Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସ୍ୱଦେଶ ଫେରିବା ପରେ ଅର୍ଥନୀତିଜ୍ଞଙ୍କ ସହ ବଜେଟକୁ ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ 

Smruti Parija
Browse all articles by Smruti Parija
·2 years ago·1 min read
ସ୍ୱଦେଶ ଫେରିବା ପରେ ଅର୍ଥନୀତିଜ୍ଞଙ୍କ ସହ ବଜେଟକୁ ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ 

ଅର୍ଗସ ବ୍ୟୁରୋ: ସ୍ୱଦେଶ ଫେରିବା ପରେ ଅର୍ଥନୀତିଜ୍ଞଙ୍କ ସହ ଆଗାମୀ ବଜେଟକୁ ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଜୁଲାଇ ୨୩ରେ ଉପସ୍ଥାପିତ ହେବାକୁ ଯାଉଛି ସାଧାରଣ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ଉପସ୍ଥାପନ କରିବେ । ଏଥି ନିମନ୍ତେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅର୍ଥନୀତିଜ୍ଞ ମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ମୋଦି ସରକାରଙ୍କ ତୃତୀୟ ପାଳିର ଏହା ପ୍ରଥମ ବଜେଟ ହେବ । ସାଧାରଣ ଲୋକଟିଏ ଏଥିରେ କେତେ ଉପକୃତ ହେବ ସେ ନେଇ ସମସ୍ତଙ୍କ ଅପେକ୍ଷା । 

ଅନ୍ୟପଟେ ଋଷିଆ ଓ ଅଷ୍ଟ୍ରିଆ ଗସ୍ତ ପରେ ଆଜି ସ୍ବଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ଆଥିଥେୟତା ପାଇଁ ଦୁଇ ଦେଶକୁ ଧନ୍ୟବାଦ ଜଣାଇଛନ୍ତି ମୋଦି । ସ୍ବଦେଶ ଫେରିବା ପୂର୍ବରୁ ଭିଏନାରେ ଆୟୋଜିତ ହୋଇଥିବା ଏକ ସଭାକୁ ଉଦ୍ବୋଧନ ଦେଇ ମୋଦି କହିଛନ୍ତି, ଭାରତ ପୂରା ବିଶ୍ବକୁ  ଯୁଦ୍ଧ ନୁହେଁ  ବୁଦ୍ଧ ଦେଇଛି ।  ଭାରତ ବିଶ୍ବକୁ ଶାନ୍ତି  ଓ ସମୃଦ୍ଧତା ପ୍ରଦାନ କରିଛି । ଏହି କାରଣରୁ ୨୧ ଦଶକରେ ଦେଶ ଆହୁରି ସୁଦୃଢ ହୋଇଛି ।  ଭାରତ ସବୁ ବେଳେ  ଉଚ୍ଚ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଚେଷ୍ଟା କରିଛି । ହଜାର ବର୍ଷ ଧରି ଭାରତ ବିଶ୍ବକୁ କେବଳ ଜ୍ଞାନ ଓ ପାରିଦର୍ଶୀତା ଦେଇଆସିଛି  ବୋଲି ଭିଏନାରେ ଉପସ୍ଥିତ ଥିବା ପ୍ରବାସୀ ଭାରତୀୟଙ୍କୁ ଉଦବୋଧନ ଦେଇ କହିଥିଲେ ମୋଦି । 

ଓଡିଆ ଉତ୍ତରୀୟ ପକାଇ କହିଲେ ଜୟ ଜଗନ୍ନାଥ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
After returning home, the Prime Minister discussed the budget with the economist | Argus News