Operation Sindoor ପରେ ପାକିସ୍ତାନକୁ କଡ଼ା ଚେତାବନୀ, ଏଥର POK ଛାଡ଼ !

Key Points
ପାକିସ୍ତାନକୁ ଅବୈଧ ଅଧିକୃତ ଭାରତୀୟ ଅଞ୍ଚଳ ଛାଡ଼ କହିଲା MEA
ଜମ୍ମୁ-କାଶ୍ମୀର ସହିତ ଜଡିତ ଯେକୌଣସି ପ୍ରସଙ୍ଗ କେବଳ ଦ୍ୱିପାକ୍ଷିକ
ପାକିସ୍ତାନକୁ କଡ଼ା ଚେତାବନୀ ଦେଲା ଭାରତ । ଏଥର ଡାଇରେକ୍ଟ ଧମକ । ଭାରତ କହିଲା POK ଖାଲି କରୁ ପାକିସ୍ତାନ । ଆଜି MEA ତଥା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ପାକିସ୍ତାନକୁ ଏହି ଚେତାବନୀ ଦିଆଯାଇଛି । ଆମର ଏକ ଦୀର୍ଘକାଳୀନ ଜାତୀୟ ନୀତି ଅଛି । ସେହି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ବାକି ଥିବା ବିଷୟ ହେଉଛି ପାକିସ୍ତାନ ଦ୍ୱାରା ଅବୈଧ ଭାବରେ ଅଧିକୃତ ଭାରତୀୟ ଅଞ୍ଚଳକୁ ମୁକ୍ତ କରିବା ।
ଅନ୍ୟପଟେ MEA ସିଧାସଳଖ କହିଛି କାଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ହସ୍ତକ୍ଷେପ ମଞ୍ଜୁର ନୁହେଁ । ଜମ୍ମୁ-କାଶ୍ମୀର ସହିତ ଜଡିତ ଯେକୌଣସି ପ୍ରସଙ୍ଗ ଦ୍ୱିପାକ୍ଷିକ ହିଁ ହେବ । ଆମ ଆକ୍ରମଣରେ ସିଜଫାୟର ପାଇଁ ବାଧ୍ୟ ହୋଇଥିଲା ପାକିସ୍ତାନ । ୧୦ ମେ'ରେ ପାକିସ୍ତାନ DGMO ଭାରତ ସହ କଥା ହୋଇଥିଲେ । ପାକିସ୍ତାନର ଗୁଳିର ଜବାବ ଗୁଳିରେ ଦେବୁ । ଅପରେସନ ସିନ୍ଦୁରରେ ପାକିସ୍ତାନର ବ୍ୟାପକ କ୍ଷତି ଘଟିଛି । ଆମ ଆକ୍ରମଣ ପରେ ପାକିସ୍ତାନର ସ୍ବର ବଦଳି ଯାଇଛି । ଏୟରବେସ୍ ଧ୍ବସ୍ତ ହେବା ପରେ ବଦଳିଥିଲା ପାକିସ୍ତାନର ସ୍ବର । ସିଜଫାୟର କଥାବାର୍ତ୍ତାରେ ବାଣିଜ୍ୟ ପ୍ରସଙ୍ଗ ସାମିଲ ନଥିଲା ।
ଯେତେ ପର୍ଯ୍ୟନ୍ତ ପାକିସ୍ତାନ ସୁଧୁରିବନି ସେତେ ପର୍ଯ୍ୟନ୍ତ ତାକୁ ଭାରତରୁ ପାଣି ଦିଆଯିବ ନାହିଁ ବୋଲି କହିଛି MEA । ସିନ୍ଧୁ ଜଳ ସନ୍ଧିକୁ ସସପେଣ୍ଡ ରଖାଯାଇଛି । ହାରିବା ପରେ ବି ପାକିସ୍ତାନରେ ଉତ୍ସବ ମନାଯାଏ । ପାକିସ୍ତାନ ଶୀଘ୍ର ବୁଝିଗଲେ ସେଥିରେ ତାର ଭଲ ।
#WATCH | Delhi: On the latest statement made by the Pakistan Foreign Office, MEA Spokesperson Randhir Jaiswal says, "We have seen the statement made by the Pakistani side. That a nation which has nurtured terrorism on an industrial scale should think that it can escape the… pic.twitter.com/PlvvFQ4sCn
— ANI (@ANI) May 13, 2025