Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସରକାରୀ ବିଦ୍ୟାଳୟରୁ ପାଠ ପଢ଼ି ଆଜି କୋଟି କୋଟି ଟଙ୍କାର ମାଲିକ

National

ସରକାରୀ ବିଦ୍ୟାଳୟରୁ ପାଠ ପଢ଼ି ଆଜି କୋଟି କୋଟି ଟଙ୍କାର ମାଲିକ

Ritu Das
Browse all articles by Ritu Das
·2 years ago·2 min read
ସରକାରୀ ବିଦ୍ୟାଳୟରୁ ପାଠ ପଢ଼ି ଆଜି କୋଟି କୋଟି ଟଙ୍କାର ମାଲିକ

ଅର୍ଗସ ବ୍ୟୁରୋ: ଯେଉଁମାନଙ୍କର ବ୍ୟବସାୟିକ ଦକ୍ଷତା ଅଛି, ସେମାନେ କାହାକୁ ବି ବିକି ଦେବେ। ଏହି କଥା ବୋଧହୁଏ ରାହୁଲ ସିଂଙ୍କ ପରି ଜଣେ ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ। ଛତିଶଗଡର ନିମ୍ନ ମଧ୍ୟବିତ୍ତ ଶ୍ରେଣୀରେ ଜନ୍ମଗ୍ରହଣ କରିଥିବା ରାହୁଲ ସେତିକି ବୁଦ୍ଧି ଖଟାଇଥିଲେ ଯେ ତାଙ୍କ ପରବର୍ତ୍ତୀ ପୀଢ଼ି ପାଇଁ ମଧ୍ୟ ପଇସା ସଞ୍ଚୟ କରିଦେଇଗଲେ। ସେ ତାଙ୍କ ବନ୍ଧୁଙ୍କ ସହିତ ମିଶି ସ୍କ୍ରାପ୍ ସାମଗ୍ରୀରୁ ଉତ୍ପାଦ ତିଆରି କରିବା ଆରମ୍ଭ କଲେ ଏବଂ ଆଜି ତାଙ୍କର ବ୍ୟବସାୟ ଦୁନିଆର ଶୀର୍ଷ ଦେଶମାନଙ୍କରେ ଚାଲିଛି। କମ୍ପାନୀର ରାଜସ୍ୱ ବାର୍ଷିକ 300 କୋଟି ଟଙ୍କା ଅତିକ୍ରମ କରିଛି। 

ଆମେ ଇକୋସୁଲ ହୋମର ପ୍ରତିଷ୍ଠାତା ରାହୁଲ ସିଂଙ୍କ ବିଷୟରେ କହୁଛୁ। ସେ ତାଙ୍କ ବନ୍ଧୁ ଅରବିନ୍ଦ ଗଣେଶଙ୍କ ସହ 2020 ରେ ଏହି କମ୍ପାନୀ ପ୍ରତିଷ୍ଠା କରିଥିଲେ। ତାଙ୍କ କମ୍ପାନୀ ଗଛର ପତ୍ର, ବାଉଁଶ ଏବଂ ଆବର୍ଜନାକୁ ମିଶାଇ ଉତ୍ପାଦ ପ୍ରସ୍ତୁତ କରିଥିଲେ। ରାହୁଲ ଟଙ୍କା ରୋଜଗାର କରିବା ସହିତ ପରିବେଶକୁ ବଞ୍ଚାଇବା ପାଇଁ କାର୍ଯ୍ୟ କରୁଛନ୍ତି। ବଲିଉଡ ଅଭିନେତ୍ରୀ ଭୂମି ପେଡନେକର  ଏବଂ ଏସେଲ ପରି ନାମୀଦାମୀ କମ୍ପାନୀମାନେ ଏହି କମ୍ପାନୀରେ ବିନିଯୋଗ କରିଛନ୍ତି। ରାହୁଲ ସିଂଙ୍କ କମ୍ପାନୀ ଏପର୍ଯ୍ୟନ୍ତ 125 କୋଟି ଟଙ୍କା ପାଣ୍ଠି ସଂଗ୍ରହ କରିଛି।

ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ 
ରାହୁଲ ସିଂ ଛତିଶଗଡର ଭିଲାଇରେ ଜନ୍ମଗ୍ରହଣ କରିଥିଲେ। ସରକାରୀ ନିଗମ ବଦ୍ୟଳୟରେ ସେ ପାଠପଢ଼ା ଆରମ୍ଭ କରିଥିଲେ। 2005ରେ ସୁରଟରୁ  B.Tech ସମାପ୍ତ କରିବାପରେ ସେ 2008ରେ ଜାମସେଦପୁରର ଜାଭିୟର୍ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟରୁ ଏମବିଏ ମଧ୍ୟ ସମାପ୍ତ କରିଥିଲେ। 2008 ରୁ 2019 ପର୍ଯ୍ୟନ୍ତ ରାହୁଲ ବିଭିନ୍ନ କମ୍ପାନୀରେ କାମ କରିଥିଲେ, କିନ୍ତୁ ସର୍ବଦା ନିଜର ବ୍ୟବସାୟ ଆରମ୍ଭ କରିବାକୁ ଇଚ୍ଛା କରିଥିଲେ।
ଆରମ୍ଭ ସହଜ ନଥିଲା 
ରାହୁଲଙ୍କ ପାଇଁ ତାଙ୍କ ବ୍ୟବସାୟ ଆରମ୍ଭ କରିବା ସହଜ ନ ଥିଲା। ପାଣ୍ଠି ପାଇଁ ସେମାନେ କଠିନ ଚେଷ୍ଟା କରିଥିଲେ ମଧ୍ୟ ତାହା କାମ କରିନଥିଲା। କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ରାହୁଲ ପୁଞ୍ଜି ସଂଗ୍ରହ ପାଇଁ ତାଙ୍କ ଘର ବିକ୍ରି କରିଥିଲେ। ଏହା ପରେ, 2020 ମସିହାରେ, ତାଙ୍କ ବନ୍ଧୁ ଅରବିନ୍ଦ ଗଣେଶନଙ୍କ ସହ ମିଶି ସେ ଆମେରିକାର ୱାଶିଂଟନରେ ଇକୋସୁଲ ହୋମ ବ୍ୟବସାୟ ଆରମ୍ଭ କରିଥିଲେ।
କମ୍ପାନୀର 150 ଉତ୍ପାଦନ ୟୁନିଟ୍ ଅଛି 
ବ୍ୟବସାୟ ବିସ୍ତାର କରିବାକୁ ରାହୁଲ 2022 ମସିହାରେ ଭାରତ ଆସିଥିଲେ। ଆଜି ତାଙ୍କ କମ୍ପାନୀ ବିଶ୍ୱର ଶୀର୍ଷ ଦେଶ, ଆମେରିକା, ଜର୍ମାନୀ, କାନାଡା, ବ୍ରିଟେନରେ ବ୍ୟବସାୟ କରୁଛି। ବର୍ତ୍ତମାନ କମ୍ପାନୀର ଆୟ 300 କୋଟି ଟଙ୍କା ଅତିକ୍ରମ କରିଛି। ରାହୁଲଙ୍କ ଲକ୍ଷ୍ୟ ହେଉଛି ପରିବେଶକୁ ବର୍ଜ୍ୟବସ୍ତୁରୁ ରକ୍ଷା କରିବା ଏବଂ ଦେଶକୁ ସମୃଦ୍ଧ କରିବା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
After studying from | Argus News