Videos
|
National

ମିଆଁମାର ପରେ ମେଘାଳୟରେ ମଧ୍ୟ ଭୂ-କମ୍ପ ଝଟକା

Ritu Das
Browse all articles by Ritu Das
·1 year ago
ମିଆଁମାର ପରେ ମେଘାଳୟରେ ମଧ୍ୟ ଭୂ-କମ୍ପ ଝଟକା

ମିଆଁମାରରେ ଭୂମିକମ୍ପ ଯୋଗୁଁ ସବୁକିଛି ଛାରଖାର। ଏହାସହ କେବଳ ମିଆଁମାର ନୁହେଁ ମେଘାଳୟରେ ବି ଭୂକମ୍ପ ଅନୁଭୂତ। ରିକ୍ଟର ସ୍କେଲରେ ୪.୦ ତୀବ୍ରତା ରେକର୍ଡ। ବାଂଲାଦେଶରେ ଅନୁଭୂତ ହୋଇଛି ଭୂକମ୍ପ ଝଟକା। ତାସ୍ ଘର ପରି ଭୁଶୁଡି ପଡିଛି ବଡ଼ ବଡ଼ ଅଟ୍ଟାଳିକା। ସବୁ କିଛି ଛାରଖାର ହୋଇଯାଇଛି। ବ୍ୟାଙ୍କକରେ ଭୂମିକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି। ଏବେବି କୋଠାରେ ଥିବା ୪୩ ଜଣ ନିଖୋଜ ଥିବା ସୂଚନା ମିଳିଛି। ଏହାସହ ବ୍ୟାଙ୍କକରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି।


ଦେଖିବାକୁ ଗଲେ ମିଆଁମାରରେ ତୀବ୍ର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ୭.୭ ତୀବ୍ରତାର ଭୂକମ୍ପ ରେକର୍ଡ କରାଯାଇଛି। ଯାହାର ପ୍ରଭାବ ଥାଇଲାଣ୍ଡରେ ବି ଅନୁଭୂତ ହୋଇଥିଲା। ଆଉ ଏବେ ପୁଣି ମେଘାଳୟ ଥରିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
after-myanmar-earthquake-jolts-meghalaya | Argus News