Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଧାରା ୩୭୦ ଉଚ୍ଛେଦ ପରେ ବଦଳିଛି ଜାମ୍ମୁ କାଶ୍ମୀରର ଚିତ୍ର 

National

ଧାରା ୩୭୦ ଉଚ୍ଛେଦ ପରେ ବଦଳିଛି ଜାମ୍ମୁ କାଶ୍ମୀରର ଚିତ୍ର 

Manini Pattanayak
Browse all articles by Manini Pattanayak
·2 years ago·1 min read
ଧାରା ୩୭୦ ଉଚ୍ଛେଦ ପରେ ବଦଳିଛି ଜାମ୍ମୁ କାଶ୍ମୀରର ଚିତ୍ର 

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପରେ ବଦଳିଛି ଜାମ୍ମୁ କାଶ୍ମୀରର ଚିତ୍ର । ଏବେ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରରେ ବିକାଶକୁ ମିଳିଛି ଗତି । ବିକଶିତ ଭାରତ ଗଠନରେ ଯୋଗଦାନ ଦେଉଛନ୍ତି ପ୍ରତିଟି ଅଞ୍ଚଳବାସୀ । ସେପଟେ ଶ୍ରୀନଗରକୁ ସ୍ମାର୍ଟ କରିବା ପାଇଁ ଚାଲିଛି ଜୋରଦାର ପ୍ରୟାସ । ସୌନ୍ଦର୍ଯ୍ୟକରଣ ସହ ବିଭିନ୍ନ ସ୍ଥାନରେ ଚାଲିଛି ନୂଆ ନିର୍ମାଣ କାର୍ଯ୍ୟ । ପଥଯାତ୍ରୀଙ୍କ ପାଇଁ ରାସ୍ତା ନିର୍ମାଣ ସହ ଲାଗିଛି ସୋଲାର ଲାଇଟ୍‌ ।

ଅନେକ ହ୍ରଦ ଓ ପୋଖରୀକୁ ସଫା କରାଯାଇଥିବା ବେଳେ ଏହା ସହରର ଶୋଭାକୁ ଦ୍ବିଗୁଣିତ କରିଛି । 2024 ଜୁନ ସୁଦ୍ଧା ଶ୍ରୀନଗର ସହରକୁ ସ୍ମାର୍ଟ ସିଟିରେ ପରିଣତ କରିବାକୁ ଲକ୍ଷ୍ୟ ରଖି କାର୍ଯ୍ୟ ଜାରି ରହିଛି । ୧୨୫ଟି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେଉଛି ୯୩୦ କୋଟି ଟଙ୍କା । ଏବେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢ଼ିଛି । ଚଳିତ ବର୍ଷ ୧୧ ମାସ ମଧ୍ୟରେ ଆସିଛନ୍ତି ୨ କୋଟି ପର୍ଯ୍ୟଟକ । ଆଉ ଏହାର ଲାଭ ସିଧାସଳକ ସ୍ଥାନୀୟ ଲୋକଙ୍କୁ ମିଳିଛି । ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ସ୍ଥାନୀୟ ଲୋକେ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି । 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
After the abrogation of Article 370, the picture of Jammu and Kashmir has changed | Argus News