Videos
|
National

ବିବାହର ଦୀର୍ଘବର୍ଷ ପରେ ସ୍ବାମୀ ଜାଣିଲେ ସ୍ତ୍ରୀର ବିଶ୍ବାସଘାତକତା

Ritu Das
Browse all articles by Ritu Das
·2 years ago·2 min read
ବିବାହର ଦୀର୍ଘବର୍ଷ ପରେ ସ୍ବାମୀ ଜାଣିଲେ ସ୍ତ୍ରୀର ବିଶ୍ବାସଘାତକତା

ଅର୍ଗସ ବ୍ୟୁରୋ: ବିବାହିତ ଦମ୍ପତି କିମ୍ବା ଗର୍ଲଫ୍ରେଣ୍ଡ-ପ୍ରେମିକ କ୍ଷେତ୍ରରେ ଜଣେ ସାଥୀଙ୍କ ଦ୍ୱାରା ପ୍ରତାରଣା ମାମଲା ପ୍ରାୟତଃ ପ୍ରକାଶ ପାଇଥାଏ। ଏପରି ପରିସ୍ଥିତିରେ, ଅନ୍ୟ ଜଣେ ସାଥୀ ପ୍ରତାରଣା କରିଥାନ୍ତି କିମ୍ବା କାନ୍ଦନ୍ତି। ବିବାହର ୧୬ ବର୍ଷ ପରେ ସ୍ବାମୀ ଜାଣିପାରିଲେ ଯେ, ଛୁଆ ମୋର ନୁହେଁ। ଆପଣ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ନା କିନ୍ତୁ ଏହା ସତ ଘଟଣା। 

ଡିସେମ୍ବର 2007 ରେ, ଚେନ୍ ଜିକ୍ସିଆନ୍ ନିଜଠାରୁ ଆଠବର୍ଷର ଛୋଟ ମହିଳା ୟୁ ହୁଆଙ୍କୁ ଭେଟିବାପରେ ତୁରନ୍ତ ବିବାହ କରିଥିଲେ। ସେ ଜଣେ ସରଳ ମହିଳା ଭଳି ଲାଗୁଥିଲେ। ଚେନଙ୍କ ମାତାପିତା ଶୀଘ୍ର ଘର ବସାଇବାକୁ ଚାପ ପକାଉଥିଲେ। ୟୁଙ୍କୁ ଘରୁ ବାହାରିବାକୁ ମଧ୍ୟ ଦେଉ ନ ଥିଲେ କିନ୍ତୁ ବିବାହ ସରୁ ସରୁ ୟୁ ଚେନଙ୍କୁ ଜଣାଇଥିଲେ ଯେ ସେ ଗର୍ଭବତୀ ଅଛନ୍ତି। ଏହି ଖବର ପାଇଁ ଚେନ ସଙ୍ଗେ ସଙ୍ଗେ ଖୁସି ହୋଇଯାଇଥିଲେ।
ୟୁ ପ୍ରଥମେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ୟୁଙ୍କ ସ୍ବାମୀ ଚେନ ସହର ବାହାରେ ଡ୍ରାଇଭର କାମ କରୁଥିଲେ। ଚେନ ସବୁବେଳେ ବାହାରେ ରହୁଥିଲେ। ଏବଂ ପରିବାରର ଆବଶ୍ୟକତା ପୂରଣ କରୁଥିଲେ। ଘରକୁ ଯେତେବେଳେ ଆସୁଥିଲେ ଖୁବ କମ ସମୟ ପାଇଁ ଆସୁଥିଲେ। 

ଏମିତି ବର୍ଷ ପରେ ବର୍ଷ ବିତିବାକୁ ଲାଗିଲା ୟୁ ଆଉ ଏକ ଝିଅକୁ ଜନ୍ମ ଦେଇଥିଲେ। ୨୦୧୯ ମସିହାରେ ଚେନଙ୍କୁ ତାଙ୍କ ସ୍ତ୍ରୀଙ୍କ ଉପରେ ସନ୍ଦେହ ହୋଇଥିଲା। ଯେତେବେଳେ ତାଙ୍କ ସ୍ତ୍ରୀ ତାଙ୍କୁ କହିଥିଲେ ମୁଁ ଗର୍ଭବତୀ ଅଛି। ଚେନ ଘରେ ରହୁ ନ ଥିବାରୁ ସ୍ତ୍ରୀଙ୍କ ଗର୍ଭଧାରଣ ଖବରକୁ ନେଇ ସନ୍ଦେହ କରିଥିଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହେଲା। ତାଙ୍କ ପତ୍ନୀ ଏକଥା ଜମା ମାନିବାକୁ ନାରାଜ ଥିଲେ। ସେ ବାରମ୍ବାର କହୁଥିଲେ ଏ ସନ୍ତାନ ତୁମର। ଚତୁର୍ଥ ଥର ସନ୍ତାନ ହେବାପରେ ଚେନ ଜାଣିପାରିଲେ ଯେ ତାଙ୍କ ପତ୍ନୀଙ୍କର ବୁ ନାମକ ଜଣେ ପୁରୁଷ ସହିତ ଅବୈଧ ସମ୍ପର୍କ ରହିଛି। ଏହାପରେ ଡିଏନଏ ଟଷ୍ଟ କରାଇବା ସହ ମାମଲା କୋର୍ଟ ପର୍ଯ୍ୟନ୍ତ ଗଲା। ଚେନ ଶେଷରେ ଜାଣିପାରିଲେ ଯେ, ଯେଉଁ ତିନି ଝିଅଙ୍କୁ ପାଳି ବଡ଼ କରିଛନ୍ତି ସେ ଛୁଆ ବି ତାଙ୍କର ନୁହଁନ୍ତି। 

ଡିସେମ୍ବର 29, 2023 ମସିହାରେ ଏକ ପରିବାର ଅଦାଲତରେ ଛାଡପତ୍ର ମାମଲାରେ ଏହାର ଶେଷ ରାୟ ପ୍ରଦାନ କରିଥିଲେ। ଚେନ୍ ଜିକ୍ସିଆନଙ୍କୁ ତାଙ୍କର ଦୁଇ ବଡ ଝିଅଙ୍କ କଷ୍ଟଡି ମିଳିଥିବାବେଳେ ଆଉ ଦୁଇ ଜଣ ଝିଅଙ୍କୁ ତାଙ୍କ ପତ୍ନୀଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହାସହ ମାସିକିଆ ଖର୍ଚ୍ଚ ମଧ୍ୟ ତାଙ୍କ ସ୍ବାମୀ ବହନ କରିବାକୁ କୋର୍ଟ ନିଷ୍ପତ୍ତି ଶୁଣାଇଥିଲେ। ତେବେ ଏହି କଥରୁ ପ୍ରମାଣିତ ଯେ, ଆପଣ କାହାକୁ ଆଖି ବନ୍ଦ କରି ଭରସା କରନ୍ତୁ ନାହିଁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର