Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମମତାଙ୍କ ପରେ କେଜରିୱାଲ ଏକାକୀ ଲଢିବା ନେଇ କଲେ ଘୋଷଣା

Ritu Das
Browse all articles by Ritu Das
·2 years ago
ମମତାଙ୍କ ପରେ କେଜରିୱାଲ ଏକାକୀ ଲଢିବା ନେଇ କଲେ ଘୋଷଣା

ଅର୍ଗସ ବ୍ୟୁରୋ: ପୁଣି ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ଝଟ୍‌କା । ମମତାଙ୍କ ପରେ କେଜରିୱାଲ ଏକାକୀ ଲଢିବା ନେଇ କଲେ ଘୋଷଣା । ଆଉ କିଛି ମାସ ପରେ ଲୋକସଭା ନିର୍ବାଚନ । ଏପରି ସ୍ଥିତିରେ କେଜରିୱାଲ ପଞ୍ଜାବରେ ଏକାକୀ ଲଢିବା ନେଇ ଘୋଷଣା କରିଛନ୍ତି । ପଞ୍ଜାବର ୧୩ ଆସନ ଓ ଚଣ୍ଡୀଗଡ଼ର ଗୋଟିଏ ଆସନରେ ଆମ୍‌ ଆଦ୍‌ମୀ ପାର୍ଟି ତାର ପ୍ରାର୍ଥୀ ଦେବ । 

ଗତକାଲି ପଞ୍ଜାବରେ ଆୟୋଜିତ ଏକା ସଭାରେ ଏ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜରିୱାଲ । ଏହାସହ ଲୋକଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି । ପଞ୍ଚାବ ବିଧାନସଭା ନିର୍ବାଚନରେ ଯେପରି ଆପ୍‌କୁ ସମର୍ଥନ ମିଳିଥିଲା, ସେହିଭଳି ଲୋକସଭା ନିର୍ବାଚନରେ ବି ଆପ୍‌କୁ ସମର୍ଥନ ଦେବାକୁ ପଞ୍ଜାବବାସୀଙ୍କୁ ଅନୁରୋଧ କରିଛନ୍ତି କେଜରିୱାଲ। 

ଅଧିକ ପଢ଼ନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
After Mamata, | Argus News