମଣ କଲେ ଅମିତ ଶାହ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଲୋକସଭା ପରେ ରାଜ୍ୟସଭାରେ ବି କଂଗ୍ରେସକୁ କଡ଼ା ଆକ୍ରମଣ କଲେ ଅମିତ ଶାହ

Key Points

`କାଶ୍ମୀରରୁ ହଟିବ ଆତଙ୍କବାଦ'
ରାଜ୍ୟସଭାରେ ବି କଂଗ୍ରେସକୁ କଡ଼ା ଆକ୍ରମଣ କଲେ ଅମିତ ଶାହ
`କଂଗ୍ରେସ ପାଇଁ ଦେଶରେ ବଢିଛି ଆତଙ୍କବାଦ'
`ଅପରେସନ ସିନ୍ଦୂର ଓ ମହାଦେବ ପାଇଁ ସୁରକ୍ଷା ବାହିନୀକୁ ଧନ୍ୟବାଦ'

ଲୋକସଭା ଭଳି ରାଜ୍ୟସଭାରେ ବି କଂଗ୍ରେସକୁ କଡ଼ା ଆକ୍ରମଣ କରିଛନ୍ତି ଅମିତ ଶାହ । ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଅପରେସନ ସିନ୍ଦୂର ଏବଂ ଅପରେସନ ମହାଦେବ ପାଇଁ ଭାରତର ସମ୍ମାନ ବୃଦ୍ଧି କରିଥିବା ସୁରକ୍ଷା ବାହିନୀକୁ ଧନ୍ୟବାଦ । ୧୪୦ କୋଟି ଲୋକଙ୍କ ଇଚ୍ଛା ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ପାଇଁ ତାଙ୍କୁ ଅଭିନନ୍ଦନ ଜଣାଉଛି । କଂଗ୍ରେସ ପାଇଁ ଦେଶରେ ବଢିଛି ଆତଙ୍କବାଦ । ଏହି ସମସ୍ୟାଗୁଡ଼ିକ ୩୦-୪୦ ବର୍ଷ ଧରି ଭାରତର ମାଟିକୁ ରକ୍ତରେ ରଞ୍ଜିତ କରିଆସୁଛି ବୋଲି କହିଛନ୍ତି ଶାହ ।

ଅପରେଶନ ସିନ୍ଦୂରକୁ ନେଇ ଲୋକସଭା ପରେ ରାଜ୍ୟସଭାରେ ବିତର୍କ ଚାଲିଛି। ବିରୋଧୀଙ୍କ ହଟ୍ଟଗୋଳ ଉପରେ ବର୍ଷିଛନ୍ତି ଅମିତ ଶାହ । ସେହିପରି ସ ଜୟଶଙ୍କର କହିଛନ୍ତି, ଯିଏ ଅପରେଶନ ସିନ୍ଦୂରର ସଫଳତା ଉପରେ ସନ୍ଦେହ କରୁଛନ୍ତି, ସେ ୟୁଟ୍ୟୁବକୁ ଯାଇ କାହାର ଅନ୍ତିମ ସଂସ୍କାର ହେଉଛି ଦେଖିବା ଉଚିତ।

ବୈଦେଶିକ ମନ୍ତ୍ରୀ କହିଛନ୍ତି, ସମଗ୍ର ବିଶ୍ୱ ଆତଙ୍କବାଦ ପ୍ରତି ଭାରତର ପ୍ରତିକ୍ରିୟା ଦେଖିଛି। ପହଲଗାମ ଆକ୍ରମଣ ଆଦୌ ଗ୍ରହଣୀୟ ନୁହେଁ। ଲକ୍ଷ୍ମଣ ରେଖା କ୍ରସ କରାଯାଇଥିଲା, ଦୋଷୀମାନଙ୍କୁ ଦାୟୀ କରିବା ଏବଂ ପୀଡିତଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବା ଆବଶ୍ୟକ ଥିଲା। ଆମେ ପାକିସ୍ତାନ ବିରୋଧରେ ଅନେକ ପଦକ୍ଷେପ ନେଇଛୁ, ଆମେ ପ୍ରତ୍ୟେକ ମଞ୍ଚରେ ପାକିସ୍ତାନର ପର୍ଦ୍ଦାଫାସ କରିଛୁ।

ମୋଦି କହିଥିଲେ ଆମେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଏମିତି ପ୍ରତିଶୋଧ ନେବୁ ଯାହା କେବେ ଆତଙ୍କବାଦୀମାନେ କଳ୍ପନା ବି କରି ନଥିବେ। ଏହାପରେ ଅର୍ଥାତ ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆକ୍ରମଣର ୧୩ଦିନ ପରେ ଅପରେସନ ସିନ୍ଦୂର ଜରିଆରେ ଭାରତ ୨୨ ମିନିଟରେ ପ୍ରତିଶୋଧ ନେଇଥିଲା।’

ଭାରତୀୟ ସେନା ପାକିସ୍ତାନର ବାହାଓ୍ବଲପୁର, କୋଟଲି ଓ ମୁଜାଫରାବାଦରେ ଥିବା ୯ଟି ଆତଙ୍କୀ ଠିକଣା ଉପରେ ଆକ୍ରମଣ କରି ସବୁକିଛି ଧ୍ବଂସ କରି ଦେଇଥିଲା। ଏନେଇ ଭାରତୀୟ ସେନା ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ 'ଅପରେସନ ସିନ୍ଦୂର' ପୋଷ୍ଟ କରି ସ୍ପଷ୍ଟ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
After Lok Sabha, Amit Shah attacks Congress in Rajya Sabha | Argus News