Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

'ଅନେକ ଚ୍ୟାଲେଞ୍ଜ ପରେ ଦେଶର ନାଗରିକମାନେ ଗଣତନ୍ତ୍ରକୁ ସଫଳତାର ସହ ଆପଣାଇଛନ୍ତି'

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·1 min read
'ଅନେକ ଚ୍ୟାଲେଞ୍ଜ ପରେ ଦେଶର ନାଗରିକମାନେ ଗଣତନ୍ତ୍ରକୁ ସଫଳତାର ସହ ଆପଣାଇଛନ୍ତି'

Key Points

ସ୍ୱାଧୀନତା ମିଳିବା ପରେ ଆମେ ଏପରି ଗଣତନ୍ତ୍ରର ରାସ୍ତାରେ ଆଗେଇ ଚାଲିଛେ, ଯେଉଁଠି ପ୍ରତି ବୟସ୍କଙ୍କୁ ମତାଧିକାର ପ୍ରାପ୍ତ ହୋଇଛି।

ରାଷ୍ଟ୍ର ଉଦ୍ଦେଶ୍ୟରେ ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣ । ୭୯ ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି। ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୁଗାନ୍ତକାରୀ ଯୋଜନାକୁ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି । କହିଛନ୍ତି, ସ୍ୱାଧୀନତା ମିଳିବା ପରେ ଆମେ ଏପରି ଗଣତନ୍ତ୍ରର ରାସ୍ତାରେ ଆଗେଇ ଚାଲିଛେ, ଯେଉଁଠି ପ୍ରତି ବୟସ୍କଙ୍କୁ ମତାଧିକାର ପ୍ରାପ୍ତ ହୋଇଛି।

ଅନେକ ଚ୍ୟାଲେଞ୍ଜ ପରେ ବି ଦେଶର ନାଗରିକମାନେ ଗଣତନ୍ତ୍ରକୁ ସଫଳତାର ସହ ଆପଣାଇଛନ୍ତି । ଆମ ପାଇଁ ଆମର ସମ୍ବିଧାନ ଓ ଗଣତନ୍ତ୍ର ସବୁବେଳେ ପ୍ରଥମେ ରହିବ । ଆମର ସମ୍ବିଧାନ ଚାରୋଟି ମୂଲ୍ୟବୋଧର ଉଲ୍ଲେଖ କରିଛି ଯାହା ଆମର ଗଣତନ୍ତ୍ରକୁ ସୁଦୃଢ଼ ରଖୁଥିବା ଚାରିଟି ସ୍ତମ୍ଭ । ଏଗୁଡ଼ିକ ହେଉଛି ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱ । ସେହିପରି ରାଷ୍ଟ୍ରପତି ଆହୁରୀ କହିଛନ୍ତି, ଆର୍ଥନୀତିରେ ଆମର ଅଗ୍ରଗତି ସ୍ପଷ୍ଟ ଭାବେ ପ୍ରତିଫଳିତ ହେଉଛି। ଗତ ଆର୍ଥିକ ବର୍ଷରେ ଆମ ଜିଡିପି ୬.୫ ପ୍ରତିଶତ ରହିଛି।


ପଢ଼ନ୍ତୁ ରାଷ୍ଟ୍ରପତିଙ୍କ ସମ୍ପୂର୍ଣ୍ଣ ଭାଷଣ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
After Many Challenges, Citizens Successfully Embrace Democracy | Argus News | Argus News